PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ସମିତିସଭ୍ୟାଙ୍କୁ ଗ୍ରାମରୁ ବାସନ୍ଦ ଘଟଣାରେ ନୂଆମୋଡ଼, ଘଟଣାକୁ ମିଥ୍ୟା କହିବା ସହ ଏସପିଙ୍କ ଦ୍ଵାରସ୍ଥ ହେଲେ ଗ୍ରାମବାସୀ

ଖଲ୍ଲିକୋଟ, ୨୨/୦୫ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତ ସମିତିସଭ୍ୟା ମାମି ଦାସଙ୍କୁ ଗ୍ରାମରୁ ବାସନ୍ଦ ଘଟଣାରେ ନୂଆମୋଡ଼। ଏହି ଘଟଣାକୁ ମିଥ୍ୟା କହିବା ସହ ଶନିବାର ସନ୍ଧ୍ୟାରେ ଗଞ୍ଜାମ ଏସପିଙ୍କ ଦ୍ଵାରସ୍ଥ ହେଲେ ବାହାଡାପଲ୍ଲୀ ଗ୍ରାମବାସୀ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମାମି ଦାସଙ୍କ ସ୍ୱାମୀ ସୀମାଞ୍ଚଳ ଦାସ ବାହାଡାପଲ୍ଲୀ ଗ୍ରାମରେ ତିନି ବର୍ଷ ହେଲା ସଭାପତି ରହିଥିଲେ। ସେହି ସମୟରେ ଗ୍ରାମର ୫ ଲକ୍ଷ ଟଙ୍କା ବ୍ୟାଙ୍କରେ ରଖାଯାଇଥିଲା। ଏବେ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ସଭାପତି ହୋଇଥିବା ବେଳେ ଗ୍ରାମର ହିସାବ ପୂର୍ବତନ ସଭାପତି ସୀମାଞ୍ଚଳଙ୍କୁ ମଗା ଯିବାରୁ ସେ ଦେଉନଥିଲେ। ଓଲଟା ସୀମାଞ୍ଚଳଙ୍କ ସ୍ତ୍ରୀ ମାମି ଦାସ ଏବେ ସମିତିସଭ୍ୟା ହୋଇଥିବାରୁ ଗ୍ରାମବାସୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବା ଗ୍ରାମବାସୀମାନେ କହିଛନ୍ତି।

ଗ୍ରାମବାସୀମାନେ କହିଛନ୍ତି ଯେ, ଗ୍ରାମର ଅଧିକାଂଶ ଲୋକ ଦିନ ମଜୁରିଆ ହୋଇଥିବା ବେଳେ ପୋଲିସ ସେମାନଙ୍କୁ ହଇରାଣ କରୁଛି। ତେଣୁ ତୁରନ୍ତ ଏହି ଘଟଣାର ତଦନ୍ତ କରିବାକୁ ଗ୍ରାମବାସୀମାନେ ଦାବି କରି ଏସପିଙ୍କ ନିକଟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ଗ୍ରାମର ସଭାପତି ଗନ୍ତେଇ ଦାସ, ୱାର୍ଡ ମେମ୍ବର ପ୍ରତିମା ନାହାକ, ସମ୍ପାଦକ ଭୀମ ଦାସ, ପୂର୍ବତନ ସରପଞ୍ଚ କେଦାରନାଥ ସ୍ୱାଇଁ, ନାଏବ ସରପଞ୍ଚ ରାକେଶ ସାହୁ, କୈଳାଶ ନାହାକ ପ୍ରମୁଖ ଉପସ୍ଥିତ ଥିଲେ

ସୂଚନା ଥାଉକି, ସମିତିସଭ୍ୟା ମାମି ଦାସଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରିବା ସହ ସାଢ଼େ ୪ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ନେଇ ସେ ଉଭୟ ଥାନା ଓ ଗଞ୍ଜାମ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଯଦି ସ୍ଥାନୀୟ ପୁଲିସ ପ୍ରଶାସନ ଏ ଦିଗରେ ତାଙ୍କୁ ନ୍ୟାୟ ପ୍ରଦାନ ନ କରନ୍ତି ତେବେ ସେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ମଧ୍ୟ ଗଣମାଧ୍ୟମ ନିକଟରେ କହିଥିଲେ। ଏହି ଘଟଣାକୁ ନେଇ ରମ୍ଭା ଥାନାରେ ଏକ ମାମଲା 213/22 ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଏସପି କହିଛନ୍ତି। ନିର୍ବାଚନ ବେଳେ ସେ ସହଯୋଗ କରିନଥିବାରୁ ମାମି ଦାସଙ୍କ ପରିବାରକୁ ବାସନ୍ଦ କରାଯିବା ସହ ୪ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ପକାଯାଇଥିବା ଅଭିଯୋଗ କରିଛନ୍ତି।