ଦିଲ୍ଲୀ, ୨୮/୧୨ : ଭାରତ ଏବଂ ପାକିସ୍ତାନର ସମ୍ପର୍କ କେମିତି ତାହା ସାରା ବିଶ୍ବ ଜାଣିଛି । ଦୁଇ ପାରମ୍ପରିକ ଶତ୍ରୁ ଦେଶ ମଧ୍ୟରେ ସବୁବେଳେ ବିବାଦ ଲାଗି ରହିଥାଏ । କିନ୍ତୁ ଭାରତୀୟ ଫିଲ୍ମ ଜଗତର ଗୀତ ଏତେ ଛାଇ ଯାଇଛି, ପାକିସ୍ତାନୀ ମହିଳା ପୁଲିସ ମଧ୍ୟ ଏହି ଗୀତରେ ଠୁମକା ଲଗାଇଛନ୍ତି । ଧୁରନ୍ଧର ଫିଲ୍ମର ଭାଇରାଲ ହେଉଥିବା ଗୀତ ଏବେ ସବୁଠି ଛାଇ ଯାଇଛି । ରିଲ୍ସରୁ ଆରମ୍ଭ କରି ମୋବାଇଲର ରିଙ୍ଗ୍ ଟୋନ ସବୁଠି ଏହି ଗୀତ ଧୁମ ମଚାଉଛି । ଯେଉଁଥିରୁ ବାଦ ପଡ଼ିନାହାନ୍ତି ପାକିସ୍ତାନୀ ମହିଳା ପୋଲିସ ଅଧିକାରୀ । ତେବେ ଏହି ମହିଳା ଜଣକ ଏକ ପୋଲିସ ପୋଷାକରେ ଭିଡିଓ କରିଥିବାବେଳେ ଏହା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ବିଭିନ୍ନ କମେଣ୍ଟ ଦେଉଥିବାବେଳେ ବେଶ ଭାଇରାଲ ହେବାରେ ଲାଗିଛି ।
‘ଧୁରନ୍ଧର’ ଫିଲ୍ମରେ ରେହେମାନ୍ ଡକେଟ୍ ଭୂମିକାରେ ଅଭିନୟ କରିଥିବା ଅକ୍ଷୟ ଖାନ୍ନାଙ୍କ ଗୀତ ବେଶ ଭାଇରାଲ ହେବାରେ ଲାଗିଛି । ଦର୍ଶକେ ଏହାକୁ ବେଶ ପସନ୍ଦ କରୁଥିବାବେଳେ ଫିଲ୍ମଟି ସାରା ବିଶ୍ବରେ ରେକର୍ଡ ରୋଜଗାର କରୁଛି । ତେବେ ପାକିସ୍ତାନରେ ବ୍ୟାନ୍ ହୋଇଥିବା ,ହି ଗୀତରେ କିନ୍ତୁ ମହିଳାଙ୍କ ନାଚକୁ ୟୁଜର୍ସମାନେ ବେଶ ପସନ୍ଦ କରିଛନ୍ତି । କେବଳ ଏତିକି ନୁହେଁ ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ୟୁଜର୍ସମାନେ ବିଭନ୍ନ କମେଣ୍ଟମାନ କରୁଥିବା ଦେଖିବାକୁ ମିଳିଛି । ତେବେ ମହିଳା ଜଣକ ସତରେ ପୋଲିସ ଅଧିକାରୀ କି, ନୁହେଁ ତାହା ସ୍ପଷ୍ଠ ହୋଇନାହିଁ ।