ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସରକାରଙ୍କୁ ଟାର୍ଗେଟ କଲେ କୁନାଲ୍ କାମରା, Xରେ ସେୟାର କଲେ ଶୀର୍ଷକ, ‘ଗଣତନ୍ତ୍ରରେ କେମିତି ଜଣେ କଳାକାରଙ୍କୁ ହତ୍ୟା କରାଯାଏ’…

Published By : Ladu Kishor | April 1, 2025 6:57 PM

ନୂଆଦିଲ୍ଲୀ: ଷ୍ଟାଣ୍ଡ-ଅପ୍ କମେଡିଆନ୍ କୁନାଲ କାମରା ଆଜି (ମଙ୍ଗଳବାର) ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି ଏବଂ ଅଭିଯୋଗ କରିଛନ୍ତି ଯେ, ବିରୋଧ କରୁଥିବା କଳାକାରଙ୍କୁ ଚୁପ୍ କରାଇବା ପାଇଁ ବ୍ୟବସ୍ଥିତ ଅଭିଯାନ ଚଳାଇଛନ୍ତି । ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ତାଙ୍କର କଥିତ "ଗଦ୍ଦାର" (ବିଶ୍ୱାସଘାତକ) ପରିହାସକୁ ନେଇ ବିବାଦରେ ଅଛନ୍ତି କାମରା ।  ସେ X ରେ, ଲୋକତାନ୍ତ୍ରିକ ତରିକାରେ ଜଣେ କଳାକାରଙ୍କୁ କିଭଳି ହତ୍ୟା କରାଯିବ’ ଏକ ଶୀର୍ଷକ ସେୟାର କରିଛନ୍ତି। ସେ କହିଛନ୍ତି ଯେ, ସରକାର ବିରୋଧୀ ସ୍ବରକୁ ଦମନ କରିବା ପାଇଁ ନିମ୍ନ ତରିକା ଆପଣାଉଛନ୍ତି। ବାକ୍ ସ୍ୱାଧୀନତା ଏବଂ କଳାତ୍ମକ ଅଭିବ୍ୟକ୍ତିକୁ ଦମନ କରିବା ପାଇଁ ଶାସକ ସରକାରଙ୍କ ଦ୍ୱାରା ବ୍ୟବହୃତ "ପ୍ଲେବୁକ୍" ସେ ଉଲ୍ଲେଖ କରିଛନ୍ତି। 

୧-ଏତେ ଆକ୍ରୋଶ ପ୍ରସାର କର ଯେ,ବ୍ରାଣ୍ଡ୍‌ସ ମାନେ କଳାକାରଙ୍କ ସହ କାମ କରିବା ବନ୍ଦ କରିଦେବେ…

୨-ଆହୁରି ଅଧିକ ବିବାଦ ସୃଷ୍ଟି କର ଯେପରି ପ୍ରାଇଭେଟ୍ ଏବଂ କର୍ପୋରେଟ ଶୋ ରଦ୍ଧ ହେଇଯାଉ…

୩-ଏତେ ଅଧିକ ହିଂସାତ୍ମକ ପ୍ରତିକ୍ରିୟା ଦିଅ, ଯାହା ପରେ କି ବଡ ବଡ ଭେନ୍ୟୁ ମଧ୍ୟ ତାଙ୍କୁ ମଞ୍ଚ ଦେବାକୁ ଡରିବେ…

୪-ହିଂସକ ଆକ୍ରୋଶ କର, ଯାହା ଫଳରେ କି ଛୋଟ ଛୋଟ ସ୍ଥାନ ବି ଦ୍ବାର ବନ୍ଦ କରି ରହିବେ…

୫-ଦର୍ଶକଙ୍କୁ ଧମକ ଦିଆଯାଉ, କଳାକୁ ଅପରାଧ ବନାଇ ଦିଆଯାଉ…   

ଏହା ପରେ କଳାକାରଙ୍କ ପାଖରେ କେବଳ ଦୁଇଟି ବିକଳ୍ପ ବାକି ଅଛି ବୋଲି ସେ କହିଛନ୍ତି, ପ୍ରଥମେ ସେମାନେ ସେମାନଙ୍କର ଆତ୍ମାକୁ ବିକ୍ରୟ କରନ୍ତୁ ନଚେତ୍ ନୀରବରେ ରୁହନ୍ତୁ…କାମରା ଆହୁରି ମଧ୍ୟ କହିଛନ୍ତି ଯେ "ଏହା କେବଳ ଏକ ପ୍ଲେବୁକ୍ ନୁହେଁ, ଏହା ଏକ ରାଜନୈତିକ ଅସ୍ତ୍ର। ଏକ ନୀରବ ମେସିନ୍"।

ଗତ ସପ୍ତାହରେ, ନାସିକ୍ ଗ୍ରାମାଞ୍ଚଳ, ଜଳଗାଓଁ ଏବଂ ନାସିକ୍ (ନାନ୍ଦଗାଓଁ)ରେ କୁନାଲ କାମରାଙ୍କ ବିରୁଦ୍ଧରେ ତିନୋଟି ଏଫଆଇଆର ଖାର ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଶିବସେନା ବିଧାୟକ ମୁରଜୀ ପଟେଲଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ ହୋଇସାରିଛି। ମୁମ୍ବାଇର ହାବିଟାଟ୍ ଷ୍ଟୁଡିଓ, ଯେଉଁଠାରେ କାମରା ଶିବସେନାରେ ବିଭାଜନକୁ ନେଇ ଏକନାଥ ସିନ୍ଦେଙ୍କୁ ସମାଲୋଚନା କରି ତାଙ୍କ ଭିଡିଓ ସୁଟ୍ କରିଥିଲେ, ତାହା ମହାନଗରର ପଶ୍ଚିମ ଭାଗରେ ଖାର ଠାରେ ଅବସ୍ଥିତ। ଶିବସୈନିକ ମାନେ ୨୩ ମାର୍ଚ୍ଚ ରାତିରେ ଷ୍ଟୁଡିଓ ଏବଂ ହୋଟେଲକୁ ଭଙ୍ଗାରୁଜା କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.