ନୂଆଦିଲ୍ଲୀ ୩୧/୦୩: ଖୁବ୍ଶୀଘ୍ର ‘କକ୍ଟେଲ୍-୨’ରେ ବଡ଼ ପରଦାକୁ ଆସିବେ କ୍ରିତି ସାନନ୍ । ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ଶାହିଦ କପୁର ଓ ରଶ୍ମିକା ମନ୍ଦାନା । ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମ ସହ ସାକ୍ଷାତକାରରେ କ୍ରିତି କହିଛନ୍ତି, ‘କକ୍ଟେଲ୍-୨’ରେ ତାଙ୍କ ଚରିତ୍ର ତାଙ୍କ କ୍ୟାରିଅର୍ର ସବୁଠୁ ହଟ୍ ଭୂମିକା । ଫିଲ୍ମରେ ନିଜର ନୂଆ ଅବତାର ପାଇଁ ସେ ନିର୍ଦ୍ଦେଶକ ହୋମି ଆଦାଜାନିଆଙ୍କୁ ଶ୍ରେୟ ଦେଇଛନ୍ତି । ଫିଲ୍ମରେ ତାଙ୍କ ଚରିତ୍ର ଖୁବ୍ ଭିନ୍ନ, ଯେଉଁଥିପାଇଁ ହୋମି ତାଙ୍କର ଲୁକ୍କାୟିତ ‘କୁଲ୍’ ବ୍ୟକ୍ତିତ୍ୱକୁ ବାହାରକୁ ଆଣିଛନ୍ତି । ଏ ବିଷୟରେ କ୍ରିତିଙ୍କର ଆଦୌ ଧାରଣା ନ ଥିଲା ।
କ୍ରିତି ଏହା ମଧ୍ୟ ବର୍ଣ୍ଣନା କରିଛନ୍ତି ଯେ ସେ ‘କକ୍ଟେଲ୍-୨’ ଅଫର୍କୁ କାହିଁକି ଗ୍ରହଣ କରିଥିଲେ। ସେ କହିଛନ୍ତି ତାଙ୍କର ପୂର୍ବ ଫିଲ୍ମ ‘ତେରେ ଇସ୍କ ମେଁ’ ବହୁତ ଇମୋସନାଲ୍ ଥିଲା, ତେଣୁ ସେ କିଛି ହାଲୁକା ଏବଂ ମଜାଦାର କରିବାକୁ ଚାହୁଁଥିଲେ। ଯେତେବେଳେ ‘କକଟେଲ୍ ୨’ ପାଇଁ ଅଫର ଆସିଲା, ସେ ତୁରନ୍ତ ରାଜି ହୋଇଗଲେ। ସେ କହିଲେ, ଏହା ସେହି ଜାଗା ଯେଉଁଠି ମୁଁ ରହିବାକୁ ଚାହୁଁଛି।
ତେବେ ବାର୍ତ୍ତାଳାପରେ କ୍ରିତି କହିଛନ୍ତି, ‘କକ୍ଟେଲ୍’ ଓ ‘କକ୍ଟେଲ୍-୨’ର କାହାଣୀ ମଧ୍ୟରେ ସାମଞ୍ଜସ୍ୟ ନାହିଁ । କିନ୍ତୁ ମୂଳ ଫିଲ୍ମ ଭଳି ସିକ୍ୱେଲ୍ର ଭାଇବ୍ ସମାନ । ଦୁଇଜଣ ଝିଅ ଓ ଜଣେ ପୁଅକୁ ନେଇ ଫିଲ୍ମର କାହାଣୀ । ଫିଲ୍ମରେ ଭାବପ୍ରବଣତା, ବନ୍ଧୁତା, ଡ୍ରାମା ଓ ମ୍ୟୁଜିକ୍ ସାଙ୍ଗକୁ ଚମତ୍କାର ସ୍ଥାନର ଝଲକ୍ ଦେଖିବାକୁ ମିଳିବ । ଆସନ୍ତା ଜୁନ୍ ୧୯ରେ ଫିଲ୍ମ ଥିଏଟରକୁ ଆସିବ ।
ଆହୁରି ପଢ଼ନ୍ତୁ...ନିତେଶ ତିଓ୍ବାରୀଙ୍କ 'ରାମାୟଣ'କୁ ନେଇ ଆପଣଙ୍କ ମନରେ ରହିଛି କି କିଛି ପ୍ରଶ୍ନ ? ଏପ୍ରିଲ୍ ୨ ରେ ମିଳିଯିବ ସମସ୍ତ ପ୍ରଶ୍ନର ଉତ୍ତର…