ନୂଆଦିଲ୍ଲୀ,୧୬\୭ : ଆଜି କାଲି ପ୍ରତିଟି ପରିବାର ଶୁଦ୍ଧ ଓ ସ୍ବଚ୍ଛ ଜଳ ପିଇବା ଉଦ୍ଦେଶ୍ୟରେ RO ବା (ରିଭର୍ସ ଆମେସିସ୍ ) ବ୍ୟବହାର କରନ୍ତି । ଏହା ଏକ ଜଳ ବିଶୋଧକ । ଯାହାର କାମ ପାଣିରେ ଥିବା ଅପରିଷ୍କାର ତତ୍ତ୍ବ ,କ୍ଷତିକାରକ ଉପାଦାନକୁ ଦୂର କରି ଜଳକୁ ପାନୀୟ ଉପଯୋଗୀ କରିବା । ହେଲେ ROକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଧାରଣା ଓ ଦାବି ଶୁଣିବାକୁ ମିଳେ । ସୋସିଆଲମିଡ଼ିଆ ଓ ଇଣ୍ଟରନେଟ୍ ରେ ଅନେକ ସୂଚନା ମଧ୍ୟ ରହିଛି । ଯାହା ପ୍ରାୟତଃ ଦ୍ବନ୍ଦ ସୃଷ୍ଟି କରେ ।
କିଛି ଲୋକ ବିଶ୍ୱାସ କରନ୍ତି ଯେ RO ପାଣି ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ, କିନ୍ତୁ କେହି କେହି ଦାବି କରନ୍ତି ଯେ ଏହା କ୍ଷତିକାରକ ମଧ୍ୟ ହୋଇପାରେ। ତେଣୁ ଜାଣିବା ଜରୁରୀ କେଉଁ ସୂଚନା ବୈଜ୍ଞାନିକ ତଥ୍ୟ ଉପରେ ଆଧାରିତ ଏବଂ କେଉଁଟି କେବଳ ମିଥ୍ୟା। କୌଣସି ସୂଚନା ଉପରେ ନିର୍ଭର କରିବା ପୂର୍ବରୁ, ନିର୍ଭରଯୋଗ୍ୟ ଉତ୍ସ ଏବଂ ବିଶେଷଜ୍ଞଙ୍କ ମତାମତ ନେବା ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ଜାଣିବା RO ପାଣି ବ୍ୟବହାର କରିବା ସମୟରେ କ'ଣ ସତର୍କତା ଅବଲମ୍ବନ କରିବା ଉଚିତ ।
ପ୍ରଥମେ ଜାଣନ୍ତୁ RO ପାଣିକୁ ନେଇ ୪ ବଡ଼ ମିଛ ଓ ଏହାର ସତ କଣ ?
୧- RO ପାଣି ପିଇବା ଦ୍ୱାରା ଶରୀରର ସମସ୍ତ ଖଣିଜ ପଦାର୍ଥ ନଷ୍ଟ ହୋଇଯାଏ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, RO ଭଳି ପ୍ରକ୍ରିୟା ପାଣିରେ କିଛି ଖଣିଜ ପଦାର୍ଥ ହ୍ରାସ କରିପାରେ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଶରୀରରେ ସମସ୍ତ ଆବଶ୍ୟକୀୟ ଖଣିଜ ପଦାର୍ଥର ଅଭାବ ରହିବ। ଅଧିକାଂଶ ଲୋକଙ୍କ ପାଇଁ ସନ୍ତୁଳିତ ଖାଦ୍ୟ କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଖଣିଜ ପଦାର୍ଥର ମୁଖ୍ୟ ଉତ୍ସ। କେବଳ ପାଣି ପାଇଁ ଖଣିଜ ପଦାର୍ଥ ଅଭାବ ହୁଏ ନାହିଁ ।
୨- ପ୍ରତ୍ୟେକ ଘର ପାଇଁ RO ପାଣି ଆବଶ୍ୟକ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରତ୍ୟେକ ଘରକୁ RO ଜଳ ବିଶୋଧକ ଆବଶ୍ୟକ ନାହିଁ। ଏହା ଆପଣଙ୍କ ଅଞ୍ଚଳର ଜଳ ଗୁଣବତ୍ତା ଉପରେ ନିର୍ଭର କରେ। ଯଦି ଜଳ ଗୁଣବତ୍ତା ଭଲ, ତେବେ ROର ଆବଶ୍ୟକ ନାହିଁ । ସେଠାରେ ପାଣି ଗୁଣବତ୍ତା ଉପରେ ଆଧାରିତ ସଠିକ୍ ଜଳ ବିଶୋଧକ ବାଛିବା ଉଚିତ।
୩- RO ପାଣି ସମ୍ପୂର୍ଣ୍ଣ ବିଶୁଦ୍ଧ ।
ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (CDC) ଅନୁଯାୟୀ, ସୁରକ୍ଷିତ ପାଣିକୁ ମଧ୍ୟ ଏକ ସଫା, ଘୋଡାଯାଇଥିବା ପାତ୍ରରେ ସଂରକ୍ଷଣ କରିବା ଉଚିତ। ପାଣିକୁ ସଫା ରଖିବା ସହିତ,ଏହାକୁ ସଠିକ୍ ଭାବରେ ସଂରକ୍ଷଣ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
୪- RO ଜଳ ଅନ୍ତନଳୀକୁ ଦୁର୍ବଳ କରିଥାଏ ।
WHO ପକ୍ଷରୁ ଏଭଳି କୌଣସି ସିଦ୍ଧାନ୍ତ ଦିଆଯାଇ ନାହିଁ ଯେ RO ଜଳ ଅନ୍ତନଳୀକୁ ସିଧାସଳଖ ଦୁର୍ବଳ କରିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ।
ପ୍ରତ୍ୟେକ ଘରେ RO ଜଳ ବିଶୋଧକ ଜରୁରୀ ନୁହେଁ । ଏହା ଆପଣଙ୍କ ଅଞ୍ଚଳର ଜଳ ଗୁଣବତ୍ତା ଉପରେ ନିର୍ଭର କରେ । ଯଦି ପାଣିରେ TDS (ଟର୍ବୋ-ଡେନସିଟି ଡିସଅର୍ଡର) ଅତ୍ୟଧିକ ଥାଏ କିମ୍ବା ଏଥିରେ ଆର୍ସେନିକ,ଫ୍ଲୋରାଇଡ୍ କିମ୍ବା ସୀସା ଭଳି କ୍ଷତିକାରକ ଦୂଷିତ ପଦାର୍ଥ ଥାଏ, ତେବେ RO ବିଶୋଧକ ଉପଯୋଗୀ ହୋଇପାରେ। ତେଣୁ, ପାଣି ପରୀକ୍ଷା କରିବା ପରେ ହିଁ ସଠିକ୍ ଜଳ ବିଶୋଧକ ବାଛିବା ଭଲ। ସ୍ୱଚ୍ଛ ଏବଂ ନିରାପଦ ପାଣି ପାଇଁ ଆପଣଙ୍କ ଆକ୍ବାର୍ଗାଡର ଜଳ ବିଶୋଧକକୁ ନିୟମିତ ସର୍ଭିସ କରାନ୍ତୁ ଏବଂ ସମୟ ସମୟରେ ଫିଲ୍ଟର ବଦଳାନ୍ତୁ । ଯଦି କୌଣସି ସନ୍ଦେହ ହୁଏ ତେବେ ଜଳ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।