ମୁମ୍ବାଇ ୨୨/୧୨: ସାଉଥ୍ ସୁପରଷ୍ଟାର ୟଶ୍‌ଙ୍କର ଅପ୍‌କମିଂ ଫିଲ୍ମ ‘ଟକ୍ସିକ୍’ ଦୀର୍ଘ ଦିନ ହେଲା ଚର୍ଚ୍ଚାରେ ରହିଛି । ନିକଟରେ ଫିଲ୍ମରେ ୟଶ୍‌ଙ୍କ ଫାର୍ଷ୍ଟ ଲୁକ୍‌କୁ ଜାରି କରାଯାଇଥିଲା । ତାକୁ ଲୋକେ ବେଶ୍ ପସନ୍ଦ କରିଥିଲେ । ରବିବାର ନିର୍ମାତାମାନେ ଫିଲ୍ମର ମୁଖ୍ୟ ଅଭିନେତ୍ରୀ କିଆରା ଆଡ୍‌ଭାନିଙ୍କ ଫାର୍ଷ୍ଟ ଲୁକ୍‌କୁ ଜାରି କରିଛନ୍ତି । ସେହି ପୋଷ୍ଟରରେ କିଆରା କଳା ରଙ୍ଗର ଏକ ଅଫ୍-ସୋଲଡର ଗାଉନ୍‌ରେ ଡ୍ୟାନ୍ସ ଫ୍ଲୋରରେ ସ୍ପଟଲାଇଟ୍ ମଧ୍ୟରେ ଏକୁଟିଆ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । ସେ ଗଭୀର ଚିନ୍ତାରେ ନିମଗ୍ନ ଥିବାବେଳେ ତାଙ୍କ ଆଖିରୁ ଲୁହ ବୋହୁଛି ।

 

 
 
 
 
 
 
 
 
 
 
 
 
 
 
 

A post shared by Yash (@thenameisyash)

‘ଟକ୍ସିକ୍’କୁ ଗୀତୁ ମୋହନଦାସ ନିର୍ଦ୍ଦେଶନା ଦେଇଛନ୍ତି । ୟଶ୍ ଏବଂ କିଆରାଙ୍କ ବ୍ୟତୀତ ଏଥିରେ ତାରା ସୁତାରିଆ, ହୁମା କ୍ୟୁରେଶୀ, ରୁକ୍ମିଣୀ ବସନ୍ତ, ଅକ୍ଷୟ ଓବରୟ ଏବଂ ସୁଦେବ ନାୟାର ବି ଅଛନ୍ତି । ଫିଲ୍ମକୁ ଏକ ସଙ୍ଗରେ କନ୍ନଡ଼ ଏବଂ ଇଂରାଜୀ ଭାଷାରେ ସୁଟିଂ କରାଯାଇଛି । ଆସନ୍ତାବର୍ଷ ମାର୍ଚ୍ଚ ୧୯ ତାରିଖରେ ଇଦ୍ ଅବସରରେ ୬ଟି ଭାଷାରେ ତାହା ରିଲିଜ୍ ହେବ ।