ଭୁବନେଶ୍ଵର, ୨୪/୦୭ : ବାହୁଡ଼ା ଓ ସୁନା ବେଶରେ ପୁରୀରେ ପାଗ ଭଲ ରହିବ। ଆକାଶ ମେଘାଛନ୍ନ ରହିବା ସହ ପବନ ମଧ୍ୟ ରହିବ। କାଁ ଭାଁ ଅସରାଏ ବର୍ଷା ହୋଇପାରେ । ତେବେ ଶ୍ରଦ୍ଧାଳୁ ଭଲ ଭାବେ ଦର୍ଶନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ।

ଏପଟେ ୨୬ ତାରିଖରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାକୁ ନେଇ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି। ଏହା ପ୍ରଭାବରେ ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ୨୫ ଓ ୨୬ରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ । ୨୭ ଓ ୨୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି।

ଆହୁରି ପଢନ୍ତୁ- ଓଡ଼ିଶାରେ HCL tech ପ୍ରତିଷ୍ଠା କରିବ ଗ୍ଲୋବାଲ ଡେଲିଭରୀ ସେଣ୍ଟର, ଏଚସିଏଲ୍ ଟେକ୍ ଓ ସର୍ଭମ୍ ଏଆଇ ସହ ରାଜ୍ୟ ସରକାରଙ୍କ MOU