ଭୁବନେଶ୍ୱର,୧୦/୦୨: ଖଣ୍ଡଗିରି ଯାତ୍ରା ମହାକୁମ୍ଭର । ବିଦାୟ ରଜନୀର  ନାଟକ ପରିବେଷଣ କରି ମହାକୁମ୍ଭର ମହାଲଢ଼େଇ ମଇଦାନ ଛାଡ଼ିଛି ନାଟ୍ୟଶ୍ରୀ ‘ପୃଥ୍ୱୀରାଜ’ । ଅନୁଷ୍ଠାନ ଏହାର ବହୁ ଚର୍ଚ୍ଚିତ  ନାଟକ ‘ରାଜଧାନୀର ରଜନୀଗନ୍ଧା’ ପରିବେଷଣ କରି ମେଲାଣି  ନେଇଛି । ମହତାବ ପେଣ୍ଡାଲରୁ ପୃଥ୍ୱୀରାଜ ବିଦାୟ ନେବା ପରେ ସୋମବାରଠାରୁ ଏହି ମଞ୍ଚକୁ ଆସିବ ଯାତ୍ରା ସମ୍ରାଟ୍‌ ତୁଳସୀ  ଗଣନାଟ୍ୟ । ପାର୍ଟି ଏହି ମଞ୍ଚରେ ଦର୍ଶକଙ୍କୁ ୧୦ ତାରିଖରୁ ୧୭  ପର୍ଯ୍ୟନ୍ତ ନାଟକର ମଧୁଫାଶରେ ବାନ୍ଧିରଖିବାର ପ୍ରୟାସ କରିବ ।  ପ୍ରଥମ ରଜନୀରେ ଉପହାର ଦେବ ୟୁନିକ୍‌ ପ୍ରଦୀପ ବେହେରାଙ୍କ  ରଚିତ ଓ ନିର୍ଦ୍ଦେଶିତ ବହୁ ଚର୍ଚ୍ଚିତ ନାଟକ ‘ଜହ୍ନ ରାତିର ଝଡ଼’ । ନାଟକର ବିଭିନ୍ନ ଭୂମିକାରେ ରହିଛନ୍ତି ନୀର ସ୍ୱାଇଁ, ଅଶ୍ୱିନୀ, ଜୁଲି  ପଣ୍ଡା, ସୋନାଲି, ସୋଫିଆ, ପହଲି, ଟୁନା ଓ ଦୀପକ ବୋଷ ।  

ଅନ୍ୟ ଯାତ୍ରାନୁଷ୍ଠାନ କଥା ଦେଖିଲେ ‘ଯାଜ୍ଞସେନୀ’  ତୃତୀୟ ରଜନୀରେ ମଞ୍ଚସ୍ଥ କରିଥିଲା ରିପିଟ୍‌ ନାଟକ ‘ପାଞ୍ଚ  ପତିରେ ମୁଁ ସତୀ’ । ‘ବିଶ୍ୱ ଦରବାର’ ମଧ୍ୟ କହିବାକୁ  ଲାଜ ଶୁଣିଲେ ପାପକୁ ରିପିଟ୍‌ କରିଥିଲା । ଶିବାନୀର  ହାଃ କୃଷ୍ଣ ବୋଲି ଯାଉ ଜୀବ ଚତୁର୍ଥ ରଜନୀରେ  ମଞ୍ଚସ୍ଥ ହେବା ସହ ଦୁର୍ଗା ମନ୍ଦିର ତୃତୀୟ  ରଜନୀରେ ସେହି ଡିଏସ୍‌ପି ଦୁର୍ଗା ଭରସାରେ ରହିଥିଲା । ସେପଟେ ସୂର୍ଯ୍ୟ ମନ୍ଦିର  ହାଇଦର ହାତ ଛାଡ଼ିବାକୁ ନାରାଜ । ରବିବାରିଆ ଛୁଟିଦିନକୁ ନେଇ  ଅନୁଷ୍ଠାନ ତା’ର ହାଇଦର  ପ୍ରେମୀଙ୍କୁ ଦେଇଥିଲା ପୁଣି ରିପିଟ୍‌ ମଜା ।

ନିଶା ମହାରଣାଙ୍କ ଆଇଟମ୍‌ ଡ୍ୟାନ୍ସରୁ ଯାତ୍ରା ମଞ୍ଚ ପାଲଟିଲା ରଣକ୍ଷେତ୍ର: ଛୁରାମାଡ଼ରେ ଦୁଇ ଆହତ, ଅପେରା ବନ୍ଦ