ନୂଆଦିଲ୍ଲୀ,୨୧/୦୨; ଟିଭି ଅଭିନେତ୍ରୀ କ୍ରିତିକା କାମରା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଖୁବଶୀଘ୍ର ହାତକୁ ଦୁଇହାତ ହେବାକୁ ଯାଉଛନ୍ତି କ୍ରିତିକା । ନିଜଠୁ ୭ ବର୍ଷ ବଡ଼ କ୍ରିକେଟ ହୋଷ୍ଟ ଗୌରବ କପୁରଙ୍କୁ ଜୀବନସାଥୀ କରିବେ କ୍ରିତିକା । କପଲଙ୍କ ବିବାହ ତାରିଖ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ଜାଣିବାକୁ ଫ୍ୟାନ୍ସମାନେ ଉତ୍ସାହିତ ଅଛନ୍ତି । ଶେଷରେ, କପଲଙ୍କ ବିବାହ ତାରିଖ ପ୍ରକାଶ ପାଇଛି । କ୍ରିତିକା କାମରା ଏବଂ ଗୌରବ କପୁର ମାର୍ଚ୍ଚ ୧୧ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ମୁମ୍ବାଇରେ ଏହି କପଲ ବିବାହ କରିବେ । ବିବାହକୁ ନେଇ ଡିଟେଲ୍ସ ସୂଚୀ ସାମ୍ନାକୁ ଆସିଛି ।

ବମ୍ବେ ଟାଇମ୍ସ ରିପୋର୍ଟ ଅନୁସାରେ, ଗୌରବ ଏବଂ କ୍ରିତିକା ମାର୍ଚ୍ଚ ୧୧ରେ ମୁମ୍ବାଇରେ ବିବାହ କରିବେ । ଏକ ପ୍ରାଇଭେଟ୍ ସେରୀମନିରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଯେଉଁଥିରେ କେବେଳ ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟ ସାମିଲ ହେବେ । କପଲଙ୍କର ଗଣେ ସମ୍ପର୍କୀୟ ସୂଚନା ଦେଇ ଏହା କହିଛନ୍ତି । ଏହାପରେ ମାର୍ଚ୍ଚ ୧୨ ତାରିଖରେ ମୁମ୍ବାଇରେ ରିସେପସନ୍ ପାର୍ଟି ଦେବେ । କ୍ରିତିକା ଏବଂ ଗୌରବ ଗ୍ରାଣ୍ଡ ୱେଡିଂ କରିବା ପରିବର୍ତ୍ତେ ସାଧାସିଧା ବିବାହ କରି ଏହାକୁ ପର୍ସନାଲ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବିବାହ ଉତ୍ସବରେ ପରିବାର ବ୍ୟତୀତ କିଛି ଫିଲ୍ମ ଷ୍ଟାର ଏବଂ କ୍ରିକେଟର ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏପର୍ଯ୍ୟନ୍ତ ଗୌରବ ଏବଂ କ୍ରିତିକା ସେମାନଙ୍କ ବିବାହକୁ ନେଇ କୌଣସି ଅଫିସିଆଲ ଘୋଷଣା କରିନାହାନ୍ତି ।

ଏହା ବି ପଢନ୍ତୁ...ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଲିଉଡ ସ୍ଵାଗ୍, ଭାରତ ଗସ୍ତ ଟ୍ରିବ୍ୟୁଟ୍ ଭିଡିଓରେ ପୋଷ୍ଟ କଲେ ଧୁରନ୍ଧର ଟାଇଟଲ ସଙ୍ଗ୍

କିଛି ବର୍ଷ ହେବ ଗୌରବ ଓ କ୍ରିତିକା ପରସ୍ପରକୁ ଡେଟ୍ କରି ଆସୁଛନ୍ତି । କିଛି ମାସ ତଳେ ଦୁହେଁ ସେମାନଙ୍କ ସମ୍ପର୍କକୁ ଅଫିସିଆଲ କରିଥିଲେ । କ୍ରିତିକା ଏହା ପୂର୍ବରୁ କରନ କୁନ୍ଦ୍ରାଙ୍କୁ ଡେଟ୍ କରୁଥିଲେ । ଜଣାଶୁଣା କ୍ରିକେଟ ହୋଷ୍ଟ ଗୌରବ ପୂର୍ବରୁ ବିବାହିତ । ୨୦୨୧ରେ ତାଙ୍କର ଛାଡପତ୍ର ହୋଇଥିଲା । ତାଙ୍କ ପ୍ରଥମ ପତ୍ନୀ କିରଣ ଭଟ୍ଟଲ ମଧ୍ୟ ଜଣେ ଅଭିନେତ୍ରୀ