ନୂଆଦିଲ୍ଲୀ,୦୯/୦୬; ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ ମାମଲାରେ ଖାନ ସାରଙ୍କ ଗିରଫଦାରୀ ସ୍ଥଗିତ ରହିଛି । ପାଟନା କୋର୍ଟ ଖାନ ସାରଙ୍କ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି । ଫୈଜଲ ଖାନ ଓରଫ ଖାନ ସାରଙ୍କ ଆଗୁଆ ଜାମିନ ଆବେଦନ ଉପରେ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ପୁଲିସକୁ କେସ୍ ଡାଏରୀ ମାଗିଛନ୍ତି କୋର୍ଟ । ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୩୦ ତାରିଖରେ ହେବ । ଜିଲ୍ଲୀ ଜଜ୍ କୋର୍ଟ ଖାନ ସାରଙ୍କ ଆଗୁଣା ଜାମିନ ଆବେଦନର ଶୁଣାଣି କରିବା ପରେ ନିଷ୍ପତ୍ତି ସଂରକ୍ଷଣ ରଖିଛନ୍ତି ।

ସେପଟେ ପୁଲିସକୁ କେସ୍ ଡାଏରୀ ମାଗିଛନ୍ତି କୋର୍ଟ । ସାଧାରଣତଃ, ଯେତେବେଳେ କୌଣସି କୋର୍ଟରେ ଜାମିନ ଆବେଦନ ଦାଖଲ କରାଯାଏ, ପୁଲିସଠାରୁ ଅଭିଯୁକ୍ତଙ୍କ କେସ୍ ଡାଏରୀ ଏବଂ ଅପରାଧିକ ଇତିହାସ ମଗାଯାଇଥାଏ । ଖାନ୍ ସାରଙ୍କ ଆଗୁଆ ଜାମି ଦିଆଯାଇନାହିଁ କିନ୍ତୁ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲାଗିଛି । ଗତ ଜୁନ ୨ ତାରିଖରେ ପାଟନାରେ ଥିବା ଖାନ ସାରଙ୍କ କୋଚିଂ ସେଣ୍ଟ, ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍ ଉପରେ କିଛି ଲୋକ ଆକ୍ରମଣ କରିଥିଲେ । ଏହି ସମୟରେ ଖାନ ସାରଙ୍କ ଦୁଇ ଦଣ ଗାର୍ଡ ଗୁଳି ଚଳାଇଥିବାର ଭିଡିଓ ସାମ୍ନାସୁ ଆସିଥିଲା । ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଥିଲା । ଏହା ପରେ ଖାନ୍ ସାରଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ସେବେଠାକୁ ଖାନ୍ ସାର ଗିରଫ ହେବା ନେଇ ଖବର ଆସୁଥିଲା । କିନ୍ତୁ ଏବେ ତାଙ୍କୁ ସାମୂହିକ ଆଶ୍ୱସ୍ତି ମିଳିଛି । ଏବେ ଗିରଫ ହୋଇପାରିବେ ନାହିଁ ଖାନ୍ ସାର 

ଏହା ବି ପଢନ୍ତୁ...Underage Drinking: ID ନାହିଁ ତ ମିଳିବନି ଏଣ୍ଟ୍ରି: କମ୍ ବୟସଙ୍କ ପାଇଁ କର୍ଣ୍ଣାଟକରେ ମଦ କଟକଣା, ପବ୍, ବାରରେ ବୟସ ଯାଞ୍ଚ ନିର୍ଦ୍ଦେଶ  

ଫୈଜଲ ଖାନ୍ ଯିଏକି ଖାନ୍ ସାରଙ୍କ ନାମରେ ଜଣାଶୁଣା । ପାଟନାରେ ସେ ଏକ କୋଚିଂ ସେଣ୍ଟର ଚଳାଉଛନ୍ତି ।ସେ ପାଟନାରେ ଏକ ହସ୍ପିଟାଲ ମଧ୍ୟ ସ୍ଥାପନ କରିଛନ୍ତି । କୁହାଯାଏ ଯେ ସେ ପ୍ରତିମାସ ପ୍ରାୟ ୨୦ ଲକ୍ଷ ଟଙ୍କା ଆୟ କରନ୍ତି ଏବଂ ତାଙ୍କ ସମ୍ପତ୍ତିର ମୂଲ୍ୟ କୋଟି କୋଟି ଟଙ୍କା । ତଥାପି ସେ UPSC ପରୀକ୍ଷା ପାଇଁ ମାତ୍ର ୧୦,୦୦୦ ଟଙ୍କାରେ ପ୍ରସ୍ତୁତି କରାଉଛନ୍ତି, ଯାହା ଲକ୍ଷ ଲକ୍ଷ ଗରିବ ଏବଂ ମଧ୍ୟବିତ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆଶୀର୍ବାଦ ପରି । ପାଟନା ପ୍ରଶାସନ ଅଗ୍ନି ନିରାପତ୍ତା ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କ କୋଚିଂ ସେଣ୍ଟର ବନ୍ଦ କରିବାକୁ ନୋଟିସ ଜାରି କରିଥିଲେ । ତାଙ୍କୁ ଗିରଫ କରାଯାଇପାରେ ବୋଲି ଖବର ଖବର ଆସୁଥିଲେ କିନ୍ତୁ ତାଙ୍କୁ ଅନ୍ତରୀଣ ଆଶ୍ୱସ୍ତି ମିଳିଛି । ଏକ ସାଧାରଣ ପରିବାରରୁ ଆସିଥିବା ଖାନ ସାର୍ ଅନେକ ସଂଘର୍ଷ କରି ଆଜି ଦେଶର ସବୁଠୁ ଲୋକପ୍ରିୟ ଶିକ୍ଷକମାନଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି । ତାଙ୍କର ପଢ଼ାଇବା ଶୈଳୀ ଓ ସରଳ ଭାଷା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱପ୍ନ ପୂରଣ କରିବାରେ ସହାୟତା କରିଛି ।