ନୂଆଦିଲ୍ଲୀ: ଆଜିକାଲି ଓ୍ବାସିଂ ମେସିନ୍ ପ୍ରାୟ ସମସ୍ତଙ୍କ ଘରେ ମିଳିଥାଏ । ଶୀଘ୍ର ସଫା ସାଙ୍ଗକୁ ଶୁଖାଇବା କାରଣରୁ ଅନେକ ଏହାକୁ ବ୍ୟବହାର ମଦ୍ୟ କରନ୍ତି । ଏବେ ଅଟୋମେଟିକ୍ ଓ୍ବାସିଂ ମେସିନ ଆପଣଙ୍କ କାମକୁ ସହଜ ମଧ୍ୟ କରି ଦେଉଛି । ତେବେ ଲୋକେ ଏହାକୁ ଘଣ୍ଟା ଘଣ୍ଟା ଧରି ବ୍ୟବହାର କରିଥାନ୍ତି । ଯାହାକୁ ନେଇ ଅନେକ ସମୟରେ ମନରେ ପ୍ରଶ୍ନ ଆସେ କି, କେତେ ବିଜୁଳି ବିଲ୍ ଉଠିଥାଏ ଏହି ମେସିନ ଚାଳିଲେ ? ତେବେ ଆସନ୍ତୁ ଜାଣିବା କେତେ ବିଜୁଳି ବିଲ୍ ଖର୍ଚ୍ଚ ହୁଏ ଓ୍ବାସିଂ ମେସିନ୍ ଚାଲିଲେ ।
ସାଧାରଣତଃ ଘରେ ବ୍ୟବହାର ହେଉଥିବା ୱାଶିଂ ମେସିନର କ୍ଷମତା ୪୦୦ ୱାଟରୁ ୨,୦୦୦ ୱାଟ୍ ପର୍ଯ୍ୟନ୍ତ ହୋଇଥାଏ । ଯଦି ଆପଣଙ୍କ ମେସିନ୍ ୫୦୦ ୱାଟର ଏବଂ ଆପଣ ଏହାକୁ ୧ ଘଣ୍ଟା ଚଲାଉଛନ୍ତି, ତେବେ ଏହା ପ୍ରାୟ ୦.୫ ୟୁନିଟ୍ ବିଜୁଳି ଖର୍ଚ୍ଚ କରେ । କିନ୍ତୁ ଯଦି ଆପଣ ମେସିନରେ ପାଣି ଗରମ କରିବା (Heater feature) ବ୍ୟବହାର କରୁଛନ୍ତି, ତେବେ ବିଜୁଳି ଖର୍ଚ୍ଚ ଆହୁରି ଅଧିକ ହୋଇଥାଏ ।
କାହିଁକି ବଢ଼ିଥାଏ ବିଜୁଳି ଖର୍ଚ୍ଚ ?
୧.ଗରମ ପାଣିର ବ୍ୟବହାର: ମେସିନରେ ପାଣି ଗରମ କରିବା ପାଇଁ ଅଧିକ ଶକ୍ତି ଆବଶ୍ୟକ ହୁଏ
୨.ବାରମ୍ବାର ଧୋଇବା: କମ୍ କମ୍ କପଡ଼ା ପାଇଁ ବାରମ୍ବାର ମେସିନ୍ ଚଳାଇଲେ ବିଜୁଳି ଅଧିକ ଖର୍ଚ୍ଚ ହୁଏ
୩.ପୁରୁଣା ମେସିନ୍: ପୁରୁଣା ମଡେଲର ମେସିନ୍ ନୂଆ ମଡେଲ୍ ତୁଳନାରେ ଅଧିକ ବିଜୁଳି ଖର୍ଚ୍ଚ କରେ
ବିଜୁଳି ସଞ୍ଚୟ କରିବାର ଉପାୟ
- ସଠିକ୍ଲୋଡ୍: ମେସିନ୍କୁ ସମ୍ପୂର୍ଣ୍ଣ କ୍ଷମତା ଅନୁଯାୟୀ ବ୍ୟବହାର କରନ୍ତୁ, ଅଧା ଭରିବା ଅଭ୍ୟାସ ଛାଡ଼ନ୍ତୁ
- ନର୍ମାଲ ପାଣି: ସମ୍ଭବ ହେଲେ ଗରମ ପାଣି ବଦଳରେ ସାଧାରଣ ପାଣିରେ କପଡ଼ା ଧୁଅନ୍ତୁ
- ଇକୋମୋଡ୍: ଯଦି ଆପଣଙ୍କ ମେସିନରେ 'ଇକୋ ମୋଡ୍' (Eco Mode) ଅଛି, ତେବେ ଏହାର ବ୍ୟବହାର କରନ୍ତୁ
- ରକ୍ଷଣାବେକ୍ଷଣ: ମେସିନକୁ ସମତଳ ସ୍ଥାନରେ ରଖନ୍ତୁ ଏବଂ ସମୟ ସମୟରେ ଏହାର ପ୍ଲଗ୍ ଓ ତାର ଯାଞ୍ଚ କରନ୍ତୁ
ସତର୍କତା: ଯଦି ଆପଣଙ୍କ ମେସିନକୁ ଅସ୍ୱାଭାବିକ ଶବ୍ଦ କିମ୍ବା କମ୍ପନ ଆସୁଛି, ତେବେ ଏହାକୁ ଅଣଦେଖା ନକରି ତୁରନ୍ତ ଟେକ୍ନିସିଆନ୍ ଦ୍ୱାରା ଯାଞ୍ଚ କରାନ୍ତୁ
ଏହାସହ ପଢ଼ନ୍ତୁ : ବିବାହ ମଣ୍ଡପରେ ମାଆଙ୍କୁ ପ୍ରାଧାନ୍ୟ, ସ୍ତ୍ରୀଙ୍କୁ ପରେ ଖୁଆଇଲେ କେକ୍...