PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ଖଣ୍ଡଗିରି ଯାତ୍ରା ମହାକୁମ୍ଭ: ଆଜି ରିପିଟ୍‌ ଲଢ଼େଇ

ଭୁବନେଶ୍ୱର,୧୪ା୨(ବ୍ୟୁରୋ): ପ୍ରଥମ ରାତିର ଲୋକପ୍ରିୟତା ପରେ ଦ୍ୱିତୀୟ ରାତିରେ ୩ଟି ଯାକ ପାର୍ଟି ନାଟକ ରିପିଟ୍‌ କରୁଛନ୍ତି । ଆଜି ବି ପୁଣିଥରେ ସେହି ନାଟକ ସବୁକୁ ଦର୍ଶକ ଦେଖିବାର ସୌଭାଗ୍ୟ ପାଇବେ ।
ମହତାବ ପେଣ୍ଡାଲରେ ଅପେରା ସ୍ୱର୍ଣ୍ଣ ମହଲ ଅରୁଣ ବାରିକଙ୍କ ରଚିତ ଓ ତାପସ ସ୍ୱାଇଁଙ୍କ ନିର୍ଦ୍ଦେଶିତ ଏକ ଭିନ୍ନ ଧରଣର ନାଟକ ‘ଆମ ଗାଁ ଭଗବାନ ତୁମ ଗାଁ ଆଲ୍ଲା’ ମଞ୍ଚସ୍ଥ କରିଛି । ଏହି ଦମ୍‌ଦାର ନାଟକରେ ଏକ ବିଶେଷ ଭୂମିକାରେ ଅଭିନୟ କରୁଛନ୍ତି ଷ୍ଟାଇଲିସ୍‌ ହିରୋ ପ୍ରତାପ । ପ୍ରତାପ-ଜିତାଙ୍କ ସହ ନାଟକରେ ଦୁର୍ଗା ଭୂୟାଁ, ସଞ୍ଜୟ, ରାଧା, କାବେରୀ, ଜଗା ପଣ୍ଡା, ହାସ୍ୟ ଅଭିନେତା ରବି ଶତପଥୀ ଓ ଧେଡ଼ିଆ ମୁନା ପ୍ରମୁଖଙ୍କ ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଥିଲା ।
ଜାଗମରା ଇନ୍ଦିରା ମଣ୍ଡପରେ ଗୌରୀ ଗଣନାଟ୍ୟର ‘ଗୌରୀ ନାନୀର ନୂଆ ଠିକଣା’ ନାଟକ ଦର୍ଶକଙ୍କୁ ମତୁଆଲା କରିଛି । ହର ବାରିକଙ୍କ ରଚିତ ଓ ନିର୍ଦ୍ଦେଶିତ ଏହି ନାଟକରେ ମୁଖ୍ୟ ଆକର୍ଷଣ ସାଜିଛନ୍ତି ନାୟିକା ରୀନା ପଣ୍ଡା । ଏଥିସହ ପ୍ରିୟ, କୁନା-ରଞ୍ଜି, ବାପୁନି, ଝୁନା, କମେଡି ମାଷ୍ଟର ବୁଦ୍ଧିଆନା, ନିଲୁଆ, ଜୟନ୍ତ ଓ ସଂଜୀବଙ୍କ ଦମ୍‌ଦାର ଅଭିନୟ ଦର୍ଶକଙ୍କୁ ସାରା ରାତି ମଞ୍ଚ ନିକଟରେ ବାନ୍ଧି ରଖୁଛି ।
ଘାଟିକିଆ ସନାତନ ମଣ୍ଡପରେ ଧଉଳି ଗଣନାଟ୍ୟର ଚର୍ଚ୍ଚିତ ନାଟକ ‘କହ ଗୌର ଦାସ, କାହାର ଦୋଷ’ରେ ଅଭିନେତା ଗୌର ଦାସ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ଦୀପକ ଜେନାଙ୍କ ରଚିତ ଏବଂ ଗୁରୁପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ନାଟକରେ ଗୌରଙ୍କ ସମେତ ଚର୍ଚ୍ଚିତ ଖଳନାୟକ ମହେନ୍ଦ୍ର ଦାସ (ବିକୁ ସେଠ୍‌), ମୁନା-ନମିତା, ବୁଢ଼ା, କବିତା, ସାନମଣି, ନରି ପଣ୍ଡା ପ୍ରମୁଖ ଦମ୍‌ଦାର ଅଭିନୟ କରୁଛନ୍ତି ।
ଅପରପକ୍ଷେ ଆଜିଠାରୁ ଯାତ୍ରା ଲଢ଼େଇରେ ସାମିଲ୍‌ ହୋଇଛି ଶିବାନୀ ଗଣନାଟ୍ୟ । ଉଦୟଗିରି ମୁଣ୍ଡିଆ ତଳ ପାର୍କିଂ ପଡ଼ିଆରେ ବରମୁଣ୍ଡା ବାରଭୂଜା ସାଂସ୍କୃତିକ ପରିଷଦ ମଣ୍ଡପରେ ସୁଶ୍ରୀ ସଂଗୀତା ମିଶ୍ରଙ୍କ ରଚିତ ଓ କିଶୋର ଖଣ୍ଡୁଆଳଙ୍କ ନିର୍ଦ୍ଦେଶିତ ନାଟକ ‘ରଜନୀ ସଜନୀ ରାତି ପାହିଲା’ ମଞ୍ଚସ୍ଥ କରିବ । ପାର୍ଟିର ମୁଖ୍ୟ ଆକର୍ଷଣ ସାଜିବେ ଖଣ୍ଡଗିରି ଯାତ୍ରା ମହାକୁମ୍ଭର ଚର୍ଚ୍ଚିତ ନାୟିକା ଟିକି ।