ବେଙ୍ଗାଲୁରୁ ୦୯/୦୬:  ସ୍ବଳ୍ପ ବୟସରୁ ମଦ୍ୟପାନ ଅଭ୍ୟାସକୁ ରୋକିବାକୁ କର୍ଣ୍ଣାଟକର ଗୃହମନ୍ତ୍ରୀ ପ୍ରିୟାଙ୍କ ଖଡ୍‌ଗେ ରାଜ୍ୟବ୍ୟାପୀ ପବ୍‌, ବାର୍, କ୍ଲବ, ଲାଉଞ୍ଜ, ରେସ୍ତୋରାଁ ଏବଂ ଆଲକଡଲ୍ ମିଳୁଥିବା ସମସ୍ତ ପ୍ରତିଷ୍ଠାନରେ ବୟସ ଯାଞ୍ଚ ନିୟମକୁ କଡ଼ାକଡ଼ି  ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  ସମସ୍ତ ସିଟି ପୁଲସି ଅଧିକାରୀଙ୍କୁ ଏଥିପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ପବ୍‌, ବାର, କ୍ଳବ, ଲାଉଞ୍ଜ, ରେସ୍ତୋରାଁ  ଏବଂ ମାଦକ ଦ୍ରବ୍ୟ ଉପଲବ୍ଧ କରାଉଥବା ସମସ୍ତ ପ୍ରତିଷ୍ଠାନକୁ ନୋଟିସ ଜାରି ଲାଗି କୁହାଯାଇଛି।


ପିଲାଙ୍କ ମଧ୍ୟରେ ବିଶେଷକରି ବୋଙ୍ଗାଲୁରୁରେ ମଦ ଓ ତମାଖୁ ସେବାନକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟ ଏହି ପଦକ୍ଷେପ ନିଆଯାଇଛି।  ପ୍ରିୟାଙ୍କ ଖଡ୍‌ଗେ କହିଛନ୍ତି ଯେ,  ବିଭିନ୍ନ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଦ୍ବାରା ନିକଟରେ କରାଯାଇଥିବା ଏକ ସର୍ଭେରେ ୪ ହଜାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିଲା। ଏଥିରୁ ଜଣାପଡିଛି ଯେ ପ୍ରତି ତିନି ଜଣ ପିଲା ମଧ୍ୟରୁ ଜଣେ ମଦ କିମ୍ବା ତମାଖୁ ବ୍ୟବହାର ଜନିତ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ରହିଛି। ଏହି ସର୍ଭେରୁ ଆହୁରି ଜଣାପଡିଛି ଯେ ପ୍ରା ୩୩ % ଅଂଶଗ୍ରହଣକାରୀ ମଦ୍ୟପାନ କରୁଥିବା ସ୍ବୀକାର କରିଛନ୍ତି। ପ୍ରାୟ ୧୮% ତମାଖୁ ନିଶାରେ ଅଭ୍ୟସ୍ତ । ଏହି ସଂଖ୍ୟା ଉଭୟ ରାଜ୍ୟ ଏବଂ ଜାତୀୟ ହାର ତୁଳନାରେ ଯଥେଷ୍ଟ ଅଧିକ।

ଅଧିକ ପଢ଼ନ୍ତୁ :-  Cancer breakthroughs: ପାନକ୍ରିଏଟିକ୍ କ୍ୟାନ୍ସର ଚିକିତ୍ସାରେ ଚମତ୍କାର Daraxonrasib, ୨ ଗୁଣା ବଢିଯିବ ରୋଗୀଙ୍କ ଆୟୁଷ

ଗବେଷକମାନେ ଏହା ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ମଦ୍ୟପାନ ଆରମ୍ଭ କରିବାର ହାରାହାରି ବୟସ ୧୭ ବର୍ଷ ଥିଳା ଏବଂ କିଛି କ୍ଷେତ୍ରରେ ମାତ୍ର ୮ ବର୍ଷ ବୟସରୁ ମଧ୍ୟ ମଦ୍ୟପାନ ଆରମ୍ଭ ହୋଇଥିବା ଜଣାପଡିଛି। ଏହା କେବଳ ଏକ ଲାଇସେନ୍ସ ସମ୍ବନ୍ଧୀୟ ସମସ୍ୟା ନୁହେଁ। ଏହା ଯୁବପିଢ଼ିଙ୍କ ସୁରକ୍ଷା ଏବଂ ଜନସ୍ବାସ୍ଥ୍ୟ ସହ ଜଡିତ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ବୋଲି ଖଡ୍‌ଗେ ଦର୍ଶାଇଛନ୍ତ।