PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

କୃଷ୍ଣ ସୂର୍ଯ୍ୟପୁତ୍ର କର୍ଣ୍ଣଙ୍କ ବଧ ପାଇଁ କାହିଁକି ଇନ୍ଦ୍ରପୁତ୍ର ଅର୍ଜୁନଙ୍କୁ କରିଥିଲେ ସାହାଯ୍ୟ

ମହାନ ମହାକାବ୍ୟ ମହାଭାରତ । ଏଥିରେ ଅନେକ କଥା ବର୍ଣ୍ଣିତ ମହାଭାରତର ମହାଗାଥାରେ କୃଷ୍ଣ ଅର୍ଜୁନଙ୍କ ବନ୍ଧୁତ୍ୱ କଥା କିଏ ବା ନଜାଣେ । ମହାଭାରତ ଯୁଦ୍ଧରେ କୃଷ୍ଣ ନେଇଥିଲେ ପାଣ୍ଡବଙ୍କ ପକ୍ଷ । କୈରବ ପକ୍ଷରେ ମହାରଥୀ ଥାଇ ମଧ୍ୟ ସେମାନ ହୋଇଥିଲେ ପରାଜିତ । ତେବେ ଏହି ଯୁଦ୍ଧରେ ସୂର୍ଯ୍ୟ ପୁତ୍ର କର୍ଣ୍ଣଙ୍କ ବଧରେ ଇନ୍ଦ୍ରପୁତ୍ର ଅର୍ଜୁନଙ୍କୁ ସାହାଯ୍ୟ କରିଥିଲେ କୃଷ୍ଣ ।

ତେବେ ଏଠି ପ୍ରଶ୍ନ ଉଠେ ସୂର୍ଯ୍ୟ ପୁତ୍ରଙ୍କ ବଧ ସମୟରେ କାହିଁକି ଇନ୍ଦ୍ର ପୁତ୍ରଙ୍କୁ ସାହାଯ୍ୟ କରିଥିଲେ ଭଗବାନ ।


ଏଥିରେ ରହିଛି ପ୍ରାରବ୍ଧ ବା ପୂର୍ବଜନ୍ମର କାହାଣୀ । ପୂର୍ବ ଜନ୍ମର ପାପ ପୁଣ୍ୟର ବିଚାର । ଏହା ଏହି ଜନ୍ମରେ କରିଥିଲା ସେମାନଙ୍କ କର୍ମ କ୍ଷେତ୍ରରେ ସାହାଯ୍ୟ ।


ମହାଭାରତ କୁହାଯାଏ ଦ୍ୱାପର ଯୁଗରେ ହୋଇଥିଲା ବର୍ଣ୍ଣିତ । ଏହା ପୂର୍ବରୁ ଥିଲା ତ୍ରେତୟା ଯୁଗ । ଏହି ତ୍ରେତୟା ଯୁଗରେ ଏକ କ୍ରୁର ଓ ଚାଲାକ ରାକ୍ଷସ ରହିଥିଲା । ଏହାର ନାମ ଥିଲା ଦମ୍ବୋଧବ । ସେ ଅମରତ୍ୱ ପ୍ରାପ୍ତି ଉଦ୍ଦେଶ୍ୟରେ ସୂର୍ଯ୍ୟଦେବଙ୍କ ତପସ୍ୟା କରିଥିଲା । ରାକ୍ଷସର ତପସ୍ୟାରେ ସୂର୍ଯ୍ୟ ପ୍ରସନ୍ନ ହୋଇଥିଲେ । ସେ ତାକୁ ବର ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଦମ୍ବୋଧବ ଅମର ବର ମାଗିଥିଲା । ମାତ୍ର ସୂର୍ଯ୍ୟ ଦେବ କହିଥିଲେ ଧରା ବକ୍ଷରେ ଯିଏ ବି ଜନ୍ମ ନେବ ତାହାର ମୃତ୍ୟୁ ଅନିବାର୍ଯ୍ୟ । ଅନ୍ୟ କୌଣସି ବର ମାଗ ।

ସେହି ସମୟରେ ସେହି ରାକ୍ଷସ ହଜାରେ କବଚ ବର ଭାବେ ମାଗିଥିଲା । ସେହି କବଚରେ କେବଳ ହଜାରେ ବର୍ଷ ତପସ୍ୟା କରିଥିବା ବ୍ୟକ୍ତି ହିଁ ଭେଦ କରିପାରିବ । ଯେଉଁ ପର୍ଯ୍ୟନ୍ତ ଏହି କବଚ ଭେଦ କରିପାରିବେନି ତାହାର ମୃତ୍ୟୁ ହେବ ନାହିଁ ।

ସୂର୍ଯ୍ୟଦେବ ଜାଣିଥିଲେ ଏ ବରର ଦୂରୁପଯୋଗ କରିବ । ମାତ୍ର ବାଧ୍ୟ ହୋଇ କବଚ ପ୍ରାପ୍ତିର ବର ଦେଇଥିଲେ ।ଏହାପରେ ଦମ୍ବୋଧବ ସହସ୍ତ୍ରକବଚ ନାମରେ ଖ୍ୟାତ ହୋଇଥିଲା । ଏହାପରେ ସହସ୍ରକବଚ ତିନିଲୋକରେ ଅତ୍ୟାଚାର ଆରମ୍ଭ କରିଥିଲା ।


ଏହି ସମୟରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ମୂର୍ତ୍ତୀଙ୍କ ବିବାହ ବ୍ରହ୍ମାଙ୍କ ପୁତ୍ର ଧର୍ମଙ୍କ ସହ ହୋଇଥିଲା । ସେମାନେ ବିବାହ ସମୟରେ ଭଗବାନ ବିଷ୍ଣୁଙ୍କୁ ସହସ୍ତ୍ରକବଚର ମୃତ୍ୟୁ ପାଇଁ ବର ମାଗିଥିଲେ । ଏହି ସମୟରେ ବିଷ୍ଣୁ ଠିକ୍‌ ସମୟ ଆସିଲେ ସହସ୍ତ୍ରକବଚର ବଧ କରିବେ ବୋଲି କହିଥିଲେ । ପରେ ଧର୍ମ ଓ ମୂର୍ତ୍ତୀଙ୍କ ଔରସରୁ ଯମଜ ସନ୍ତାନ ଲାଭ ହୋଇଥିଲା । ଏମାନଙ୍କର ଶରୀର ଦୁଇଟି ଥିଲେ ମଧ୍ୟ ଆତ୍ମା ଗୋଟିଏ ଥିଲେ । ଭଗବାନ ବିଷ୍ଣୁ ଦୁଇଟି ଶରୀରରେ ଜନ୍ମ ଲାଭ କରିଥିଲେ । ଏମାନଙ୍କ ନାମ ନର ଓ ନାରାୟଣ ରଖାଯାଇଥିଲା । ଏମାନେ ବଡ ଆଲୌକିକ ଥିଲେ ।

ନର ବନରେ ପହଞ୍ଚିଥିଲେ । ତାଙ୍କୁ ଦେଖି ସହସ୍ତ୍ରକବଚର ଭୟ ଆସିଥିଲା । ମାତ୍ର ସେ ଏମାନଙ୍କୁ ନିଜରର ଭୟ ପ୍ରଦର୍ଶ କରି ନଥିଲା । ନର ସହସ୍ତ୍ରକବଚ ବା ଦମ୍ବୋଧବକୁ ଯୁଦ୍ଧ ପାଇଁ ଡାକିଥିଲେ । ସହସ୍ତ୍ରକବଚ ଏହା ଶୁଣି ହସିଥିଲା । ସେହି ସମୟରେ ଗୋଟିଏ ଆତ୍ମାଥିବା ନାରାୟଣ ତପସ୍ୟାରେ ବସି ରହିଥିଲେ । ଯୁଦ୍ଧ କରୁ କରୁ ହଜାରେ ବର୍ଷ ହୋଇଗଲା । ଏହି ତପସ୍ୟାରୁ ନାରାୟଣଙ୍କୁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ପ୍ରାପ୍ତି ହୋଇଥିଲା ।

ଏହାପରେ ନାରାୟଣ ସହସ୍ତ୍ରକବଚ ସହ ଯୁଦ୍ଧ କରିଥିଲେ । ନାରାୟଣ ୯୯୯ ଥର ସହସ୍ତ୍ରକବଚର କବଚକୁ ଭାଙ୍ଗି ଦେଇଥିଲେ । ଏହାପରେ ଗୋଟିଏ କବଚ ଥିବା ବେଳେ ସହସ୍ତ୍ରକବଚ ସୂର୍ଯ୍ୟଦେବଙ୍କ ନିକଟରେ ଶରଣ ପଶିଥିଲା । ସୂର୍ଯ୍ୟଦେବ ଶରଣାଗତର ରକ୍ଷା କରି ନିଜର ଧର୍ମ ପୂରଣ କରିଥିଲେ । ପରବର୍ତ୍ତୀ ଜନ୍ମରେ ନାରାୟଣ ଶ୍ରୀ କୃଷ୍ଣ ଓ ନର ଅର୍ଜୁନ ଭାବେ ଜନ୍ମ ଗ୍ରହଣ କରିଥିଲେ । ଏହି ସମୟରେ ସହସ୍ତ୍ରକବଚ ଦ୍ୱିତୀୟ ଜନ୍ମରେ କର୍ଣ୍ଣ ଭାବେ ସୂର୍ଯ୍ୟଙ୍କ ପୁତ୍ର ହୋଇ ଜନ୍ମଲାଭ କରିଥିଲା ।କର୍ଣ୍ଣ ଜନ୍ମ ହେବା ବେଳକୁ କବଚ ଓ କୁଣ୍ଡଳ ଧାରଣ କରିଥିଲା । ଇନ୍ଦ୍ର ବ୍ରାହ୍ମଣ ବେଶରେ ଆସି ଏହି କବଚ କୁଣ୍ଡଳକୁ ନେଇ ଯାଇଥିଲେ ।

ପରେ କୃଷ୍ଣଙ୍କର ନିର୍ଦେଶରେ ଅର୍ଜୁନ କର୍ଣ୍ଣଙ୍କର ବଧ କରିଥିଲେ। ଏହି ସମୟରେ କର୍ଣ୍ଣଙ୍କ ରଥ ଚକ ଯୁଦ୍ଧ ଭୂମିରେ ଫସି ରହିଥିଲା ।