ନୂଆଦିଲ୍ଲୀ : ରୁଷ୍ର କୁର୍ସ୍କ କ୍ଷେତ୍ରକୁ ୟୁକ୍ରେନୀଙ୍କ ଠାରୁ ମୁକ୍ତ କରିବା ପାଇଁ ଶାସକ କିମ୍ ଜୋଙ୍ଗ ଉନ୍ ନିଜର ସୈନିକଙ୍କୁ ଭ୍ଲାଦିମିର ପୁଟିନଙ୍କ ସାହାଯ୍ୟ ପାଇଁ ପଠାଇ ଥିଲେ, କିନ୍ତୁ ଏବେ କିମ୍ ରୁଷ୍-ୟୁକ୍ରେନ ଯୁଦ୍ଧକୁ ନିଜ ହାତକୁ ନେଇଛନ୍ତି। ନିକଟରେ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା କି, ଉତ୍ତର କୋରିଆର ସୈନିକଙ୍କ ବହୁ ସଂଖ୍ୟାରେ ମୃତ୍ୟୁ ହେଉଛି। ରୟଟର୍ସ ରିପୋର୍ଟ କରିଥିଲା ଯେ, ଯୁଦ୍ଧରେ ଉତ୍ତର କୋରିଆର ହଜାରେରୁ ଅଧିକ ସୈନିକଙ୍କ ମୃତ୍ୟୁ ହୋଇଛି। ସାଉଥ୍ କୋରିଆର ସେନାର ଗୁଇନ୍ଦା ରିପୋର୍ଟ କି , କିମ୍ ଜୋଙ୍ଗ ଉନ୍ ଏବେ ରୁଷ୍କୁ ଯୁଦ୍ଧରେ ସାହାଯ୍ୟ କରିବା ଓ ୟୁକ୍ରେନୀୟଙ୍କ ଠାରୁ ପ୍ରତିଶୋଧ ନେବାରେ ସୁସାଇଡ୍ ଡ୍ରୋନ୍ ତିଆରି କରୁଛନ୍ତି। ଖାଲି ଏତିକି ନୁହେଁ ବିନାଶକାରୀ ଅସ୍ତ୍ର ବ୍ୟତୀତ ନିଜ ସେନାର ଭୟଙ୍କର ସୈନିକଙ୍କ ଗ୍ରୁପ୍କୁ ପଠାଇବାକୁ ପ୍ରସ୍ତୁତ କରୁଛନ୍ତି।
ସିଓଲର ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ (ଜେସିଏମ) ଅନୁସାରେ , ଉତ୍ତର କୋରିଆ ପ୍ରଥମେ ହିଁ ୨୪୦ ମିମି ମଲ୍ଟିପଲ ରକେଟ୍ ଲଞ୍ଚର ଓ ୧୭୦ ମିମି ସ୍ୱ-ଚାଳିତ ହୋଭିତଜର ତୋପ ପ୍ରଦାନ କରିଛି। ଜେସିଏସର ଏକ ଅଧିକାରୀ କହିଛନ୍ତି , ଆତ୍ମଘାତୀ ଡ୍ରୋନ୍ ସେହି ହତିଆର ମଧ୍ୟରୁ ଗୋଟିଏ , ଯାହା ଉପରେ କିମ୍ ଜୋଙ୍ଗ୍ ବହୁତ ଜୋର ଦେଇଛନ୍ତି। ସେ କହିଛନ୍ତି କି, ଉତ୍ତର କୋରିଆ ଶାସକ ସୁସାଇଡ୍ ଡ୍ରୋନ୍ ରୁଷ୍କୁ ଦେବାକୁ ସ୍ଥିର କରିଛନ୍ତି।
ସିଓଲ, ୱାଶିଂଟନ ଓ କିଭ୍ କହିଛନ୍ତି କି, ରୁଷ୍ରେ ପାଖାପାଖି ୧୨୦୦୦ ଉତ୍ତର କୋରିଆ ସୈନିକ ଅଛନ୍ତି। ଏଥିରୁ ଅତି କମ୍ରେ ୧,୧୦୦ ଲୋକଙ୍କ ଜୀବନ ଯାଇଛି ବା ଆହତ ହୋଇଛନ୍ତି। ଦକ୍ଷିଣ କୋରିଆର ଗୁଇନ୍ଦା ଏଜେନ୍ସିର ଗତ ସପ୍ତାହର ବ୍ରିଫିଂ ଅନୁସାରେ , କୁର୍ସ୍କ କ୍ଷେତ୍ରରେ ପାଖାପାଖି ୧୦୦ ଲୋକଙ୍କ ମୃତ୍ୟୁ ଓ ଆହୁରି ୧,୦୦୦ ଆହତ ହେବାର ସୂଚନା ରହିଛି।
ଯୁଦ୍ଧ ମଧ୍ୟରେ ରୁଷ୍ ଓ ଉତ୍ତର କୋରିଆରେ ବଢୁଥିବା ନିକଟତରତା ଓ ସେନା ସମ୍ୱନ୍ଧକୁ ସିଓଲ ନିଜ ପାଇଁ ବିପଦ ମନେକରୁଛି। ଗତ କିଛି ଦିନରୁ ଉତ୍ତର କୋରିଆ ନିଜର ପାରମ୍ପରିକ ସେନା ଗୁଡ଼ିକର ଆଧୁନିକୀକରଣ କରୁଛି।