ନୂଆଦିଲ୍ଲୀ,୦୪/୦୩; କ୍ରିକେଟ ଜଗତରୁ ଆସିଲା ଦୁଃଖଦ ଖବର । ଭାରତୀୟ କ୍ରିକେଟର ରିଙ୍କୁ ସିଂହଙ୍କ ପରେ ବାପାଙ୍କୁ ହରାଇଲେ ଆଉ ଜଣେ କ୍ରିକେଟର । ଶ୍ରୀଲଙ୍କାର ପୂର୍ବତନ ଖେଳାଳି କୁମାର ସାଙ୍ଗାକାରାଙ୍କ ପିତାଙ୍କ ଦେହାନ୍ତ ହୋଇଛି । ସାଙ୍ଗାକାରାଙ୍କ ପିତା କ୍ଷେମା କାଣ୍ଡିର ଜଣେ ଓକିଲ ଥିଲେ । ସେ କୁମାର ସାଙ୍ଗାକାରାଙ୍କ ପ୍ରଥମ ପ୍ରଶିକ୍ଷକ ମଧ୍ୟ । ପୁଅର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ କ୍ଷେମା । ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଥିବା ଖବର ଆସୁଛି । ଏହି ଖବର କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । କ୍ଷେମା କ୍ରିକେଟ ଜଗତ ଏବଂ ଶ୍ରୀଲଙ୍କାକୁ ବିଶ୍ୱର ଜଣେ ମହାନ କ୍ରିକେଟର କୁମାର ସାଙ୍ଗାକାରା ଦେଇଥିଲେ । ସାଙ୍ଗାକାରାଙ୍କ ପରିବାର ଏହି ଦୁଃଖଦ ଖବର ପ୍ରଶଂସକଙ୍କୁ ବାଣ୍ଟିଛନ୍ତି । ସାଙ୍ଗାକାରାଙ୍କ ବାପାଙ୍କ ଅନ୍ତିମ ସଂସ୍କାର ମାର୍ଚ୍ଚ ୪ ତାରିଖରେ କରାଯିବ ।​​​​​​​

କୁମାର ସାଙ୍ଗାକାରାଙ୍କ ପିତା କ୍ଷେମା କାଣ୍ଡି ଜଣେ ସମ୍ମାନିତ ବ୍ୟକ୍ତି  ଥିଲେ। ଯଦିଓ ସେ ଜଣେ ବୃତ୍ତିଗତ କ୍ରିକେଟର ନଥିଲେ, ସେ କୁମାରଙ୍କ ପ୍ରଥମ ପ୍ରଶିକ୍ଷକ ଥିଲେ । ତାଙ୍କ ପୁଅ ପ୍ରତି ଅତ୍ୟନ୍ତ ଶୃଙ୍ଖଳାଗତ ଥିଲେ, ପ୍ରତିଦିନ ସାଙ୍ଗାକାରା ଏବଂ ତାଙ୍କ ଭାଇମାନଙ୍କୁ ପ୍ରଶିକ୍ଷଣ ଦେବାରେ ଘଣ୍ଟା ଘଣ୍ଟା ସମୟ ବିତାଇଥିଲେ । କ୍ଷେମା କାଣ୍ଡିଙ୍କ ବିୟୋଗକୁ ନେଇ ପାରିବାର ପକ୍ଷରୁ କୁହାଯାଇଛି କି, "ଆଇନଜୀବୀ କ୍ଷେମା ସାଙ୍ଗାକାରାଙ୍କ ପରଲୋକ ହୋଇଛି । ତାଙ୍କୁ ହରାଇ ପରିବାର ଭାଙ୍ଗି ପଡିଛି ।'' କୁମାର ସାଙ୍ଗାକାରାଙ୍କୁ ଶ୍ରୀଲଙ୍କା କ୍ରିକେଟ ଇତିହାସର ଜଣେ ମହାନ ଖେଳାଳି ଭାବରେ ଗଢ଼ି ତୋଳିବାରେ ତାଙ୍କ ପିତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସାଙ୍ଗାକାରା ତାଙ୍କ ଅବସର ଭାଷଣରେ ତାଙ୍କ ପିତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ । କୁମାର ସାଙ୍ଗାକାରା ବର୍ତ୍ତମାନ IPL ଦଳ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ଏବଂ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ।

ଏହା ବି ପଢନ୍ତୁ...କ୍ରିକେଟ୍ ପଡ଼ିଆରେ ରିଙ୍କୁ, ହସ୍ପିଟାଲରେ ଆଖି ବୁଜିଲେ ବାପା: ଷ୍ଟେଜ୍ ୪ ଲିଭର କ୍ୟାନ୍ସରରେ ଚାଲିଗଲା ଜୀବନ

କହି ରଖୁଛି କି, କିଛି ଦିନ ତଳେ ଭାରତୀୟ ଷ୍ଟାର କ୍ରିକେଟକ ରିଙ୍କୁ ସିଂହ ତାଙ୍କ  ବାପାଙ୍କୁ ହରାଇଥିଲେ । ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳୁଥିବା ରିଙ୍କୁ ସିଂହଙ୍କ ବାପା ଲିଭର କ୍ୟାନ୍ସର ଷ୍ଟେଜ୍ ୪ରେ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଛନ୍ତି । ଏବେ ଶ୍ରୀଲଙ୍କାର ପୂର୍ବ କ୍ରିକେଟରଙ୍କ ପିତାଙ୍କ ବିୟୋଗରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି ।