କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ପରିସରରେ ହୃଦୟ ବିଦାରକ ଦୃଶ୍ୟ: ଶିଶୁପୁତ୍ରର ମୃତଦେହକୁ ଝୁଣି ଖାଇଲେ କୁକୁର

କେନ୍ଦୁଝର ୨୮/୦୧: କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ପରିସରରେ ଦେଖିବାକୁ ମିଳିଲା ଏକ ହୃଦୟ ବିଦାରକ ଦୃଶ୍ୟ। ଏକ ଶିଶୁପୁତ୍ରର ମୃତଦେହ କୁକୁର ଝୁଣି ଖାଉଥିବା ଦୃଶ୍ୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଶୁକ୍ରବାର ପାଟଣା ଅଞ୍ଚଳର ସୋରାସ ଗ୍ରାମର ଜଣେ ମହିଳାଙ୍କ ଅପରେସନ ପରେ ଏକ ମୃତ ସନ୍ତାନ ଜନ୍ମ ହୋଇଥିଲା। ମୃତ ଦେହକୁ ପରିବାର ଲୋକେ ଡାକ୍ତରଖାନା ପରିସରରେ ଅଳ୍ପ ଗାତ କରି ପୋତି ଦେଇଥିବା ସମ୍ପର୍କୀୟ ଚତୁରୀ ନାୟକ କହିଛନ୍ତି । ମାତ୍ର ଶନିବାର ସକାଳେ କୁକୁର ଗାତରୁ କାଢି ମୃତ ଦେହକୁ ଝୁଣି ଝୁଣି ଖାଉଥିବା ଦେଖାଯାଇଛି। ମୃତଦେହକୁ ଉପଯୁକ୍ତ ଭାବେ ସଂସ୍କାର କରାଯାଇ ନଥିବାରୁ ଏଭଳି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।