PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବେ ପାକିସ୍ତାନର ଦୁର୍ବଳ ଅର୍ଥନୀତିକୁ ବଞ୍ଚାଇବେ ଗଧ ଓ କୁକୁର ! ଚୀନ୍‌କୁ ଯୋଗାଇବାକୁ ଶହବାଜ୍ ସରକାରଙ୍କ ପ୍ରସ୍ତୁତି…
  • ||
  • ଦିଲ୍ଲୀ ସିଂହାସନ ଉପରେ କେସିଆର୍‌ଙ୍କ ଆଖି; ନିଜ ଆଂଚଳିକ ଦଳକୁ ଭାଙ୍ଗି ଗଢିଲେ ଜାତୀୟ ଦଳ, TRS ବଦଳରେ ରଖିଲେ BRS…
  • ||
  • ସମ୍ଵଲପୁର : ବଙ୍ଗାଲିପଡାରେ ଧୁମଧାମ୍‌ରେ ଚାଲିଛି ମାଆଙ୍କ ସିନ୍ଦୂର ଖେଳ ପର୍ବ, ସ୍ୱାମୀଙ୍କ ଦୀର୍ଘାୟୁ କାମନା କରୁଛନ୍ତି ସଧବା
  • ||
  • ଭୁବନେଶ୍ଵର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା, ୧୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • ପୁରୀ : ଶ୍ରୀମନ୍ଦିରରେ ପାଳନ ହେଉଛି ଦଶହରା, ରାଜରାଜଶ୍ୱେର ବେଶରେ ସୁସଜ୍ଜିତ ହେବେ ମହାପ୍ରଭୁ
  • ||
  • ହରଭଙ୍ଗା : ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ସଦସ୍ୟ ମୃତ
  • ||
  • ବିଜୟାଦଶମୀ ଅବସରରେ ମୋହନ ଭାଗବତଙ୍କ ଚେତାବନୀ : ‘ଦେଶର ଜନସଂଖ୍ୟା ଅସନ୍ତୁଳିତ ହେଲେ ବିଗିଡ଼ିବ ଭୌଗୋଳିକ ରୂପରେଖ’
  • ||
  • ଯାଜପୁର : ଚୋରକୁ କାବୁ କରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ, ଭିଡିଓ ଭାଇରାଲ୍
  • ||

ଲେଡି ଓକିଲ ଆତ୍ମହତ୍ୟା ମାମଲା: ପୁଲିସ ହାତରୁ ଖସିଗଲା ପୁରୁଷ ବନ୍ଧୁ ବିକ୍ରମ

ଭୁବନେଶ୍ୱର ୪/୧୧: ଲେଡି ଓକିଲ ଦୀପାଳି ପ୍ରିୟଦର୍ଶିନୀ ଜେନାଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ହାତରୁ ଖସିଯାଇଛି ପୁରୁଷବନ୍ଧୁ ବିକ୍ରମ ମିଶ୍ର । ବାଲେଶ୍ୱରରେ ଲୁଚିଥିବା ଏକ ଘରେ ଚଢ଼ଉ ବେଳେ ପୁଲିସକୁ ଚକ୍‌ମା ଦେଇ ଖସି ପଳାଇଛି ବିକ୍ରମ। ସେପଟେ ରାଜ୍ୟ ବାହାରକୁ ଯାଇଥିବା ପୁଲିସର ଟିମ୍‌ ୩ଟି ସହରରେ ଖୋଜି ଖାଲି ହାତରେ ଫେରିଛି । ଗଲା ସପ୍ତାହେ ହେଲା ବିକ୍ରମ ତାଙ୍କ ପୈତୃକ ଘର ବାଲେଶ୍ୱରର ବାଲୁଖଣ୍ଡ ଗାଁର ଏକ ପାଖ ଗାଁରେ ଲୁଚିକି ରହୁଥିଲେ ।

ଏନେଇ ଧଉଳି ଥାନା ପୁଲିସକୁ ନଭେମ୍ବର ପହିଲାରେ ବିକ୍ରମଙ୍କ ଜଣେ ସମ୍ପର୍କୀୟ ଖବର ଦେଇଥିଲେ । ଖବର ପାଇବା କ୍ଷଣି ରାତିରେ ଉକ୍ତ ଗାଁରେ ଚଢ଼ଉ କରିଥିଲା ପୁଲିସ । ହେଲେ ପୁଲିସ ପହଞ୍ଚିବା ଆଗରୁ ବିକ୍ରମ ସେଠାରୁ ଚମ୍ପଟ ମାରିଥିଲା । ସେପଟେ ପୁଲିସର ୨ଟି ଟିମ୍‌ ମହାରାଷ୍ଟ୍ରର ନାଗପୁର ଓ ପୁନେ ସହ ଆନ୍ଧପ୍ରଦେଶର ବିଶାଖାପାଟନମ୍‌ରୁ ଖୋଜିବାକୁ ଯାଇଥିଲା । ବିକ୍ରମ ଅନେକ ସମୟରେ ସେଠାରୁ କସମେଟିକ୍‌ ସାମଗ୍ରୀ ଓଡି଼ଶାକୁ ଆଣୁଥିବାରୁ ସେଠାରେ ଲୁଚିଥିବା ସନ୍ଦେହ କରାଯାଉଥିଲା । ସେ ଯେଉଁ ବେପାରୀଙ୍କ ସହ ଯୋଗାଯୋଗ କରୁଥିଲେ, ଯେଉଁ ହୋଟେଲରେ ରହୁଥିଲେ, ସେ ସବୁ ସ୍ଥାନରେ ପୁଲିସ ଟିମ୍‌ ଖୋଜି ଖାଲି ହାତରେ ଫେରିଛି ।

ସେପଟେ ଦିନ ପରେ ଦିନ ଗଡି଼ବାରେ ଲାଗିଛି । ହେଲେ ଦୀପାଳିଙ୍କ ମୃତ୍ୟୁର ରହସ୍ୟ ଭେଦିବାରେ ପୁଲିସ ଫେଲ୍‌ ମାରିଛି। ଏଯାଏଁ କୌଣସି ବିଶ୍ୱାସଯୋଗ୍ୟ ତଥ୍ୟ ରଖିପାରୁନି ।