ନୂଆଦିଲ୍ଲୀ,୨୩/୧୧: ଷ୍ଟାର ଭାରତୀୟ ସଟଲର୍ ଲକ୍ଷ ସେନ୍ ଇତିହାସ ରଚିଛନ୍ତି । ବର୍ଷେ ପରେ ଫାଇନାଲ୍ ଜିତି ଟାଇଟଲ ମରୁଡି ଶେଷ କରିଛନ୍ତି । ଅଷ୍ଟ୍ରେଲିଆ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ଜିତିଛନ୍ତି ଲକ୍ଷ୍ୟ ସେନ୍ । ଅଷ୍ଟ୍ରେଲିଆ ସିଡନୀରେ ଟାଇଟଲ ଲଢେଇରେ ମୁହାଁମୁହିଁ ହୋଇଥିଲେ ଲକ୍ଷ ଏବଂ ୟୁଶି । ଜାପାନର ୟୁଶି ଟାନାକାଙ୍କୁ ୨୧-୧୫, ୨୧-୧୧ ସେଟ୍ରେ ହରାଇ ଅଷ୍ଟ୍ରେଲିଆ ଓପନ୍ ଟାଇଟଲ ଜିତିଛନ୍ତି ଲକ୍ଷ । ୩୮ ମିନିଟ ସମୟ ନେଇ ବାଜି ମାରିନେଲେ ଲକ୍ଷ ସେନ୍ ଏହି ସଫଳତା ହାସଲ କରିବାରେ ସେ ଦ୍ବିତୀୟ ଭାରତୀୟ ବ୍ୟାଡମିଣ୍ଟନ ପ୍ଲେୟାର ହୋଇଛନ୍ତି ।
ଭାରତର ଲକ୍ଷ ସେନ୍ ଅଷ୍ଟ୍ରେଲିଆ ଓପନ୍ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ପୁରୁଷ ଏକକ ଫାଇନାଲରେ ଜାପାନର ୟୁଶୀଙ୍କୁ ହରାଇଛନ୍ତି । ବର୍ଷର ପ୍ରଥମ ଟାଇଟଲ ଜିତି ଟ୍ରଫି ମରୁଡ଼ିର ଶେଷ କରିଛନ୍ତି । ଟାଇଟଲ ସହ ଲକ୍ଷ୍ୟଙ୍କୁ ୪୭୫,୦୦୦ ଡଲାର ପୁରସ୍କାର ରାଶି ମିଳିଛି । ଯାହା ପ୍ରାୟ ୪.୨୫ କୋଟି ଟଙ୍କା ହେବ । ପ୍ୟାରିସ୍ ଅଲମ୍ପିକ୍ସରେ ଚତୁର୍ଥ ସ୍ଥାନରେ ରହିବା ପରେ ଖରାପ ସ୍ଥିତିରେ ଥିଲେ ୨୪ ବର୍ଷୀୟ ଲକ୍ଷ ସେନ୍ । ଅଷ୍ଟ୍ରେଲିଆ ଓପନ୍ରେ ଦମଦାର ପ୍ରଦର୍ଶନ କରି ୨୬ ବର୍ଷୀୟ ୟୁଶି ଟାନାକାଙ୍କୁ ୩୮ ମିନିଟ୍ରେ ପରାସ୍ତ କରିଛନ୍ତି ।
ବିଶ୍ୱ ଚାମ୍ପଅନସିପର ୨୦୨୧ରେ କାଂସ୍ୟ ପଦକ ବିଜେତା ଲକ୍ଷ୍ୟ ଏହା ପୂର୍ବରୁ ୨୦୨୪ରେ ଲକ୍ଷ୍ନୌରେ ସଏଦ ମୋଦି ଇଣ୍ଟରନ୍ୟାସନାଲରେ ସୁପର ୩୦୦ ଟ୍ରଫି ଜିତିଥିଲେ । ସେହିବର୍ଷ ଡିସେମ୍ବରରେ ହଙ୍ଗକଙ୍ଗରେ ସୁପର ୫୦୦ରେ ଉପବିଜେତା ହୋଇଥିଲେ । ଚଳିତବର୍ଷ ଅର୍ଲିଅନ୍ସ ମାଷ୍ଟର୍ସ ସୁପର ୩୦୦ ଟାଇଟଲ ଜିତିଥିବା ବିଶ୍ୱର ୨୬ ନମ୍ବର ଖେଳାଳି ତାନାକାଙ୍କ ସାମ୍ନା କରି ଲକ୍ଷ ଗେମ୍ରେ ଦମଦାର ପ୍ରଦର୍ଶନ କରି ଗୋଟିଏ ବି ଗେମ୍ ନ ହାରି ବିଜୟୀ ହୋଇଛନ୍ତି । ଏହି ବିଜୟ ସହ ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିଅନ ଲକ୍ଷ୍ ୟୁଏସ ଓପନ୍ ସୁପର ୩୦୦ ଟୁର୍ଣ୍ଣାମେଣ୍ଟ ଜିତିଥିବା ଆୟୁଷ ଶେଚ୍ଚୀଙ୍କ ପରେ ବିଡବ୍ଲୁଏଫ ୱାର୍ଲ୍ଡ ଟୁର୍ ଟାଇଟଲ ଜିତିବାରେ ଦ୍ବିତୀୟ ଭାରତୀୟ ହୋଇଛନ୍ତି ।