ରାଉରକେଲା,୨୧/୦୭: ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ଏସଏମଏସ- ୨ରେ ସୋମବାର ସକାଳେ ଏହି ଦୁର୍ଘଟଣା ଘଟିଛି । ଶାବଳ ବାଜିବାରୁ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଅଭିରାମ ମହନ୍ତ(୫୨ବର୍ଷ)। ତାଙ୍କ ଘର ଜରେଇକେଲାରେ ବୋଲି ଜଣାପଡିଛି ।
ସୂଚନା ମୁତାବକ, ଆରଏସପିର ଏସଏମଏସ - ୨ ବିଭାଗରେ ଠିକା ସଂସ୍ଥା ଲକି ଏଣ୍ଟର ପ୍ରାଇଜେସ କାମ ନେଇଛନ୍ତି । ଏହି ଠିକା ସଂସ୍ଥା ଅଧୀନରେ ଅଭିରାମ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସୋମବାର ସକାଳେ ସେ ଶାବଳ ସାହାଯ୍ୟରେ କାମ କରୁଥିଲେ । ଏହି ସମୟରେ ହଠାତ୍ ଶାବଳଟି ଖସି ଯାଇ ତାଙ୍କ ଛାତିରେ ବାଜିଥିଲା । ଫଳରେ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ଚିକିତ୍ସା ଲାଗି ଆଇଜିଏଚକୁ ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।