PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ଇଲେକ୍ଟ୍ରିକ୍‌ ଯାନ ଆଣିବ କ୍ରୀସ୍‌ ଏଲ୍‌ଇଡି

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଭୁବନେଶ୍ୱରଭିତ୍ତିକ ଏଲ୍‌ଇଡି ନିର୍ମାତା କ୍ରୀସ୍‌ ଇଣ୍ଡିଜେନସ୍‌ ଟେକ୍ନିକାଲ୍‌ ଇକ୍ୱିପମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ (କ୍ରୀସ୍‌ ଏଲ୍‌ଇଡି) ଫେବ୍ରୁଆରୀ ପ୍ରଥମ ସପ୍ତାହରୁ ଓଡ଼ିଶା ବଜାରକୁ ଇଲେକ୍ଟ୍ରିକ୍‌ ଯାନ ଛାଡ଼ିବ । କ୍ରୀସ୍‌ ଏଲ୍‌ଇଡି ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମହାନ୍ତି ଏହି ସୂଚନା ଦେଇଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି, କ୍ରୀସ୍‌ ଏଲ୍‌ଇଡି ଜାପାନ ଜ୍ଞାନକୌଶଳକୁ ବ୍ୟବହାର କରି ବଜାରରେ ଇ-ସ୍କୁଟର, ଇ-ବାଇକ୍‌ ଓ ଇ-ଅଟୋ ଛାଡ଼ିବ । ଏଥିରେ ଉନ୍ନତମାନର ବ୍ୟାଟେରି ବ୍ୟବହାର ହୋଇଛି, ଯାହାକି ମାତ୍ର ଅଢ଼େଇ ଘଣ୍ଟାରେ ପୂର୍ଣ୍ଣ ଭାବେ ଚାର୍ଜ ହୋଇପାରିବ । କ୍ରୀସ୍‌ ଏଲ୍‌ଇଡିର ଇ-ସ୍କୁଟର ଗୋଟିଏ ଥର ଚାର୍ଜରେ ୧୮୦ କିଲୋମିଟର ଗତି କରିବାକୁ ଥିବା ବେଳେ ଇ-ବାଇକ୍‌ ୨୨୦ କିମି ଓ ଇ-ଅଟୋ ୧୩୦ କିମି ଗତି କରିବ । ସୂଚନା ଥାଉକି, ଓଡ଼ିଶାରେ ଗୁଣବତ୍ତା ଏଲ୍‌ଇଡି ମାନୁଫାକ୍‌ଚରିଂ ପାଇଁ ନିକଟରେ କ୍ରୀସ୍‌ ଏଲ୍‌ଇଡିକୁ ବ୍ରାଣ୍ଡ ଅଫ୍‌ ଦି ଇୟର୍‌ ୱାର୍ଲ୍ଡ ସିଗ୍‌ନେଚର୍‌ ପୁରସ୍କାର-୨୦୧୯ ମିଳିଛି । ଗୋଆରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ ନିକଟରୁ କ୍ରୀସ୍‌ ଏଲ୍‌ଇଡି ପ୍ରତିଷ୍ଠାତା ଶ୍ରୀ ମହାନ୍ତି ଏହି ପୁରସ୍କାର ଗ୍ରହଣ କରିଛନ୍ତି ।