PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ସବୁ ପୁରସ୍କାର ପୋଛିନେଲେ କୋହଲି

source:www.kiaoval.com

ଦୁବାଇ, ୨୨ା୧(ଏଜେନ୍ସି): ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସଫଳ କ୍ରିକେଟ୍‌ କ୍ୟାରିୟରରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି । ଗୋଟିଏ ପରେ ଗୋଟିଏ ବିଶ୍ୱ ରେକର୍ଡ ଭାଙ୍ଗି ଚାଲିଥିବା କୋହଲି ଚଳିତ ବର୍ଷର ୩ଟି ପ୍ରମୁଖ ଆଇସିସି ପୁରସ୍କାର ହାସଲ କରିଛନ୍ତି । ହ୍ୟାଟ୍ରିକ୍‌ ପୁରସ୍କାର ବାଦ ସେ ଉଭୟ ଆଇସିସି ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି । ଭାରତର ଯୁବ ୱିକେଟ୍‌ କିପର ରିଶବ ପନ୍ତଙ୍କୁ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସେହିପରି ଶ୍ରୀଲଙ୍କାର କୁମାର ଧର୍ମସେନା କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଶ୍ରେଷ୍ଠ ଅମ୍ପାୟାର ପୁରସ୍କାର ଜିତିଛନ୍ତି ।
ସାର୍‌ ଗ୍ୟାରୀଫିଲ୍ଡ ସୋବର୍ସ ପୁରସ୍କାର: ଗତବର୍ଷ ଅନେକ ରେକର୍ଡ ସ୍ଥାପନ କରିବା ସହ ଭାରତୀୟ ଦଳକୁ ମାନ୍ୟତା ତାଲିକାର ସର୍ବୋର୍ଚ୍ଚ ସ୍ଥାନରେ ପହଞ୍ଚାଇବାରେ କୋହଲିଙ୍କ ପ୍ରମୁଖ ଭୂମିକା ରହିଥିଲା । ଗତ ବର୍ଷ କୋହଲି ମୋଟ୍‌ ୩୭ଟି ମ୍ୟାଚ୍‌ରୁ ୬୮.୩୭ ହାରରେ ୨୭୩୫ ରନ୍‌ ସଂଗ୍ରହ କରିଥିଲେ । ଏଥିରେ ୧୧ଟି ଶତକ ଓ ୯ଟି ଅର୍ଦ୍ଧଶତକ ରହିଥିଲା । ଏହି ପ୍ରଦର୍ଶନ ପାଇଁ ଆଇସିସି ପକ୍ଷରୁ ତାଙ୍କୁ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଶ୍ରେଷ୍ଠ କ୍ରିକେଟ୍‌ ଖେଳାଳି ମନୋନୀତ କରାଯାଇଥିଲା । ୩୬ଜଣିଆ ପ୍ୟାନେଲ କୋହଲିଙ୍କୁ ଏକକ ଭାବେ ବର୍ଷର ଶ୍ରେଷ୍ଠ କ୍ରିକେଟ୍‌ ଖେଳାଳି ପୁରସ୍କାର ପାଇଁ ଚୟନ କରିଥିଲା । ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ଦ୍ୱିତୀୟ ସ୍ଥାନରେ ରହିଥିଲେ । ଦିନିକିଆ ଖେଳାଳି ପୁରସ୍କାର ପାଇଁ କୋହଲି ଓ ଆଫଗାନିସ୍ତାର ରସିଦ ଖାନ୍‌ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ।
କୋହଲି ଭାରତର ଚତୁର୍ଥ ଖେଳାଳି ଭାବେ ଆଇସିସିର ସର୍ବୋଚ୍ଚ ପୁରସ୍କାର ଜିତିଛନ୍ତି । ତାଙ୍କ ପୂର୍ବରୁ ୨୦୦୪ରେ ରାହୁଲ ଦ୍ରାବିଡ, ୨୦୧୦ରେ ସଚିନ ତେନ୍ଦୁଲକର ଓ ୨୦୧୬ରେ ରବି ଚନ୍ଦ୍ରନ ଅଶ୍ୱିନ ଏହି ପୁରସ୍କାର ହାସଲ କରିଥିଲେ ।
ଆଇସିସି ଶ୍ରେଷ୍ଠ ଟେଷ୍ଟ ଖେଳାଳି ପୁରସ୍କାର: ଆଇସିସି ପକ୍ଷରୁ କୋହଲିଙ୍କୁ ଶ୍ରେଷ୍ଠ ଟେଷ୍ଟ ଓ ଶ୍ରେଷ୍ଠ ଦିନିକିଆ କ୍ରିକେଟ୍‌ ଖେଳାଳି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସେ ପ୍ରଥମ ଥର ପାଇଁ ଶ୍ରେଷ୍ଠ ଟେଷ୍ଟ ଖେଳାଳି ପୁରସ୍କାର ଜିତିଛନ୍ତି । ଗତ ବର୍ଷ ସେ ୧୩ଟି ଟେଷ୍ଟ ଖେଳି ୫୫.୦୮ ହାରରେ ୧୩୨୨ ରନ୍‌ ସଂଗ୍ରହ କରିଥିଲେ । ଏଥିରେ ୫ଟି ଶତକ ରହିଥିଲା । ସେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆରେ ଶତକ ଅର୍ଜନ କରିଥିଲେ ।
ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାର: କୋହଲି ତୃତୀୟ ଥର ଆଇସିସି ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାର ଜିତିଛନ୍ତି । ଗତ ବର୍ଷ ସେ ୧୪ଟି ଦିନିକିଆ ଖେଳି ୬ଟି ଶତକ ସହ ୧୩୩.୫୫ ହାରରେ ୧୨୦୨ ରନ୍‌ ସଂଗ୍ରହ କରିଥିଲେ । କେବଳ ସେତିକି ନୁହେଁ ସବୁଠୁ କମ୍‌ ମ୍ୟାଚ୍‌ ଖେଳି ଦିନିକିଆ କ୍ରିକେଟ୍‌ରେ ୧୦,୦୦୦ ରନ୍‌ ପୂରଣ କରିବାରେ ସେ ରେକର୍ଡ ସ୍ଥାପନ କରିଥିଲେ । କୋହଲି ଉଭୟ ଟେଷ୍ଟ ଓ ଦିନିକିଆ ବ୍ୟାଟିଂ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଥିଲେ । ପୂର୍ବରୁ ସେ ୨୦୧୧୨ ଓ ୨୦୧୭ରେ ଏହି ପୁରସ୍କାର ହାସଲ କରିଥିଲେ ।
ଶ୍ରେଷ୍ଠ ଉଦୀୟମାନ ଖେଳାଳି: ଗତବର୍ଷ ଟେଷ୍ଟ ପଦାର୍ପଣ କରିଥିବା ପନ୍ତଙ୍କୁ ଶ୍ରେଷ୍ଠ ଉଦୀୟମାନ କ୍ରିକେଟ୍‌ ଖେଳାଳି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ସେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ । ଓଭାଲରେ ଅନୁଷ୍ଠିତ ଟେଷ୍ଟରେ ଶତକ(୧୧୪) ଅର୍ଜନ କରିଥିଲେ । ଗତ ବର୍ଷ ସେ ୮ଟି ଟେଷ୍ଟ ଖେଳି ୫୩୭ ରନ୍‌ ସଂଗ୍ରହ କରିଥିଲେ । ଏହା ବ୍ୟତୀ ୱିକେଟ୍‌ ପଛରେ ସେ ୪୦ଟି କ୍ୟାଚ୍‌ ଧରିବା ସହ ୨ଟି ଷ୍ଟମ୍ପିଂ କରିଥିଲେ ।
ଶୃଙ୍ଖଳିତ ଦଳ ଭାବେ ପରିଚିତ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍‌ ୱିଲାମସନଙ୍କୁ ସ୍ପିରିଟ ଅଫ ଦ କ୍ରିକେଟ୍‌ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ଗତ ଜୁଲାଇ ମାସରେ ଅନୁଷ୍ଠିତ ଜିମ୍ବାୱେ ବିପକ୍ଷ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚଙ୍କ ଶତକକୁ ଶ୍ରେଷ୍ଠ ଟି-ଟ୍ୱେଣ୍ଟି ଶତକ ବିବେଚିତ କରାଯାଇଥିଲା । ସେ ଏହି ମ୍ୟାଚ୍‌ରେ ୭୬ଟି ବଲ୍‌ରୁ ୧୭୨ ରନ୍‌ ସଂଗ୍ରହ କରିଥିଲେ । ସ୍କଟଲାଣ୍ଡର କ୍ୟାଲମ ମ୍ୟାକ୍‌ଲିୟଡଙ୍କୁ ଶ୍ରେଷ୍ଠ ଆସୋସିଏଟ୍‌ ଖେଳାଳି ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସେ ଆଫଗାନିସ୍ତାନ ବିପକ୍ଷରେ ଅପରାଜିତ ୧୫୭ରନ୍‌ର ଏକ ଇନିଂସ ଖେଳିଥିଲେ । ଏହା ବ୍ୟତୀତ ଇଂଲଣ୍ଡ ବିପକ୍ଷରେ ଶତକ (୧୪୦) ଅର୍ଜନ କରିଥିଲେ ।
ଆଇସିସି ଟେଷ୍ଟ ଦଳ: ବିରାଟ କୋହଲି(ଅଧିନାୟକ), ଟମ୍‌ ଲାଥମ, ଦିମୁଥ କରୁଣାରତ୍ନେ, କେନ ୱିଲାମସନ, ହେନରୀ ନିକୋଲାସ, ରିଶବ ପନ୍ତ, ଜାସନ ହୋଲ୍ଡର, କାଗିସୋ ରାବାଡା, ନାଥାନ ଲିୟନ, ଜଶପ୍ରୀତ ବୁମରା, ମହମ୍ମଦ ଆବାସ ।
ଆଇସିସି ଦିନିକିଆ ଦଳ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଜନି ବେୟାରଷ୍ଟୋ, ଜୋ ରୁଟ୍‌, ରସ ଟେଲର, ଜୋସ ବଟଲର, ବେନ୍‌ ଷ୍ଟୋକ୍ସ, ମୁସ୍ତାଫିଜୁର ରେହମାନ, ରସିଦ ଖାନ, କୁଲଦୀପ ଯାଦବ, ଜଶପ୍ରୀତ ବୁମରା ।

ସମ୍ବନ୍ଧିତ ଖବର