PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଭାରତ ବର୍ଡର ଗାଭାସ୍କର ଟ୍ରଫି ଜିତିବାକୁ ହେଲେ ବିରାଟ କୋହଲିଙ୍କୁ ରନ୍‌ କରିବାକୁ ପଡିବ: ହରଭଜନ ସିଂହ

ନୂଆଦିଲ୍ଲୀ ୦୭/ ୦୨: ଭାରତୀୟ ଦଳର ପୂର୍ବତନ ସ୍ପିନ୍‌ ଷ୍ଟାର ହରଭଜନ ସିଂହ କହିଛନ୍ତି, ଭାରତକୁ ବର୍ଡର ଗାଭାସ୍କର ଟ୍ରଫି ଜିତିବାକୁ ହେଲେ ବିରାଟ କୋହଲିଙ୍କୁ ରନ୍‌ କରିବାକୁ ପଡିବ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଫେବୃଆରୀ ୯ ତାରିଖରୁ ନାଗପୁରରେ ଆରମ୍ଭ ହେବାକୁ ଯାଉଛି । ଉଭୟ ଦଳ ମୁହାଁମୁହିଁ ହେବାକୁ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି ।

Harbhajan Singh: 3rd Test: Is Harbhajan Singh's remark about Virat Kohli  coming true? | Harbhajan Singh hopeful that Virat Kohli will end his  century in South Africa vs India 3rd Test |

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ହରଭଜନ ସିଂହ କହିଛନ୍ତି, ପୃଥିବୀରେ ଯେତେ ପ୍ରଶଂସା ସବୁ ଆଣି ଅଜାଡି ଦେଲେ ବି ବିରାଟ କୋହଲିଙ୍କୁ କମ୍‌ ହେବ । ତାଙ୍କ ଫର୍ମକୁ ଫେରିବା ସମସ୍ତେ ଯେମିତି ଚାତକ ଭଳି ଚାହିଁ ରହିଥିଲେ । ସେ ଗତ କିଛି ବର୍ଷ ଧରି ଅନେକ ସ୍କୋର କରିଛନ୍ତି । ଏପରି ଲାଗୁଛି କୋହଲି ଯେବେ ବି ଶତକ ହାସଲ କରନ୍ତି ସେତେବଳେ ହିଁ ସେ ଫର୍ମରେ ରହିଥାନ୍ତି । ଗତ ୩ ବର୍ଷ ଅବଶ୍ୟ କୋହଲିଙ୍କ ପାଇଁ ସେତେଟା ଫଳପ୍ରଦ ହୋଇନାହିଁ । ତଥାପି ପରବର୍ତ୍ତୀ ମୁହୁର୍ତ୍ତରେ ସେ ନିଜ ଆତ୍ମବିଶ୍ବାସ ବଢାଇବା ସହ ଆହୁରି ମାର୍ଜିତ କରି ନିଜ ଫର୍ମକୁ ଫେରାଇଆଣିଛନ୍ତି।

'Test cricket is the most beautiful format' – Virat Kohli
Social Media

ଭଜିଙ୍କ କହିବା ଅନୁଯାୟୀ, ‘କୋହଲି ତାଙ୍କ ପୁରୁଣା ଫର୍ମ ଠାରୁ ଆହୁରି ସୁଦୃଢ ହୋଇପାରିଛନ୍ତି ଓ ସେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିରେ ଅଧିକ ରନ୍‌ କରିବେ । ଆଉ କୋହଲି ଫର୍ମରେ ଥିବା ବେଳେ ବିଶ୍ବ ଏଭଳି କୌଣସି ଦଳ ନାହିଁ ଯିଏକି ତାଙ୍କୁ ରନ୍‌ କରିବାରୁ ଅଟକାଇପାରିବ । ଆଗାମି ସିରିଜରେ ଆମେ ମଧ୍ୟ କୋହଲିଙ୍କ ଠାରୁ ତାହା ହିଁ ଆଶା କରୁଛୁ । ଅବଶ୍ୟ ସେ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଅଧିକ ସ୍କୋର କରିପାରିନଥିଲେ । କିନ୍ତୁ ତାଙ୍କ ଭଳି ବଡ କ୍ରିକେଟର ବଡ ବଡ ମ୍ୟାଚରେ ନିଜର ପାରଦର୍ଶିତା ପ୍ରଦର୍ଶନ କରନ୍ତି ଯାହାକି ପୂର୍ବରୁ ନଜିର ରହିଛି’।

ପଢନ୍ତୁ: ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି ପନ୍ତ, ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଏମିତି

ସମ୍ବନ୍ଧିତ ଖବର