PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଗଛରେ କାହିଁକି ଓଲଟା ଲଟକିଥାଏ ବାଦୁଡି, ଜାଣନ୍ତୁ ବାଦୁଡି ସମ୍ପର୍କରେ କିଛି ରୋଚକ କଥା

source:m.dailyhunt.in

ଦୁନିଆରେ ଏମିତି ଅନେକ ପଶୁ ପକ୍ଷୀ ଅଛନ୍ତି ଯାହାଙ୍କ ସମ୍ପର୍କରେ ଆମେ ସମସ୍ତ କଥା ଜାଣିନାହାନ୍ତି । ଅନେକ ପଶୁ ପକ୍ଷୀଙ୍କ ଅଜବ କାରନାମା ଆମେ ଦେଖିଥାଉ କିନ୍ତୁ ଏହା ପଛର କାରଣ ଆମେ ଜାଣିବାକୁ ଚେଷ୍ଟା କରିନଥାଉ । ଆଜି ଆମେ ଆପଣଙ୍କୁ ବାଦୁଡି ସମ୍ପର୍କରେ କିଛି ଅଜଣା କଥା କହିବୁ ଯାହା ଆପଣ ପୂର୍ବରୁ କେବେ ଶୁଣିଥାଇ ପାରନ୍ତି । ବାଦୁଡି ପ୍ରାୟ ଗଛରେ ଓଲଟା ଲଟକିଥାଏ । ଏହା ସମସ୍ତେ ଜାଣିଛନ୍ତି କିନ୍ତୁ ସେ ଏମିତି କାହିକି କରିଥାଏ ବୋଧହୁଏ ଆପଣ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା …

ବାଦୁଡି ଓଲଟା ଓହଳିକି ସହଜରେ ଉଡାଣ ଭରିପାରେ । ତାର ପର ଉଡିବାରେ ତାକୁ ବେଶି ସାହାଯ୍ୟ କରିନଥାଏ । ଏହି କାରଣରୁ ଏହା ଅନ୍ୟ ପକ୍ଷୀଙ୍କ ଭଳି ଭୂପୃଷ୍ଠରୁ ଉଡାଣ ଭରିପାରିନଥାଏ ।

ତାର ପଛ ଗୋଡ ଛୋଟ ହୋଇଥିବାରୁ ଏହା ଦୌଡିବାରେ ଗତି ଧରିପାରିନଥାଏ । ସେ ଅନ୍ଧାର ଗୁମ୍ଫା ଭିତରେ ଦିନସାରା ବିଶ୍ରାମ ନେଇଥାଏ ଏବଂ ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ବାହାରି ଥାଏ ।

ପ୍ରାୟ ୧୦୦୦ ପ୍ରଜାତିର ବାଦୁଡି ଦେଖିବାକୁ ମିଳିଥାନ୍ତି । ଏମାନେ କୀଟ ପତଙ୍ଗଙ୍କ ରକ୍ତ ପିଇବାରେ ମାହିର ହୋଇଥାନ୍ତି । ସେମାନଙ୍କ ଭିତରୁ କିଛି ପିଶାଚ ପ୍ରଜାତିର ବାଦୁଡି ମଧ୍ୟ ଥାନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ରକ୍ତ ଉପରେ ନିର୍ଭର କରିଥାନ୍ତି ।  

ବାଦୁଡିଙ୍କର ସବୁଠାରୁ ବଡ ଗୁମ୍ଫା ଟେକ୍ସାସରେ ରହିଛି । ଏଠାରେ ପ୍ରାୟ ୨ କୋଟି ବାଦୁଡି ରହିଥାନ୍ତି । ଏମାନେ ଅତି ଧୀର ଶବ୍ଦକୁ ବି ସହଜରେ ଶୁଣିପାରନ୍ତି ।

ବାଦୁଡିଙ୍କର ହୃଦସ୍ପନ୍ଦନ ଶୋଇବା ସମୟରେ ପ୍ରତି ମିନିଟରେ ୧୮ ଥର ହୋଇଥାଏ । ଜାଗ୍ରତ ଅବସ୍ଥାରେ ଏମାନଙ୍କ ହୃଦସ୍ପନ୍ଦନ ୮୮୦ ପର୍ଯ୍ୟନ୍ତ ପହଞ୍ଚିଯାଏ ।

ସମ୍ବନ୍ଧିତ ଖବର