ପ୍ରମୂଖ ଖବର
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ

Published By : Harapriya Sethi | January 13, 2025 7:29 AM

ବିନିକା,୧୩/୦୧: ମାସ ବାୟୋ ଫୁଏଲସ ପ୍ରାଇଭେଟ ଲିମିଟେଡ ଇଥାନଲ ପ୍ଲାଣ୍ଟ ଠାରେ ମେସିନରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ କଟାପାଳି ପଞ୍ଚାୟତ ଅରଖପଦର ଗ୍ରାମର ଅଜୁ ମହାକୁର ବୋଳି ଜଣାପଡିଛି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାନିମୁରା ଜଙ୍ଗଲ ଠାରେ ଥିବା ମାସ ବାୟୋ ଫୁଏଲସ ପ୍ରାଇଭେଟ ଲିମିଟେଡ ଇଥାନଲ ପ୍ଲାଣ୍ଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ପାନିମୁରା ଜଙ୍ଗଲ ଠାରେ ନିର୍ମାଣ ହୋଇଥିବା ମାସ ବାୟୋ ଫୁଏଲସ ପ୍ରାଇଭେଟ ଲିମିଟେଡ ଇଥାନଲ ପ୍ଲାଣ୍ଟରେ କାର୍ଯ୍ୟରତ ଅବସ୍ଥାରେ ମେସିନରେ ଶ୍ରମିକ ଜଣକ ଚାପି ହୋଇଯାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଦେଖି ତାଙ୍କ ସହକର୍ମୀ ତୁରନ୍ତ ବରିଷ୍ଠ କର୍ମଚାରୀ ଏବଂ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବର୍ତ୍ତମାନ ପ୍ଲାଣ୍ଟ ଭିତରକୁ ବାହାର କୌଣସି ଲୋକଙ୍କୁ ଛଡ଼ା ଯାଉ ନଥିବା ବେଳେ କେବଳ ମୃତ ଶ୍ରମିକଙ୍କ ପରିବାର ଲୋକେ ପ୍ଲାଣ୍ଟ ଭିତରେ ଅଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.