PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଏଭଳି ନିଜକୁ ଫିଟ୍ ରଖନ୍ତି ଆକଟ୍ରେସ ତଥା ଟିଏମସିର ସୁନ୍ଦରୀ ସାଂସଦ ନୁସରତ ଜାହାଁ

ନୂଆଦିଲ୍ଲୀ, ୧୩।୭: ପଶ୍ଚିମବଙ୍ଗର ଓ୍ବସିରହାଟରୁ ଟିଏମସି ସାଂସଦ ଥିବା ନୂସରତ ଜାହାଁ ନିର୍ବାଚନ ଜିତିବା ପରେ ଲଗାତାର ଖୁବ୍ ଚର୍ଚ୍ଚାରେ ରହିଛପନ୍ତି। କେବେ ନିଜର କପଡାକୁ ନେଇ କେବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ। ତାଙ୍କର ଫ୍ୟାନ୍ ଫଲୋଇଙ୍ଗ ମଧ୍ୟ ଖୁବ୍ ଜୋରଦାର। ସୋସିଆଲ ମିଡିଆରେ ତାଙ୍କର ସୁନ୍ଦରତା ଏବଂ ଫିଟନେସକୁ ନେଇ ଖୁବ୍ କେଜ୍ର ଦେଖିବାକୁ ମିଳିଛି। ପ୍ରତ୍ୟେକ ଲୋକ ତାଙ୍କର ବଡି ଫିଟନେସର ରାଜ ଜାଣିବାକୁ ଚାହାନ୍ତି। ତେବେ ଆସନ୍ତୁ ଜାଣିବା ତାଙ୍କର ଫିଟନେସର ରାଜ।

ନୁସରତ ସବୁଦିନ ସକାଳେ ଖୋଲା ଆକାଶ ତଳେ ବୁଲିବାକୁ ପସନ୍ଦ କରିଥାନ୍ତି। ତାଙ୍କର ସବୁଠାରୁ ପସନ୍ଦଯୋଗ୍ୟ ଏକ୍ସରସାଇଜ ହେଲା ଦୌଡିବା। ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ସେ କାର୍ଡିଓ ଓ ଅଧଘଣ୍ଟା ଯୋଗ କରିଥିାନ୍ତି।

ଯଦି ଡାଏଟ୍ କଥା ହେବା ତେବେ ନୁସରତ ନିଜର ସକାଳ ଗ୍ରୀନ ଟି’ରୁ ଆରମ୍ଭ କରିଥାନ୍ତି। ବ୍ରେକଫାଷ୍ଟରେ ସେ କୌଣସି ରୁଲ ରଖିନାହାନ୍ତି, ପ୍ରତିଦିନ ଭିନ୍ନ ଭିନ୍ନ ବ୍ରେକଫାଷ୍ଟ ଖାଇଥାନ୍ତି।

ନୁସରତ ଅଙ୍ଗୁର ଖୁବ୍ ଖାଇଥାନ୍ତି, କାରଣ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ। ଏହାଛଡା ତାଙ୍କୁ କମଳା ଖଇବାକୁ ମଧ୍ୟ ଭଲ ଲାଗେ। ମଧ୍ୟାହ୍ନ ଭୋଜନରେ ଅଳ୍ପ ଭାତ, ମାଛ, କିଛି ପରିବା ତରକାରୀ ଓ ଦହି ଖାଇଥାନ୍ତି। ନୁସରତ ଅଲିଭ ଅଏଲରେ ପ୍ରସ୍ତୁତ ଖାଦ୍ୟ ଖାଇଥାନ୍ତି।

ସନ୍ଧ୍ୟାର ଖାଦ୍ୟରେ କିଛି ହାଲକା ଫୁଲକା ଖାଦ୍ୟ ଖାଇଥାନ୍ତି। ରାତିରେ ସୁପ ଓ ବଏଲଡ ଚିକେନ୍ ଖାଇଥାନ୍ତି। ଫିଟନେସ୍ ମାମଲାରେ  ଶିଳ୍ପା ସେଟ୍ଟୀଙ୍କୁ ସେ ନିଜର ଆଦର୍ଶ ମନେକରନ୍ତି। ତାଙ୍କର କହିବା ଅନୁସାରେ ଶିଳ୍ପା ସେଟ୍ଟୀ ଏବେ ବୟସରେ ମଧ୍ୟ ଖୁବ୍ ଫିଟ୍ ଅଛନ୍ତି। ସୁସ୍ଥ ରହିବା ସହ ତାଙ୍କ ଶରୀରରେ ଏକ ଇଞ୍ଚର ଫ୍ୟାଟ୍ ମଧ୍ୟ ନାହିଁ।