ନୂଆଦିଲ୍ଲୀ : କୋଲାକାତା ନାଇଟ୍ ରାଇଡର୍ସର ହ୍ୟାଟ୍ରିକ୍ ବିଜୟ । ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କଲା ରାହାଣେ ବାହିନୀ । ୧୬୬ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ଦଳ ୧୦ ବଲ ପୂର୍ବରୁ ବିଜୟ ହାସଲ କରିଛି । ଦଳ ପକ୍ଷରୁ ରଘୁବଂଶୀ ଅର୍ଦ୍ଧଶତୀୟ ପାଳି ଖେଳିଥିଲେ । ସେ ଦଳକୁ ବିଜୟୀ କରାଇବାରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି । ରଘୁବଂଶୀ ୪୭ ବଲରୁ ୫୯ ରନ କରିଛନ୍ତି । ତେବେ ଆଜିର ମ୍ୟାଚରେ ଫିକା ପଡ଼ିଥିଲେ ହାଇଦ୍ରାବାଦ ବୋଲର ।

୧୬୬ ରନକୁ ପିଛା କରୁଥିବାବେଳେ ଦଳ ପ୍ରଥମରୁ ଦମଦାର ବ୍ୟାଟିଂ କରିଥିଲା । ଫିନ୍ ଆଲେନ ଏବଂ ରାହାଣେ ଆକ୍ରମଣାତ୍ମକ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ । ରାହାଣେ ୩୬ ବଲରୁ ୪୩ ରନ କରିଥିବାବେଳେ ଆଲେନ ୧୩ ବଲରୁ ୨୯ ରନ କରିଥିଲେ । ସେ କମିନ୍ସଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ପରେ ରିଙ୍କୁ ସିଂହ ୧୧ ବଲରୁ ୨୨ ରନ୍ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ପାଟ କମିନ୍ସ, ଶିବାଙ୍ଗ କୁମାର ଏବଂ ସାବିବ ହୁସେନ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ ।

ଟସ୍ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ଦଳ ପ୍ରଥମରୁ ଭଲ ଆରମ୍ଭ କରିଥିଲା । ଦୁଇ ଓପନର ଅଭିଷେକ ଶର୍ମା ଏବଂ ଟ୍ରାଭିସ୍ ହେଡ ପାଓ୍ବାର ପ୍ଲେରେ କୋଲକାତା ବୋଲରଙ୍କ ଉପରେ ମହଙ୍ଗା ପଡ଼ିଥିଲେ । ପରେ କିନ୍ତୁ ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ପାଇଁ ଦଳ ୧୬୫ ରନରେ ଅଲଆଉଟ୍ ହୋଇଥିଲା । କୋଲକାତା ଆଗରେ ୧୬୬ ରନର ବିଜୟ ଲକ୍ଷ୍ୟ ରଖିପାରିଥିଲା । ହାଇଦ୍ରାବାଦ ପକ୍ଷରୁ ଟ୍ରାଭିସ ହେଡ ସର୍ବାଧିକ ୨୮ ବଲରୁ ୬୧ ରନ୍ କରିବାରେ ସକ୍ଷମ ହୋଇଥିଲେ ।

ସେପଟେ ବରୁଣ ଚକ୍ରବର୍ତ୍ତୀ ୩ ଓ୍ବିକେଟ ନେଇ ଦଳକୁ ଏକ ଦୃଢ଼ ସ୍ଥିତିରେ ରଖିପାରିଥିଲେ । ଅଭିଷେକ ଶର୍ମା ୧୫ ରନ କରିଥିବାବେଳେ ହେଡ କିମ୍ବୁ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ । ପରେ ଇଶନ କିଷନ ୨୯ ବଲରୁ ୪୨ ରନ୍ କରିପାରିଥିଲେ ।

ସେପଟେ ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କ୍ଲାସେନ ୧୧ ରନ କରିଥିଲେ । ସେ ଲଗାତାର ଛକା-ଚୌକା ଦୁଇଟି ବାଉଣ୍ଡୁରୀ ମାରିଥିଲେ କିନ୍ତୁ ପାଓ୍ବେଲଙ୍କ ହାତରେ ଧରାପଡ଼ିଥିଲେ । ପରେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ସେପଟେ କୋଲକାତା ପକ୍ଷରୁ ସୁନୀଲା ନାରାୟଣ ଏବଂ କାର୍ତ୍ତିକ ତ୍ୟାଗୀ ୨, ବରୁଣ ଚକ୍ରବର୍ତ୍ତୀ ୩, ବୈଭବ ଅରୋରା, ଅନୁକୂଳ ରୟ, ଗ୍ରୀନ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।

ଏହାସହ ପଢ଼ନ୍ତୁ : ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଗିଲ୍ ବାହିନୀ, ବ୍ୟାଟିଂ କରିବ ପଞ୍ଜାବ