ନୂଆଦିଲ୍ଲୀ,୨୭।୯: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିଷୟରେ କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଜାୟୋନି ଶାସନ ହେଉଛି ବିଶ୍ୱର ସବୁଠାରୁ ଘୃଣିତ ଏବଂ ବିଚ୍ଛିନ୍ନ ଶାସନ। ସେ ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ, X ରେ ଏହି ମନ୍ତବ୍ୟ ଦେଇଛନ୍ତି । ଏହା ସହ ସେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଜାତିସଂଘ ହଲ୍ ଦେଖିବାକୁ ମିଳୁଛି, ଯେଉଁଠୁ ନେତନ୍ୟାହୁ ଭାଷଣ ଦେଉଛନ୍ତି। ତାଙ୍କ ଚାରିପାଖେ ଖାଲି ଚେୟାର ଦେଖିବାକୁ ମିଳୁଛି।
ଶୁକ୍ରବାର ଦିନ ନେତାନ୍ୟାହୁ ଜାତିସଂଘରେ ଭାଷଣ ଦେଇଥିଲେ, କିନ୍ତୁ ସେ ମଞ୍ଚ ଉପରକୁ ଉଠିବା ମାତ୍ରେ ତାଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଲା। ଅନେକ ଦେଶର ପ୍ରତିନିଧି ନେତାନ୍ୟାହୁଙ୍କୁ ବୟକଟ କରି ଜାତିସଂଘ ହଲ୍ ରୁ ଚାଲିଗଲେ। ନେତନ୍ୟାହୁ କହିବା ଆରମ୍ଭ କରିବା ମାତ୍ରେ ହୋ ହଲ୍ଲା ଆରମ୍ଭ କରିଦେଇଥିଲେ। ତଥାପି, ଆମେରିକା ପ୍ରତିନିଧି ଦଳ ସମର୍ଥନରେ ବସି ରହିଥିଲେ।ନେତନ୍ୟାହୁ ଜାତିସଂଘରେ କହିଥିଲେ, ଇସ୍ରାଏଲ ଗାଜାରେ ନିଜର କାମ ପୁରା କରିବ ଓ ଏହା ’ଯେତେ ଜଲଦି ହୋଇପାରିବ’ କରାଯିବ। ନିଜ ଭାଷଣ ପୂର୍ବରୁ ସେ ଇସ୍ରାଏଲ ସେନାକୁ ଗାଜା ପଟିର ଚାରିଆଡେ ଲାଉଡ ସ୍ପିକର ଲଗାଇବାର ନିର୍ଦ୍ଦେଶ ଦେଇଥିଲେ। ଫଳରେ ତାଙ୍କର ଭାଷଣ ପାଲେଷ୍ଟାଇନ ନିକଟରେ ଯେପରି ପହଁଞ୍ଚି ପାରିବ।
ଆକ୍ସିଓସ୍ ରିପୋର୍ଟ ଅନୁଯାୟୀ, ନେତାନ୍ୟାହୁଙ୍କ ଭାଷଣ ସମୟରେ ଆରବ ଏବଂ ମୁସଲିମ ଦେଶର ଅଧିକାଂଶ ପ୍ରତିନିଧି ମଧ୍ୟ ତାଙ୍କ ସହ ହଲ୍ ଛାଡ଼ି ଚାଲିଯାଇଥିଲେ, ଅନେକ ଆଫ୍ରିକୀୟ ଏବଂ କିଛି ୟୁରୋପୀୟ ଦେଶର ପ୍ରତିନିଧିଙ୍କ ସହିତ। ଏହି ୱାକଆଉଟ୍ ଏପରି ଏକ ସମୟରେ ହୋଇଥିଲା ଯେତେବେଳେ ଇସ୍ରାଏଲ ଅନ୍ତର୍ଜାତୀୟ ମଞ୍ଚରେ କ୍ରମଶଃ ଏକାକୀ ହୋଇଯାଉଛି ଏବଂ କେବଳ କିଛି ସହଯୋଗୀ ବାକି ଅଛନ୍ତି, ସେମାନଙ୍କ ମଧ୍ୟରେ ପ୍ରମୁଖ ହେଉଛି ଆମେରିକା । ଏହି ସମୟରେ, ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ କହିଛନ୍ତି, ଇରାନକୁ ଏହି କଥାର ଗ୍ୟାରେଣ୍ଟି ଦରକାର ଯେ, ଇସ୍ରାଏଲ ଏହାର ପରମାଣୁ ସ୍ଥାନ ଆଡ୍ଡା ଉପରେ ଆକ୍ରମଣ କରିବ ନାହିଁ । ସେତେବେଳେ ଇରାନ ନିଜର ନ୍ୟୁକ୍ଲିୟର ଏନରିଚମେଣ୍ଟ ପୋଗ୍ରାମ ଓ ଶକ୍ତି ଉତ୍ପାଦନକୁ ସମାନ୍ୟ କରିବା ଉପରେ ବିଚାର କରିପାରେ।