PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

୨୪ରେ କିସାନ୍‌ ସ୍କିମ୍‌ ଶୁଭାରମ୍ଭ କରିବେ ମୋଦି

source:www.ndtv.com

ନୂଆଦିଲ୍ଲୀ,୧୩ା୨(ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତମାସ ୨୪ ତାରିଖରେ କିସାନ୍‌ ସ୍କିମ୍‌ ଶୁଭାରମ୍ଭ କରିବେ । ଏହି ସ୍କିମ୍‌ରେ ଦେଶର ପାଖାପାଖି ୧୨ କୋଟି ଚାଷୀଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ୩ଟି କିସ୍ତିରେ ୨,୦୦୦ ଟଙ୍କା ଲେଖାଏଁ ଏହି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଛଡ଼ାଯିବ । ଅନ୍ତରୀଣ ବଜେଟ୍‌ ୨୦୧୯-୨୦ରେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ୍‌ ଏହି ଘୋଷଣା କରିଥିଲେ ।
ବିଜେପି ନେତା ସତ୍ୟେନ୍ଦ୍ର ସିହ୍ନା କହିଛନ୍ତି, ଉତ୍ତର ପ୍ର୍ରଦେଶର ଗୋରଖପୁରସ୍ଥିତ ଫର୍ଟିଲାଇଜର ଗ୍ରାଉଣ୍ଡରେ ବିଜେପି ପକ୍ଷରୁ ଦୁଇଦିନିଆ ଚାଷୀ ସମାବେଶ ଅନୁଷ୍ଠିତ ହେବ । ୨୩ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଏହି ସମାବେଶକୁ ଉଦ୍‌ଘାଟନ କରିବେ । ଏହାର ଦିନକ ପରେ ପ୍ରଧାନମନ୍ତ୍ରୀ ମୋଦି ‘କିସାନ୍‌ ସମ୍ମାନ ନିଧି ଯୋଜନା’ ଶୁଭାରମ୍ଭ କରିବେ । ଏଥିରେ ଗୋରଖପୁର ଓ ଏହାର ଆଖପାଖ ଜିଲ୍ଲାରୁ ପ୍ର୍ରାୟ ୭,୦୦୦ ଚାଷୀ ଯୋଗଦେବେ ।
ଏହି ବିଶାଳ ଚାଷୀ ସମାବେଶ ପାଇଁ ବିଜେପି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ର୍ରହଣ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତେବେ ଏହି ଅବସରରେ କେତେ ଚାଷୀଙ୍କୁ କିସାନ୍‌ ସ୍କିମ୍‌ ଅର୍ଥ ପ୍ରଦାନ କରାଯିବ, ସେ ନେଇ କିଛି କୁହାଯାଇ ନାହିଁ । ସମାଜବାଦୀ ପାର୍ଟି ଜିଲ୍ଲା ସଭାପତି ପ୍ରହଲ୍ଲାଦ ଯାଦବ କହିଛନ୍ତି, ୨୦୧୬ରେ ପ୍ରଧାନମନ୍ତ୍ରୀ ଗୋରଖପୁରରେ ଦୁଇଟି ପ୍ରକଳ୍ପ ଯଥା ଏମ୍ସ ଓ ସାର କାରଖାନା ପାଇଁ ଭିତ୍ତିପ୍ର୍ରସ୍ତର ସ୍ଥାପନ କରିଥିଲେ । କିନ୍ତୁ ଭିତ୍ତିପ୍ର୍ରସ୍ତର ସ୍ଥାପନକୁ ୩ ବର୍ଷ ବିତିଥିଲେ ହେଁ, ପ୍ରକଳ୍ପ ଶେଷ ହୋଇପାରି ନାହିଁ ।

ସମ୍ବନ୍ଧିତ ଖବର