PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଆପଣଙ୍କ ରୋଷେଇ ଘରେ ନକାରତ୍ମକ ଶକ୍ତି ଅଛି କି ? ତେବେ ଭୁଲରେ ବି ରଖନ୍ତୁ ନାହିଁ ଏହି ସାମଗ୍ରୀକୁ

ରାତି ଦିନ ପେଟ ପାଇଁ ଚିନ୍ତା କରୁଥିବା ରୋଷେଇ ଘର ଅନ୍ୟ ଘର ଅପେକ୍ଷା ବେଶି ମହତ୍ତ୍ବପୂର୍ଣ୍ଣ ହୋଇଥାଏ। ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣା ବାସ କରନ୍ତି ବୋଲି କୁହାଯାଏ। ଏମିତି ବି କୁହାଯାଏ ଯଦି ରୋଷେଇ ଘରେ କୈାଣସି ପ୍ରକାର ନକରାତ୍ମକ ଶକ୍ତି ଥାଏ ତେବେ ପୂରା ପରିବାରକୁ ହଇରାଣରେ ପକାଇଦେବ। ଘରର ମହିଳାମାନେ ଅଧିକ ସମୟ ଧରି ରୋଷେଇ ଘରେ ରହିଥାନ୍ତି। ଖାଇବା ବନାଇବା ସମୟରେ ଯଦି ମହିଳାଙ୍କ ଦେହରେ ନକରାତ୍ମକ ଶକ୍ତି ପଶେ ତେବେ ତାହା ଖାଦ୍ୟ ମାଧ୍ୟମରେ ଘରର ଅନ୍ୟ ସମସ୍ତ ସଦସ୍ୟଙ୍କ ଶରୀରକୁ ପ୍ରବେଶ କରିଥାଏ। ଫଳରେ ଘରେ ଅଶାନ୍ତି ଓ ଧନହାନି ଦେଖାଦେଇଥାଏ। ତେଣୁ ବାସ୍ତୁ ଅନୁସାରେ ରୋଷେଇ ଘରର ସମସ୍ତ ଜିନିଷ ଠିକ୍ ସ୍ଥାନରେ ରହିବା ନିହାତି ଜରୁରୀ। ତେବେ ଆସନ୍ତୁ ଜାଣିବା ରୋଷେଇ ଘରର ସାମଗ୍ରୀକୁ କେଉଁ ସ୍ଥାନରେ ରଖିବେ ଓ କେଉଁ ସ୍ଥାନରେ ରଖିବେ ନାହିଁ।

୧. ରୋଷେଇ ଘର ସର୍ବଦା ଦକ୍ଷିଣ ପୂର୍ବ ସ୍ଥାନରେ ରହିବା ଦରକାର। ଏହା ଦ୍ବାରା ଧନ ବୃଦ୍ଧି ହୋଇଥାଏ।
୨. ରୋଷେଇ ଘରର କବାଟ ପୂର୍ବ, ଉତ୍ତର-ପୂର୍ବ କିମ୍ବା ଉତ୍ତରରେ ରହିବା ଦରକାର। ଦକ୍ଷିଣ ଏବଂ ପଶ୍ଚିମରେ ଭୁଲ୍ ରେ ବି କରିବେ ନାହିଁ ରୋଷେଇ ଘର।
୩. ଖାଦ୍ୟ ବନାଇବା ସମୟରେ ଦକ୍ଷିଣ-ପୂର୍ବ ଅଥବା ଅଗ୍ନିକୋଣରେ ଚୁଲାକୁ ଏମିତି ରଖିବ ଯେ ରୋଷେଇ କରୁଥିବା ମହିଳା କିମ୍ବା ପୁରୁଷର ମୁହଁ ଯେମିତି ପୂର୍ବ କିମ୍ବା ଉତ୍ତରକୁ ରହିବ।
୪. ବିଜୁଳି ସାମଗ୍ରୀ ଯଥା ମାଇକ୍ରୋଓ୍ବେବ୍କୁ ଦକ୍ଷିଣ-ପୂର୍ବ କୋଣରେ ରଖିବେ। ବାସନ ଷ୍ଟାଣ୍ଡକୁ ଦକ୍ଷିଣ-ପଶ୍ଚିମ ଦିଗରେ ରଖିବେ।
୫. ଖାଇବା ସାମଗ୍ରୀକୁ ଉତ୍ତର-ପଶ୍ଚିମରେ ରଖିବେ। ଅନ୍ୟ ଦିଗରେ ବିଲକୁଲ୍ ବି ରଖିବେ ନାହିଁ।
୬. ଓ୍ବାଶିଂ ମେସିନକୁ ଅଥବା କୈାଣସି ପାଣି ସାମଗ୍ରୀକୁ ରୋଷେଇ ଗୃହ ଆଡ଼କୁ ମୁହଁ କରି ରଖିବେ ନାହିଁ।