ନୂଆଦିଲ୍ଲୀ,୨୦/୧୨: ତାଇୱାନ ରାଜଧାନୀ ତାଇପେଇରେ ଚାଞ୍ଚଲ୍ୟ । ଆସିଲା ଛୁରୀ ଭୁସି ଦେଇ ଚାଲିଗଲା । ଆତତାୟୀର ଆତଙ୍କରେ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି । ରକ୍ତ ରଞ୍ଜିତ ହୋଇଛି ତାଇପେଇ ମେଟ୍ରୋ ଷ୍ଟେସନ । ଛୁରାମାଡ଼ ସହିତ ସ୍ମୋକ୍ ବୋମା ଫିଙ୍ଗିଲା ଆତତାୟୀ । ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ଜଣ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣ କରିବା ପରେ କୋଠାରୁ ଡେଇଁ ଆତ୍ମହତ୍ୟା କରିଛି ଆତତାୟୀ ।

ଜଣେ ସନ୍ଦିଗ୍ଧ ସ୍ମୋକ୍ ବୋମା ଓ ଛୁରାମାଡ଼ ଘଟଣାରେ ୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସନ୍ଦିଗ୍ଧ ଆକ୍ରମଣକାରୀ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ତାଇପେଇ ସିଟି ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ତାଇପେଇ ମେୟରଙ୍କ ସୂଚନାନୁଯାୟୀ ସନ୍ଦିଗ୍ଧ ଆକ୍ରମଣକାରୀ କୋଠାରୁ ଡେଇଁ ପଡିଥିଲା । ଏହି ଛୁରାମାଡ଼ ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୫୭ ବର୍ଷୀୟ ପୁରୁଷ ଅଛନ୍ତି । ପୁଲିସ୍ ଆକ୍ରମଣ ସମ୍ପର୍କରେ ଅଧିକ ବିବରଣୀ ପ୍ରଦାନ କରିନାହିଁ ।

ଜଣେ ବ୍ୟକ୍ତି ମୁହଁରେ କପଡ଼ା ବାନ୍ଧି ଲୋକଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ସେ ଛୁରୀ ଏବଂ ଧୂଆଁ ଗ୍ରେନେଡରେ ଭିଡ଼ ଉପରେ ଆକ୍ରମଣ କରିଥିଲା । ଅଧିକାରୀମାନେ କହିଛନ୍ତି ଯେ ସନ୍ଦିଗ୍ଧ ଆକ୍ରମଣକାରୀକୁ ଧରିବାକୁ ପିଛା କରୁଥିବା ସମୟରେ ସେ ଏକ କୋଠାରୁ ଖସି ପଡ଼ିଥିଲା  ଏବଂ ତାଙ୍କର ମୃତ୍ୟୁ ହୋଇଥିଲା ।  ପୁଲିସ ସୂଚନା ଅନୁସାରେ ସେ କୋଠାର ଷଷ୍ଠ ମହଲାରୁ ଖସିପଡ଼ିବା ପରେ ଡାକ୍ତରଖାନା ନିଆଯାଇଥିଲା . ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।