ନୂଆଦିଲ୍ଲୀ,୧୦/୦୩; ଭାରତୀୟ କ୍ରିକେଟ୍ ଦଳ ଐତିହାସିକ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟର ଉତ୍ସବ ପାଳନରେ ବୁଡ଼ି ରହିଛି । ଏହି ସମୟରେ, ଏକ ଖବର ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆର ଜଣେ ଷ୍ଟାର ଖେଳାଳି ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ବିବାହ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ଏହା ପ୍ରଥମେ ନଭେମ୍ବରରେ ହେବ ବୋଲି ଶୁଣିବାକୁ ମିଳୁଥିଲା, କିନ୍ତୁ ଭାରତୀୟ ଦଳର କାର୍ଯ୍ୟସୂଚୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେ ଷ୍ଟାର ପ୍ଲେୟାର ଜଣଙ୍କ ହେଉଛନ୍ତି କୁଳଦୀପ ଯାଦବ । ଟି-ଟ୍ୱେଣ୍ଟି ବିଶ୍ୱ ବିଜେତା କୁଳଦୀପ ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ବିବାହ କରିବେ ।
ଭାରତୀୟ କ୍ରିକେଟ ଦଳର ଷ୍ଟାର ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ବିବାହ କରିବାକୁ ଯାଉଛନ୍ତି । କୁଲଦୀପ ତାଙ୍କ ପିଲାଦିନର ବନ୍ଧୁ ବଂଶିକାଙ୍କୁ ବିବାହ କରିବେ । ବିବାହ ତାରିଖ ୧୪ ମାର୍ଚ୍ଚ, ୨୦୨୬ ରେ ସ୍ଥିର ହୋଇଛି । ଏହା ଉତ୍ତରାଖଣ୍ଡର ମସୁରୀର ହିଲ୍ ଷ୍ଟେସନରେ ଅନୁଷ୍ଠିତ ହେବ। ରିପୋର୍ଟ ଅନୁସାରେ, ବିବାହର ତିନି ଦିନ ପରେ ୧୩ ମାର୍ଚ୍ଚରେ ହଳଦୀ ଏବଂ ମେହେନ୍ଦି ସେରିମନି ଅନୁଷ୍ଠିତ ହେବ । ବିବାହର ତିନି ଦିନ ପରେ ୧୭ ମାର୍ଚ୍ଚରେ ଲକ୍ଷ୍ନୌର ହୋଟେଲ ସେଣ୍ଟ୍ରମରେ ଏକ ଭବ୍ୟ ସ୍ୱାଗତ ସମାରୋହ ଅନୁଷ୍ଠିତ ହେବ । ଏହି ସମାରୋହରେ ଅନେକ ଭାରତୀୟ କ୍ରିକେଟ ଖେଳାଳି, ବଲିଉଡ୍ ତାରକା ଏବଂ ଉତ୍ତର ପ୍ରଦେଶର ପ୍ରମୁଖ ରାଜନେତା ଯୋଗଦେବାର ଆଶା କରାଯାଉଛି ।
ଏହା ବି ପଢନ୍ତୁ...ଅର୍ଶଦୀପଙ୍କ ଉପରେ ଝୁଲୁଛି ଆଇସିସି ଆକ୍ସନ ଖଣ୍ଡା ! ଫାଇନାଲରେ ରାଗି କିୱି ବ୍ୟାଟରଙ୍କ ଉପରକୁ ଫିଙ୍ଗିଥିଲେ ବଲ୍
କୁଲଦୀପ ଯାଦବଙ୍କ ଭାବି ପତ୍ନୀ ବଂଶିକା କାନପୁରର ଶ୍ୟାମ ନଗରର ବାସିନ୍ଦା । ସେ ଏଲଆଇସିରେ କାମ କରନ୍ତି । କୁଲଦୀପ ଏବଂ ବଂଶିକା ପିଲାଦିନରୁ ପରସ୍ପରକୁ ଜାଣନ୍ତି । ସେମାନଙ୍କର ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା । ସେମାନଙ୍କର ନିର୍ବନ୍ଧ ଜୁନ୍ ୪, ୨୦୨୫ରେ ଲକ୍ଷ୍ନୌରେ ଏକ ବ୍ୟକ୍ତିଗତ ଉତ୍ସବରେ ହୋଇଥିଲା । ବିବାହ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଛି । କୁଲଦୀପଙ୍କ ବାପା ରାମ ସିଂହ ଯାଦବ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିବାହ ନିମନ୍ତ୍ରଣ ଦେଇଛନ୍ତି ।