ଗାଜିଆବାଦ : ଜଣାଶୁଣା କବି କୁମାର ବିଶ୍ୱାସକୁ ଅନେକ ଦିନରୁ ଧମକପୂର୍ଣ୍ଣ ଇ-ମେଲ ଆସୁଥିଲା । ଇ-ମେଲ୍ରେ ତାଙ୍କୁ ଜୀବନରେ ମାରିବାର ଧମକ ଦିଆଯାଉ ଥିଲା । ପୁଲିସ ଏହି ମାମଲାରେ ଇନ୍ଦୋରରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ପୁଲିସ କହିଛି କି ଅଭିଯୁକ୍ତକୁ ନିର୍ଦ୍ଦିଷ୍ଟ ଧାରା ଅନୁସାରେ ଜେଲ୍କୁ ପଠାଯିବାର ପ୍ରକ୍ରିୟା ଚାଲିଛି।
ନିଜର କବିତା ପାଇଁ ପୂରା ଦୁନିଆରେ ପରିଚିତ କୁମାର ବିଶ୍ୱାସଙ୍କୁ ଅନେକ ଦିନରୁ ଧମକପୂର୍ଣ୍ଣ ମେଲ୍ ଆସୁଥିଲା । ଏହି ବିଷୟରେ କୁମାର ବିଶ୍ୱାସଙ୍କ ମ୍ୟାନେଜର ପୁଲିସରେ ଲିଖିତ ଅଭିଯୋଗ କରାଇଥିଲେ । ଅଭିଯୋଗକୁ ନେଇ କୁମାର ବିଶ୍ୱାସ ଏକ ଲେଟର ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଲେଟରରେ କୁହାଯାଇଛି କି , କୁମାର ବିଶ୍ୱାସଙ୍କୁ ଅନେକ ଦିନରୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଉଛି। ଏହାସହ ଇ-ମେଲ୍ରେ ଭଗବାନ ଶ୍ରୀ ରାମଙ୍କୁ ନେଇ ମଧ୍ୟ ଆପତ୍ତିଜନକ କଥା ଲେଖା ଯାଉଥିଲା।
{"width":763,"height":572}
/wp:htmlअब उन्हें और उनके चिंटुओं मेरे द्वारा मेरे राघवेंद्र सरकार राम का महिमामंडन करना पसंद नहीं।कह रहे हैं “मार देगें” 😲 ये सब ठीक है पर अपने चिंटुओं को बोलो मर्यादा पुरुषोत्तम भगवान राम को गाली न बकें। अपना काम करो नहीं तो याद रखो रावण तक का वंश नहीं बचा ,तुम ऐसे कौन लवणासुर हो ?😊 pic.twitter.com/rZKdvYZce0
— Dr Kumar Vishvas (@DrKumarVishwas) November 20, 2022
ଲେଟରରେ କୁମାର ବିଶ୍ୱାସଙ୍କ ମ୍ୟାନେଜର ଏହା କହିଥିଲେ କି ଇ-ମେଲରେ ଭଗବାନ ଶ୍ରୀରାମଙ୍କୁ ଗାଳି ଦିଆଯାଉ ଥିଲା । କହି ରଖୁଛୁ କି , କୁମାର ଅନେକ ସମୟରେ ମଞ୍ଚରେ ଶ୍ରୀରାମ କଥା କହିଥାନ୍ତି। ତାଙ୍କର ରାମକଥାର ଭିଡ଼ିଓରେ ଲକ୍ଷ ଲକ୍ଷ ଭ୍ୟୁଜ୍ ଆସିଥାଏ । ଇ-ମେଲରେ କୁମାରଙ୍କୁ ଏହି ଧମକ ଦିଆଯାଉଥିଲା କି ସେ ରାମଙ୍କ ବିଷୟରେ କହିବା ବନ୍ଦ କରନ୍ତୁ , ନୁହେଁତ ତାଙ୍କୁ ଜୀବନରେ ମାରିଦିଆ ଯିବ ।
{"width":785,"height":589}
ଇ-ମେଲ୍ରେ ଧମକ ଦେବା ସହ ଏହା ବି ମେସେଜ୍ ଆସିଥିଲା କି କେଜ୍ରିୱାଲ ତୁମ (କୁମାର ବିଶ୍ୱାସ) ଠାରୁ ଭଲ ମଣିଷ । ଏହାସହ କୁମାରଙ୍କୁ ଏହି ଚେତାବନୀ ମଧ୍ୟ ଦିଆଯାଇ ଥିଲା କି ସେ କେଜ୍ରିୱାଲଙ୍କ ଉପରେ କୌଣସି ଟିପ୍ପଣୀ କରିବେ ନାହିଁ । ଧମକ ଦେବା ଲୋକ ସହିଦ ଉଧମ ସିଂହଙ୍କ ନାଁରେ ପ୍ରତିଜ୍ଞା କରି କୁମାରଙ୍କୁ ଜୀବନରେ ମାରିବା କଥା କହିଥିଲେ । ରାମ କେବଳ ହିନ୍ଦୁଙ୍କର ନୁହେଁ, ପୂରା ବିଶ୍ୱର ଭଗବାନ : ଫାରୁକ୍ ଅବଦୁଲ୍ଲା