ନୂଆଦିଲ୍ଲୀ: ନିତେଶ ତିୱାରୀଙ୍କ "ରାମାୟଣ"କୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ଜାରି ରହିଛି। ଏହା ଏବେ ବଲିଉଡର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ମଧ୍ୟରୁ ଗୋଟିଏ। ନିତେଶ ତିୱାରୀଙ୍କ ଏହି ଫିଲ୍ମରେ ଦକ୍ଷିଣୀ ଏବଂ ବଲିଉଡର ମିଶ୍ରଣ ଦେଖିବାକୁ ମିଳିବ। ୯୦ ଦଶକର ଅନେକ ସୁପରଷ୍ଟାର ଏହି ଫିଲ୍ମ ପାଇଁ ଏକାଠି ନଜର ଆସୁଛନ୍ତି। ଏତେ ସଂଖ୍ୟକ ଷ୍ଟାର ଏକାଠି ଦେଖାଯାଉଥିବାରୁ, ଦର୍ଶକ ମାନଙ୍କ ମନରେ ଉତ୍କଣ୍ଠା ଲାଗି ରହିଛି । ପ୍ରଶଂସକ ମାନେ ବହୁତ ସମୟ ଧରି ରାମାୟଣ ଷ୍ଟାରକାଷ୍ଟକୁ ନେଇ ସସପେନ୍ସରେ ଥିଲେ। ଧୀରେ ଧୀରେ ଅନେକ ନାମ ସାମ୍ନାକୁ ଆସୁଥିଲା, କିନ୍ତୁ ଏବେ ଏପ୍ରିଲ ୨ ରେ ନିର୍ମାତା ଶେଷରେ ଫିଲ୍ମରୁ କାଷ୍ଟଙ୍କ ଲୁକ୍ ଜାରି କରିବାକୁ ଯାଉଛନ୍ତି ।
ଏପ୍ରିଲ ୨ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ। ହନୁମାନ ଜୟନ୍ତୀରେ ନିତେଶ ତିୱାରୀ ଏବଂ ନମିତ ମାଲହୋତ୍ରା ସେମାନଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମର କାଷ୍ଟଙ୍କ ଲୁକ୍ ପ୍ରକାଶ କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ମାତା ଏପ୍ରିଲ ୨ ରେ ଫିଲ୍ମର ଚରିତ୍ର ଗୁଡ଼ିକୁ ଉନ୍ମୋଚନ କରିବେ। ଏହି ସ୍ୱତନ୍ତ୍ର ଦିନରେ,ରଣବୀର କପୁର, ସାଇ ପଲ୍ଲବୀ, ରବି ଦୁବେ, ସନି ଦେଓଲ ଏବଂ ୟଶଙ୍କ ଲୁକ୍ ପ୍ରକାଶିତ ହେବ। ରଣବୀର କପୁର ରାମ ଭୂମିକାରେ ଅଭିନୟ କରିବେ, ସାଇ ପଲ୍ଲବୀ ସୀତା ଭୂମିକାରେ ଅଭିନୟ କରିବେ, ରବି ଦୁବେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିବେ, ସନି ଦେଓଲ ହନୁମାନ ଭୂମିକାରେ ଅଭିନୟ କରିବେ, ଏବଂ ୟଶ ରାବଣ ଭୂମିକାରେ ଅଭିନୟ କରିବେ।
ଏହି ଭିଡିଓ ମାଧ୍ୟମରେ, ନିର୍ମାତା ଫିଲ୍ମର ଭାବପ୍ରବଣ ଦିଗ ଏବଂ ଚରିତ୍ର ଗୁଡ଼ିକର ଗଭୀରତାକୁ ସ୍ପଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି, ଯାହା ଦ୍ଵାରା ଦର୍ଶକମାନେ ଏହି ମହାକାବ୍ୟକୁ ଏକ ନୂତନ ଦୃଷ୍ଟିକୋଣରୁ ଅନୁଭବ କରିପାରିବେ। ମୁଖ୍ୟ କଳାକାରଙ୍କ ବ୍ୟତୀତ, ଏହି ଘୋଷଣା ସମୟରେ ଅନ୍ୟ ଷ୍ଟାରକାଷ୍ଟଙ୍କ ଲୁକ୍ ମଧ୍ୟ ପ୍ରକାଶ ପାଇବ। 'ରାମାୟଣ'ରେ ରକୁଲ ପ୍ରୀତ ସିଂହ, ଲାରା ଦତ୍ତା, ବିବେକ ଓବେରୟ, ଅରୁଣ ଗୋଭିଲ ଏବଂ କୁନାଲ କପୁରଙ୍କ ପରି ଷ୍ଟାର ମାନେ ଦେଖିବାକୁ ପାଇବେ ।