ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

‘ଡନ୍‌-୩’ ର ନାୟିକା ହେବେ କ୍ରିତି ସାନନ୍‌, ୟୁରୋପରେ ହେବ ଫିଲ୍ମର ସୁଟିଂ

Published By : Prameya | April 23, 2025 12:19 PM

ମୁମ୍ବାଇ ୨୩/୦୪: ଅମିତାଭ ବଚ୍ଚନ ଓ ଶାହରୁଖ୍‌ ଖାନ୍‌ଙ୍କ ପରେ ବଲିଉଡ୍‌ର ନୂଆ ଡନ୍‌ ରଣବୀର ସିଂହ ହେବେ ବୋଲି ୨୦୨୪ରେ ଘୋଷଣା ହୋଇଥିଲା । ‘ଡନ୍‌-୩’ ଜରିଆରେ ଦୀର୍ଘ ୧୦ ବର୍ଷ ପରେ ଫରହାନ ହଖ୍‌ତର ନିର୍ଦ୍ଦେଶନା ଦୁନିଆକୁ ଫେରୁଛନ୍ତି ବୋଲି ମଧ୍ୟ ଘୋଷଣା ହୋଇଥିଲା । ଫିଲ୍ମର ଫିମେଲ୍‌ ଲିଡ୍‌ ଭାବେ ପ୍ରଥମେ କିଆରା ଆଡ଼ଭାନିଙ୍କୁ କାଷ୍ଟ୍‌ କରାଯାଇଥିଲା । କିନ୍ତୁ ଗର୍ଭବତୀ ଥିବାରୁ ଏହି ହାଇ-ପ୍ରୋଫାଇଲ ପ୍ରୋଜେକ୍ଟରୁ ସେ ଓହରିଗଲେ । ତାଜା ଖବର ଅନୁସାରେ, ‘ଡନ୍‌-୩’ରେ ରଣବୀରଙ୍କ ଅପୋଜିଟ୍‌ରେ ଲିଡ୍‌ ଲେଡି ଭାବେ କ୍ରିତି ସାନନ୍‌ଙ୍କ ନାଁ ଚର୍ଚ୍ଚାକୁ ଆସିଛି । 

ପିଙ୍କ୍‌ଭିଲ୍ଲାର ରିପୋର୍ଟ ଅନୁସାରେ, କ୍ରିତି ଫିଲ୍ମରେ ମୁଖ୍ୟ ନାୟିକା ହେବାକୁ ରାଜି ହୋଇଛନ୍ତି । କିଛି ଦିନ ମଧ୍ୟରେ ପ୍ରୋଜେକ୍ଟରେ ସେ ଔପଚାରିକ ଭାବେ ଚୁକ୍ତି କରିବେ । ଫିଲ୍ମରେ ରୋମା ଭୂମିକା ପାଇଁ ଫରହାନ ଓ ପ୍ରଡକ୍ସନ୍‌ ହାଉସ୍‌ ଜଣେ ଜଣାଶୁଣା ଓ ସଶକ୍ତ ଚରିତ୍ର ଖୋଜୁଥିଲେ । ସେମାନଙ୍କ ନଜରରେ କ୍ରିତି ପର୍‌ଫେକ୍ଟ ମ୍ୟାଚ୍‌ ହେଲେ । ପ୍ରୋଜେକ୍ଟରେ ଖୁବ୍‌ଶୀଘ୍ର ଯୋଗ ଦେବାକୁ କ୍ରିତି ଉତ୍ସାହିତ ଅଛନ୍ତି । ଫିଲ୍ମଟି ମୁଖ୍ୟତଃ ୟୁରୋପରେ ସୁଟିଂ ହେବ । ସୁଟିଂ ସ୍ଥାନ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି । ପ୍ରାକ୍‌-ପ୍ରଯୋଜନା କାମ ଆଉ କିଛି ମାସ ଧରି ଚାଲିବ । ଏହା ପରେ ଅକ୍ଟୋବର କିମ୍ବା ନଭେମ୍ବରରେ ଫିଲ୍ମଟି ସୁଟିଂ ଫ୍ଲୋର୍‌କୁ ଆସିବ । ‘ଡନ୍‌-୩’ର ସୁଟିଂ ଆରମ୍ଭ ପୂର୍ବରୁ କ୍ରିତି ଆନନ୍ଦ ଏଲ୍‌ ରାୟଙ୍କ ନିର୍ଦ୍ଦେଶିତ ‘ତେରେ ଇଶ୍କ ମେଁ’ ଓ ଦିନେଶ ଭିଜନଙ୍କ ପ୍ରଯୋଜିତ ‘କକ୍‌ଟେଲ୍‌-୨’ର ସୁଟିଂ ଶେଷ କରିବେ । ଆନନ୍ଦ ଏଲ୍‌ ରାୟଙ୍କ ହରର୍‌ ଫିଲ୍ମ ‘ନୟି ନବେଲି’ରେ ଅଭିନୟ ପାଇଁ ମଧ୍ୟ ତାଙ୍କର ଯୋଜନା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.