ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସାଂଘାତିକ ହେଉଛି ଦିଲ୍ଲୀ ପରିବେଶ, ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ୩ ପ୍ରଣାଳୀ

Published By : Ankita S | November 19, 2024 2:11 PM

ନୂଆଦିଲ୍ଲୀ,୧୯/୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରରେ ରହିଛି । ଅଣନିଶ୍ବାସ ହୋଇ ଗଲେଣି ରାଜଧାନୀବାସୀ। ଆଜି ଦିଲ୍ଲୀରେ ଏକ୍ୟୁଆଇ ମାନ ୫୦୦ ପାର କରିଛି । ପ୍ରଦୂଷଣକୁ କେବେ ମୁକ୍ତି ମିଳିବ ସେହି ଚିନ୍ତାରେ ଦିଲ୍ଲୀବାସୀ । ବାୟୁ ପ୍ରଦୂଷଣରୁ ମୁକୁଳିବା ପାଇଁ ଏକ୍ସପର୍ଟ କିଛି ପରାମର୍ଶ ଦେଇଛନ୍ତି । କଣ କଲେ ପ୍ରଦୂଷଣର ପ୍ରଭାବ ଶରୀର ଉପରେ ରହିବ ନାହିଁ । ଆସନ୍ତୁ ଜାଣିବା...

ପ୍ରଚୁର ପାଣି ପିଅନ୍ତୁ- ମେଡିକାଲ ଏକ୍ସପର୍ଟଙ୍କ ପରାମର୍ଶ ଅନୁସାରେ ଯେବେ ଯାଏ ବାୟୁ ପ୍ରଦୂଷଣର ସ୍ତର କମ ହୋଇନାହିଁ ବାହାରକୁ କମ ବାହାରନ୍ତୁ । ପ୍ରଚୁର ପାଣି ପିଅନ୍ତୁ । ହେପା ଫିଲ୍ଟର ଲଗା ଏୟର ପ୍ୟୁରିଫାୟରର ବ୍ୟବହାର କରନ୍ତୁ ।

ମାସ୍କ ବ୍ୟବହାର କରନ୍ତୁ- ଦିଲ୍ଲୀ ବାୟୁ ଗୁଣବତ୍ତା ଯେଉଁ ସ୍ତରରେ ପହଞ୍ଚିଛି ସେ ନେଇ ଏନ୯୫ ମାସ୍କ ପିନ୍ଧିବା ଜରୁରୀ ହୋଇଛି । କାରଣ ଏନ୯୫ ଏବଂ ଏନ୯୯ ମାସ୍କ ପିଏମ ୨.୫ ଏବଂ ପିଏମ ୧୦ ବିପକ୍ଷରେ ପ୍ରଭାବୀ ହେବ । କପଡା ମାସ୍କ ତୁଳନାରେ ଏହା ଅଧିକ ସୁରକ୍ଷା ଦେବ । ଲଗାତାର ଗୋଟିଏ ମାସ୍କ ବ୍ୟବହାର କରନ୍ତୁ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ବାୟୁ ପ୍ରଦୂଷଣ ନେଇ ଶ୍ବାସ ଓ କ୍ରୋନିକ ଆକ୍ସଟ୍ରକ୍ଟିବ ପଲୋମୋନାରୀ ଡିଜିଜ ଭଳି ସ୍ବାସ୍ଥଗତ ସମସ୍ୟା ଦେଖା ଦିଏ । ଯାହା ନିମୋନିଆର କାରଣ ହୋଇଥାଏ । ଏହା ସହିତ ରୋଗ ପ୍ରତିରୋଧକ ଶକ୍ତିତୁ ହ୍ରାସ କରିଥାଏ ବାୟୁ ପ୍ରଦୂଷଣ କମ କରିଥାଏ । ଫଳରେ ନିମୋନିଆ ସହ ଲଢିବାର ଶକ୍ତି କମିଯାଏ । ବାୟୁ ପ୍ରଦୂଷଣରୁ ଚର୍ମ ଜଳାପୋଡା ହୋଇଥାଏ । ଆଖି ପୋଡିଥାଏ । ନିଶ୍ବାସ ପ୍ରଶ୍ବାସ ନେବା କଷ୍ଟକର ହୋଇଥାଏ । ନିଦ ଆସେ ନାହିଁ । ହାର୍ଟ ଉପରେ ପ୍ରଭାବ ପଡେ ।

ପ୍ରଦୂଷଣରୁ କେମିତି ମିଳିବ ମୁକ୍ତି- ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ପାଣି ପିଇବା ସହ ମାସ୍କ ଲଗାଇବା ନିହାତି ଜରୁରୀ । ଏହା ସହିତ ଶାରୀରିକ ଭାବେ ଫିଟ୍ ରହିବାକୁ ହେବ । ଫୁସଫସକୁ ସୁରକ୍ଷିତ କରିବା ନେଇ ବାୟ୍ୟାମ କରିବାକୁ ପଡିବ । ସ୍ବାସ୍ଥ୍ୟକର ଖାଦ୍ୟ ଖାଇ ରୋଗ ପ୍ରତିରୋଧ ଶକ୍ତି ବଢାଇବାକୁ ହେବ । ଆଖିକୁ ପ୍ରଦୂଷଣଠୁ ଦୂରରେ ରଖିବାକୁ ହେଲେ ଚଷମା ଲଗାଇବାକୁ ସ୍ବାସ୍ଥ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.