PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଆଳୁ ଚୋପାର ରହିଛି ଏତେ ସବୁ ଫାଇଦା,ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆଳୁରୁ ଚୋପା ଛଡାଇବା ପରେ ଏହାକୁ ଅଳିଆ ଭାବି ଆମେ ଡଷ୍ଟବିନରେ ପକାଇ ଦେଉ। କିନ୍ତୁ ଆପଣମା​‌ନେ ଜାଣିଛନ୍ତି କି, ଏହି ଆଳୁଚୋପା ଆପଣଙ୍କ ଶରୀର ପାଇଁ କେତେ ଉପକାରୀ? ଯଦି ଜାଣିନାହାନ୍ତି ତେବେ ଏହାର ଉପକାରୀ ସମ୍ପର୍କରେ ଜାଣି ରଖିବା ନିହାତି ଦରକାର।

ଆଳୁର ଚୋପାରେ ଭରପୁର ପରିମାଣରେ ଭିଟାମିନର ବି୩ ମିଳିଥାଏ। ଯାହାକି ଶରୀରକୁ ଶକ୍ତି ଦେବାରେ କାମ କରିଥାଏ। ଏହାଛଡା ଏଥିରେ ଥିବା ନୈସିନ କାର୍ବୋଜକୁ ଏନର୍ଜିରେ କନଭର୍ଟ କରିଥାଏ। ଆଳୁରେ ଭରପୁର ପରିମାଣରେ ଫାଇବର ରହିଥାଏ, ସେଭଳି ଏହାର ଚୋପାରେ ମଧ୍ୟ ସମାନ ପରିମାଣର ଫାଇବର ରହିଥାଏ। ଏହା ପାଚନ ଶକ୍ତିକୁ ବଢାଇବାରେ କାମ କରିଥାଏ।

କେବଳ ସେତିକି ନୁହେଁ, ଆଳୁ ଚୋପାରେ  ପୋଟାସିୟମ ଅଧିକ ପରିମାଣାରେ ରହିଥାଏ। ପୋଟାସିୟମ ବ୍ଲଡ ପ୍ରେଶରକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ। ଆଳୁଚୋପା ମେଟାବଲିଜିମକୁ ଠିକ୍ ରଖିବାରେ ସାହାର୍ଯ୍ୟ କରିଥାଏ। ଏକ୍ସପର୍ଟଙ୍କ କହିବା ଅନୁସାରେ ଆଳୁଚୋପା ଖାିବା ଫଳରେ ନର୍ଭସ ସିଷ୍ଟମ ମଜବୁତ ରହିଥାଏ।

ଆଳୁ ଚୋପାରେ ଆଇରନ ମଧ୍ୟ ଅଧିକ ପରିମାଣରେ ରହିଥାଏ, ଯାହାଫଳରେ ଏନିମିୟା ହେବାର ବିପଦ ମଧ୍ୟ କମ୍ ହୋଇଯାଇଥାଏ। ତେଣୁ ଯେଉଁ ଲୋକଙ୍କୁ ଆଇରନର ଅଭାବ ରହିଛି ତାଙ୍କୁ ଆଳୁ ସହିତ ଚୋପା ଖାଇବା ଦରକାର।