ହୀରା ହାର ଠାରୁ ନେଇ କୋଟି କୋଟି ଟଙ୍କାର କାର…ଆଥିଆ-ରାହୁଲଙ୍କୁ ଦାମୀ ଉପହାର

zeenews
ମୁମ୍ବାଇ ୨୬/୦୧: ଜାନୁଆରୀ ୨୩ ରେ କ୍ରିକେଟର କେଏଲ୍ ରାହୁଲ ଏବଂ ଅଭିନେତ୍ରୀ ଆଥିଆ ଶେଟ୍ଟୀ ବିବାହ କରିଥିଲେ। ଏହି ନବ ଦମ୍ପତିଙ୍କ ବିବାହ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁହିଁଙ୍କ ବିବାହରେ କେବଳ ଘନିଷ୍ଠ ବନ୍ଧୁ, ସମ୍ପର୍କୀୟ ଏବଂ ପରିବାର ସଦସ୍ୟ ଯୋଗ ଦେଇଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଥିଆ ଏବଂ ରାହୁଲଙ୍କୁ କୋଟି କୋଟି ଟଙ୍କାର ବିବାହ ଉପହାର ମିଳିଛି।
ସୂଚନା ଅନୁଯାୟୀ, ଆଥିଆ-ରାହୁଲଙ୍କୁ ପରିବାର, ବନ୍ଧୁ ଏବଂ ସମ୍ପର୍କୀୟଙ୍କଠାରୁ ବିଳାସପୂର୍ଣ୍ଣ ଉପହାର ମିଳିଛି। ସୁନୀଲ ଶେଟ୍ଟୀ ତାଙ୍କ ପ୍ରିୟ ଝିଅ-ଜ୍ୱାଇଁଙ୍କୁ ଏକ ଆପାର୍ଟମେଣ୍ଟ ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ପ୍ରାୟ ୫୦ କୋଟି ଟଙ୍କା । ଏହି ଦମ୍ପତିଙ୍କୁ ଆନ୍ନାଙ୍କ ସର୍ବୋତ୍ତମ ବନ୍ଧୁ ସଲମାନ ଖାନ ୧.୬୪ କୋଟି ଟଙ୍କା ମୂଲ୍ୟର ଏକ ଅଡି କାର ଉପହାର ଦେଇଛନ୍ତି।
ସେହିପରି, ଅଭିନେତା ଜ୍ୟାକି ଶ୍ରଫ ଆଥିଆଙ୍କୁ ୩୦ ଲକ୍ଷ ଟଙ୍କା ମୂଲ୍ୟର ଏକ ଘଣ୍ଟା ଉପହାର ଦେଇଛନ୍ତି। ଆଥିଆଙ୍କ ଘନିଷ୍ଠ ବନ୍ଧୁ ଅର୍ଜୁନ କପୁର ତାଙ୍କୁ ଏକ ହୀରା ବ୍ରେସଲେଟ୍ ଦେଇଛନ୍ତି, ଯାହାର ମୂଲ୍ୟ ୧.୫ କୋଟି ଟଙ୍କା। ଏଥି ସହିତ କ୍ରିକେଟର ବିରାଟ କୋହଲି ରାହୁଲଙ୍କୁ ୨.୧୭ କୋଟି ଟଙ୍କା ମୂଲ୍ୟର ବିଏମଡବ୍ଲୁ କାର ଉପହାର ଦେଇଛନ୍ତି। ସେହିପରି ମହେନ୍ଦ୍ର ସିଂହ ଧୋନି ରାହୁଲଙ୍କୁ ୮୦ ଲକ୍ଷ ଟଙ୍କା ମୂଲ୍ୟର କାୱାସାକି ନିଞ୍ଜା ବାଇକ୍ ଦେଇଛନ୍ତି।