PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ

ଭୁବନେଶ୍ଵର, ୨୮/୧୧ : ଓଡ଼ିଶା କୁଲତା ସମାଜର ଏକ ପ୍ରତିନିଧି ଦଳ ସୋମବାର ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ଦାବି ବିଷୟରେ ଆଲୋଚନା କରିଥିଲେ। ପ୍ରଥମେ ସେମାନଙ୍କ କୂଳ ଦେବତା ପ୍ରଭୁ ନୃସିଂହନାଥଙ୍କ ପୀଠର ଉନ୍ନତି ନିମନ୍ତେ 5T ଉପକ୍ରମରେ ମୁଖ୍ୟମନ୍ତ୍ରୀ ନେଇଥିବା ରୂପାନ୍ତରଣ କାର୍ଯ୍ୟକ୍ରମ ପାଇଁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଆଲୋଚନା ସମୟରେ ସେମାନେ ପୁରୀଧାମରେ ଏକ ଧର୍ମଶାଳା ନିର୍ମାଣ ନିମନ୍ତେ ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

କୁଲତା ସମାଜ ବହୁଳ ଗ୍ରାମ ଗୁଡିକରେ ଜଗନ୍ନାଥ ମନ୍ଦିର ସ୍ଥାପନ, ପରିଚାଳନା, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଏହି ସମାଜ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି । ପୁରୀ ନିକଟସ୍ଥ ରାମଚଣ୍ଡୀ ମନ୍ଦିର ମଧ୍ୟ କୁଲତା ସମାଜର ଏକ ପ୍ରସିଦ୍ଧ ଧର୍ମପୀଠ । କୁଲତା ସମାଜର ଲକ୍ଷ ଲକ୍ଷ ଭକ୍ତ ପ୍ରତିବର୍ଷ ପୁରୀଧାମକୁ ଯାଇଥାନ୍ତି । ତେଣୁ ପୁରୀରେ କୁଲତା ସମାଜକୁ ଧର୍ମଶାଳା ନିମନ୍ତେ ଏକ ଏକର ଜମି ଓ ଆର୍ଥିକ ଅନୁଦାନ ଯୋଗାଇ ଦେବା ପାଇଁ ସେମାନେ ଅନୁରୋଧ କରିଥିଲେ । ଏହାଦ୍ଵାରା କୁଲତା ସମାଜର ଭକ୍ତମାନେ ସୁବିଧାରେ ପୁରୀ ଧାମରେ ରହିବା ସହ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମଧ୍ୟ ସୁରୁଖୁରୁରେ ଆୟୋଜନ କରିପାରିବେ।

ସେମାନଙ୍କର ଅନୁରୋଧକୁ ଗ୍ରହଣ କରି ପୁରୀରେ ଉପଯୁକ୍ତ ସ୍ଥାନରେ ଏକ ସପ୍ତାହ ମଧ୍ୟରେ ଜମି ଚିହ୍ନଟ ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ସରକାରଙ୍କ ତରଫରୁ ଧର୍ମଶାଳା ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏକ ବର୍ଷ ମଧ୍ୟରେ ଏହି ଧର୍ମଶାଳା ଯେପରି ସମ୍ପୂର୍ଣ୍ଣ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ଦାବି ପ୍ରତି ସହାନୁଭୂତିଶୀଳ ମନୋଭାବ ପାଇଁ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଏହି ପ୍ରତିନିଧି ଦଳରେ ବୌଦ୍ଧ, ସୋନପୁର, ସମ୍ବଲପୁର, ଓ ବ୍ରଜରାଜନଗର ଅଞ୍ଚଳର କୁଲତା ସମାଜର ବନ୍ଧୁମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।