ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଫେବ୍ରୁଆରୀ ୪ରୁ ଖଣ୍ଡଗିରି କୁମ୍ଭମେଳା, ଆଜି ଜରୁରି ବୈଠକ

Published By : Rasmita Pradhan | January 15, 2025 10:21 AM

ଭୁବନେଶ୍ୱର,୧୫/୦୧ : ଫେବ୍ରୁଆରୀ ୪ରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା । ସାଧୁସନ୍ଥଙ୍କ ଓଁକାର ଧ୍ୱନିରେ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାଗହ୍ୱର ପ୍ରକମ୍ପିତ ହେବ । ଚାଲିବ ବେଦ, ଭାଗବତ ଠାରୁ ଆରମ୍ଭ କରି ବିଭିନ୍ନ ଧର୍ମଚର୍ଚ୍ଚା । ମେଳା ପଡ଼ିଆ ସାଙ୍ଗକୁ ଦୁଲୁକିବ ଯାତ୍ରା ପେଣ୍ଡାଲ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଖଣ୍ଡଗିରି ଅଞ୍ଚଳ । ସେପଟେ ଖଣ୍ଡଗିରି ଯାତ୍ରା ମହାକୁମ୍ଭ ପାଇଁ ମଧ୍ୟ କମିଟି ଗୁଡ଼ିକ ତତ୍ପରତା ଆରମ୍ଭ କରିଦେଲେଣି । ଆଜି ଯାତ୍ରା କମିଟି ଓ ପୁଲିସ ପ୍ରଶାସନ ମଧ୍ୟରେ ପ୍ରଥମ ବୈଠକ ବସିଥିଲା । ଏଥର ମେଳା ଓ ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ସ୍ୱତନ୍ତ୍ର ‘କୋର୍‌ କମିଟି’ ଗଠନ ହୋଇଛି । ଜୋନ୍‌ ଏସିପିଙ୍କ ସମେତ ଖଣ୍ଡଗିରି ଥାନା ଅଧିକାରୀ, ମେଳା କର୍ତ୍ତୃପକ୍ଷ, ସମସ୍ତ ଯାତ୍ରା କମିଟି ସଭାପତି ଓ ସଂପାଦକ, ସ୍ଥାନୀୟ ଅଞ୍ଚଳର ୫ କର୍ପୋରେଟର ମାନଙ୍କୁ ନେଇ ଏହି କମିଟି ଗଠନ ହୋଇଛି । ଆସନ୍ତାକାଲି ସମସ୍ତଙ୍କୁ ନେଇ ଖଣ୍ଡଗିରି ଥାନାରେ ଏକ ଜରୁରି ବୈଠକ ଅନୁଷ୍ଠିତ ହେବ ।

ଖଣ୍ଡଗିରି ମେଳା କାହାଣୀ

ଇତିହାସ ଓ ବିଶ୍ୱାସର ମୂଳଦୁଆ ଉପରେ ଠିଆ ହୋଇଥିବା ଖଣ୍ଡଗିରି ପୀଠରେ କୁମ୍ଭମେଳାର ପ୍ରଚୀନତା କାହିଁ କେତେ ବର୍ଷର । କିମ୍ୱଦନ୍ତୀ ଓ ଇତିହାସ ପୃଷ୍ଠାରେ ଏହି ମେଳାର ଆରମ୍ଭ ସଂପର୍କରେ ନିର୍ଦ୍ଧିଷ୍ଟଭାବେ ଉଲ୍ଲେଖ ନ ଥିଲେ ମଧ୍ୟ ଆବାହମାନକାଳରୁ ଏହିମେଳା ସାର୍ବଜନୀନ ହୋଇ ସାରିଛି । ପ୍ରତିବର୍ଷ ମାଘ ସପ୍ତମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୯ ଦିନ ଧରି ଏହି ମେଳା ଆୟୋଜିତ ହୋଇଥାଏ । ପ୍ରବାଦଅଛି ଏକଦା ଶମ୍ଭାସୁର ନାମକ ଜଣେ ବହୁ ପ୍ରତାପୀ ଅସୁର କୁଷ୍ଠ ରୋଗରେ ପୀଡ଼ିତ ହୋଇଥିଲେ । ଉପଚାର ନିମନ୍ତେ ଅନନ୍ୟୋପାୟ ହୋଇ ଶମ୍ଭାସୁର ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରିଥିଲେ । ସୂର୍ଯ୍ୟଦେବଙ୍କ ଠାରୁ ଆଦେଶ ପାଇ ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଚାଲି ଚାଲି ଆସି ଖଣ୍ଡଗିରିରେ ପହଞ୍ଚିଲେ । ସେଠାରେ "ଖଣ୍ଡଖିରି' ସେବନ କରି ଜପତପ କରିବା ପରେ ସେ ରୋଗମୁକ୍ତ ହୋଇଥିଲେ । କୁମ୍ଭମେଳା ନାମରେ ନାମିତ ଏହି ୯ ଦିନ ବ୍ୟାପୀ ମେଳାକୁ ସ୍ଥାନୀୟ ଲୋକେ "ଅନନ୍ତ କେଶରୀଙ୍କ ଯାତ୍ରା' ବୋଲି ମଧ୍ୟ କହିଥାନ୍ତି । 

ଅଧିକ ପଢନ୍ତୁ-ଏନ୍‌ସିପିଆର୍‌ଙ୍କୁ ବାଲ୍ୟବିବାହ ଚିନ୍ତା,ସ୍କୁଲ ଆସୁନାହାନ୍ତି ୧୧ ହଜାର ପିଲା

ପୁରୀ ରଥଯାତ୍ରାଭଳି ପ୍ରତିବର୍ଷ ମାଘ ସପ୍ତମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଖଣ୍ଡଗିରିଠାରେ ଠାକୁର ଅନନ୍ତ କେଶରୀଙ୍କ ରଥଯାତ୍ରା ହୋଇଥାଏ । ରଥଯାତ୍ରା ସମୟରେ ଠାକୁର ଅନନ୍ତ କେଶରୀ ଦେବ ଜାଗମରା ଗ୍ରାମରେ ଥିବା ମାଉସୀଘର (ବର୍ତ୍ତମାନର ନାଗା ମଠ)କୁ ୯ ଦିନ ଲାଗି ଯାତ୍ରା କରିଥାନ୍ତି । ମାତ୍ର ଇଂରେଜ ମାନଙ୍କର ଓଡ଼ିଶା ଆକ୍ରମଣ ସମୟରେ ଖଣ୍ଡଗିରିରୁ ଠାକୁର ଅନନ୍ତ କେଶରୀଙ୍କୁ ଜାଗମରା ଗ୍ରାମକୁ ସ୍ଥାନାନ୍ତର କରା ଯାଇଥିବାର ବିଶ୍ୱାସ କରାଯାଏ । ସେହିଦିନ ଠାରୁ ଠାକୁର ୯ ଦିନ ପାଇଁ ଖଣ୍ଡଗିରିକୁ ଯାତ୍ରା କରନ୍ତି । ମେଳା ସରିବା ପରେ ଠାକୁରଙ୍କୁ ପୁଣି ଜାଗମରା ଗ୍ରାମକୁ ଅଣାଯାଇଥାଏ । ତେବେ ସମୟକ୍ରମେ ଏହି ପରମ୍ପରା ବଦଳି ଯାଇଛି । କେବଳ ମାଘ ସପ୍ତମୀ ଗୋଟିଏ ଦିନ ପାଇଁ ଠାକୁର ଅନନ୍ତ କେଶରୀଙ୍କୁ ଖଣ୍ଡଗିରି ପରିବର୍ତ୍ତେ ଉଦୟଗିରିର ରାଣୀହଂସପୁରକୁ ବାଜା, ବାଣ, ରୋଷଣି ମାଧ୍ୟମରେ ନିଆଯାଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.