ପ୍ରମୂଖ ଖବର
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ, ୧୫ହଜାରରୁ ଉର୍ଦ୍ଧ୍ବ ଚାଷୀ ସାମିଲ ହେବେ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ପୁରନ-ମାର୍ସଙ୍କ ଧୂଆଁଧାର ପ୍ରଦର୍ଶନ; ଲକ୍ଷ୍ନୌ କଲା ୨୩୮ ରନ୍, କୋଲକାତା ଆଗରେ ୨୩୯ ଟାର୍ଗେଟ

Published By : Soubhagya Ranjan | April 8, 2025 5:30 PM

Image source: ABP Live

କୋଲକାତା,୦୮/୦୪: ଆଇପିଏଲ୍‌ ୨୦୨୫ର ୨୧ତମ ମ୍ୟାଚ୍‌ ଲକ୍ଷ୍ନୌ ଏବଂ କୋଲକାତା ମଧ୍ୟରେ ଇଡେନ ଗାର୍ଡେନରେ ଖେଳାଯାଇଛି। ପ୍ରଥମେ ଖେଳି ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ୨୩୮ ରନ କରିଛି। କୋଲକାତାର ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କେକେଆର ବୋଲରମାନେ ଖରାପ ସାବ୍ୟସ୍ତ ହୋଇଥିଲେ। ମିଚେଲ ମାର୍ଶ ଏବଂ ନିକୋଲାସ ପୁରନ ସେମାନଙ୍କର ଲକ୍ଷ ବଜାୟ ରଖି ଏକ ଝଡ଼ମୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏଥର ଏଡେନ୍ ମାର୍କରମ ମଧ୍ୟ ୪୭ ରନର ଇନିଂସ ଖେଳିଥିଲେ। ଅନ୍ୟପକ୍ଷରେ, ମାର୍ଶ ଏବଂ ପୂରନ ମିଶି ୧୩ ଚୌକା ଏବଂ ୧୩ ଛକା ମାରିଥିଲେ।

ଏହି ମ୍ୟାଚ୍‌ରେ କୋଲକାତା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ପରିସ୍ଥିତିର ପୂର୍ଣ୍ଣ ସୁଯୋଗ ନେଇଥିଲା। ମିଚେଲ ମାର୍ଶ ଏବଂ ଏଡେନ ମାର୍କରାମ ୯୯ ରନର ଓପନିଂ ପାର୍ଟନରସିପ ସହିତ ଦଳକୁ ଏକ ଧୁଆଁଧାର ପ୍ରଦର୍ଶନ ଭେଟିଦେଇଥିଲେ। ମାର୍କରମ ୨୮ ବଲ୍‌ରେ ୪୭ ରନ୍ କରିବା ପରେ ଆଉଟ୍ ହୋଇଥିଲେ, କିନ୍ତୁ ମାର୍ଶଙ୍କୁ ଦେଖି ଲାଗୁଥିଲା ଯେ ସେ ଲମ୍ବା ସଟ୍ ମାରିବା ମୁଡ୍‌ରେ ପଡ଼ିଆକୁ ଆସିଥିଲେ। ସେ ୬ ଚୌକା ଏବଂ ୫ ଛକା ସହାୟତାରେ ୪୮ ବଲ୍‌ରେ ୮୧ ରନ୍ କରିଥିଲେ। ଅନ୍ୟ ପକ୍ଷରେ, ନିକୋଲାସ୍ ପୁରନ୍ ତାଙ୍କ ଫର୍ମ ବଜାୟ ରଖି ୩୬ ବଲ୍‌ରେ ୨୪୧ ଷ୍ଟ୍ରାଇକ୍ ରେଟ୍‌ରେ ୭ ଚୌକା ଏବଂ ୮ ଛକା ସହିତ ୮୭ ରନ୍ କରିଥିଲେ।

ଅନ୍ତିମ ୯ ଓଭରରେ ୧୩୨ ରନ୍‌: 

ଗୋଟିଏ ସମୟରେ, ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ୧୧ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୦୬ ରନ୍ କରିଥିଲା। ଏହି ଓଭରରେ ମାର୍କରାମ ତାଙ୍କର ୱିକେଟ ହରାଇଥିଲେ। ସାଧାରଣତଃ, ୱିକେଟ୍ ପଡ଼ିବା ପରେ ଦଳଗୁଡ଼ିକର ରନ-ରେଟ ହ୍ରାସ ପାଏ। କିନ୍ତୁ ଲକ୍ଷ୍ନୌ ଶେଷ ୯ ଓଭରରେ ରନର ଗତି ବଢ଼ାଇ‌‌ଥିଲା। ଶେଷ ୯ଟି ଓଭରରୁ କେବଳ ଗୋଟିଏ ଓଭରରେ ଲକ୍ଷ୍ନୌ ୧୦ ରୁ କମ୍ ରନ୍ କରିଥିଲା। ଶେଷ ୯ ଓଭରରେ, ଏଲ୍‌ଏସ୍‌ଜି ଖେଳାଳିମାନେ ମିଳିତ ଭାବରେ ୧୩୨ ରନ କରିଥିଲେ। ୧୬ତମ ଓଭରରେ ମାର୍ଶ ଆଉଟ୍ ହୋଇଥିଲେ, ଯାହା ପରେ ପୂରନ କେକେଆର ବୋଲରଙ୍କୁ ନିସ୍ତୁକ ପିଟିିଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.