ପୁରୀ: ପଡ଼ିଲା ଡାହୁକଙ୍କ ଡାକ, ଆରମ୍ଭ ହେଲା ରଥଟଣା । ଶ୍ରୀମନ୍ଦିର ଅଭିମୁଖେ ବାହାରିଲା ବଡ଼ ଠାକୁରଙ୍କ ରଥ । ସମସ୍ତ ନୀତିକାନ୍ତି ସାଙ୍ଗକୁ ଗଜପତି ମହାରାଜାଙ୍କ ଛେରା ପହଁରା ଶେଷ ହେବା ପରେ ଆରମ୍ଭ ହୋଇଛି ରଥଟଣା । ଆଗରେ ବଳଭଦ୍ରଙ୍କ ରଥ ବାହାରିଥିବାବେଳେ ଦେବୀ ସୁଭଦ୍ରାଙ୍କ ରଥଟଣା ଆରମ୍ଭ ହୋଇଛି । ତେବେ କାଳିଆ ଶରଧାବାଲିରେ ଚାହିଁ ରହିଛି । ଆଗରେ ବଡ଼ ଭାଇ ଏବଂ ମଝିରେ ଏବେ ଗେହ୍ଲୀ ଭଉଣୀ ଶ୍ରୀମନ୍ଦିର ଅଭିମୁଖେ । ଆଉ ଅଳ୍ପ ସମୟ ମଧ୍ୟରେ ଆଗକୁ ଗଡ଼ିବ ନନ୍ଦିଘୋଷ । ସମୟ ଯେତିକି ଗଡ଼ୁଛି ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ ସେତିକି ବଢ଼ିବାରେ ଲାଗିଛି ।