ପ୍ରଭାସଙ୍କୁ ବିବାହ କରିବାକୁ ଚାହୁଁଛନ୍ତି କ୍ରିତି ସାନନ୍, ଅଭିନେତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ ୨୮/୧୧: ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନ ଏବଂ ସାଉଥ୍ ସୁପରଷ୍ଟାର ପ୍ରଭାସ ଖୁବ୍ ଶୀଘ୍ର ଓମ ରାଉତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ରେ ଏକାଠି ନଜର ଆସିବେ। ଏହି ଫିଲ୍ମରେ ଦର୍ଶକ ପ୍ରଭାସଙ୍କୁ ଶ୍ରୀରାମ ଏବଂ କ୍ରିତିଙ୍କୁ ମାତା ସୀତାଙ୍କ ଭୂମିକାରେ ଦେଖିବାକୁ ପାଇବେ। ଅଯୋଧ୍ୟାରେ ଏକ ବଡ ଇଭେଣ୍ଟରେ ଫିଲ୍ମର ଟିଜର ରିଲିଜ୍ ହୋଇଥିଲା। ଯେଉଁଠାରେ ଫ୍ୟାନ୍ସ କ୍ରିତି ଏବଂ ପ୍ରଭାସଙ୍କ ମଧ୍ୟରେ ଜବରଦସ୍ତ ବଣ୍ଡିଂ ଦେଖିବାକୁ ପାଇଥିଲେ। ଏଥିସହିତ ଦୁହିଁଙ୍କ ଡେଟିଂ ଖବର ମଧ୍ୟ ଜୋରସୋରରେ ଚାଲିଛି। ବର୍ତ୍ତମାନ ବରୁଣ ଧାୱନ କ୍ରିତି ଏବଂ ପ୍ରଭାସଙ୍କୁ ନେଇ ଏକ ସୂଚନା ଦେଇଛନ୍ତି।
ନିକଟରେ କ୍ରିତି ସାନନ୍ ଏବଂ ବରୁଣ ଧାୱନଙ୍କ ଫିଲ୍ମ ‘ଭେଡିଆ’ ରିଲିଜ୍ ହୋଇଛି। ଯାହାକୁ ପ୍ରମୋଟ୍ କରିବା ପାଇଁ ଦୁହେଁ କୌଣସି ଉପାୟ ଛାଡି ନାହାଁନ୍ତି। ଏହି ପ୍ରମୋସନାଲ୍ ଇଭେଣ୍ଟରେ କ୍ରିତି ପ୍ରଭାସଙ୍କ ପ୍ରଶଂସା କରିବାରେ ଥକିପଡି ନାହାଁନ୍ତି। ବରୁଣ ମଧ୍ୟ ଦୁହିଁଙ୍କ ସମ୍ପର୍କ ବିଷୟରେ ଏକ ହିଣ୍ଟ୍ ଦେଇଛନ୍ତି।
Good morning vadhinaa have a nice day @kritisanon ❤
— vicky prabhas (@Prabhas__VICKY) November 26, 2022
Darling #Prabhas 🙏#UppalapatiKritisanon 💑pic.twitter.com/GHj3ZR2ZeX
ପ୍ରଭାସଙ୍କ ସହ ସମ୍ପର୍କ ଥିବା ଖବର ମଧ୍ୟରେ କ୍ରିତି ସାନନ୍ ନିକଟରେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ସେ ପ୍ରଭାସଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଯେତେବେଳେ କ୍ରିତିକୁ ପଚରାଯାଇଛି, କାର୍ତ୍ତିକ ଆର୍ଯ୍ୟନ୍, ଟାଇଗର ଶ୍ରଫ୍ ଏବଂ ପ୍ରଭାସଙ୍କ ମଧ୍ୟରୁ ସେ କାହାକୁ ବିବାହ କରିବାକୁ ଚାହୁଁଛନ୍ତି? ଏହାର ଉତ୍ତରରେ କ୍ରିତି କହିଛନ୍ତି, ସେ ପ୍ରଭାସଙ୍କୁ ବିବାହ କରିବାକୁ ଚାହୁଁଛନ୍ତି।
North Vadina ❤️😍 Chudu Tammudu 😎#Prabhas pic.twitter.com/Zalmr9ig2L
— Prashanth Neel (@Vikram_Rebelism) November 25, 2022
ଏଥ୍ଲହିତ ଫିଲ୍ମ ‘ଭେଡ଼ିଆ’ର ପ୍ରମୋସନାଲ ଇଭେଣ୍ଟରେ ଏକ ସାକ୍ଷାତକାରରେ ବରୁଣ ଧାୱନ କ୍ରିତିଙ୍କ ପର୍ସନାଲ୍ ଲାଇଫ୍ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ବରୁଣ କହିଛନ୍ତି, କ୍ରିତିଙ୍କ ଲାଇଫରେ ତାଙ୍କ ଶେହଜାଦା ଏଣ୍ଟ୍ରି କରିସାରିଛନ୍ତି । ଭିଡିଓରେ ସେ ଆହୁରି ମଧ୍ୟ କହିଛନ୍ତି ଯେ କାର୍ତ୍ତିକ ଏବଂ ପ୍ରଭାସଙ୍କ ସହ ତାଙ୍କ ଯୋଡି ଭଲ ଲାଗିବ। ଏହା ଶୁଣିବା ପରେ କ୍ରିତୀଙ୍କ ମୁହଁରେ ଏକ ସୁନ୍ଦର ହସ ଦେଖାଯାଉଛି।