ରେଳଲାଇନ ନିର୍ମାଣ ପାଇଁ ଜମି ଅଧିଗ୍ରହଣ, କ୍ଷତିପୂରଣ ନେଇ ପଲ୍ଲିସଭା

ମାଲକାନଗିରି,୨୪।୧(ଆପ୍ର):ଜୟପୁର ମାଲକାନଗିରି ରେଳ ଲାଇନ ନିର୍ମାଣ ପାଇଁ ଜମିଅଧିଗ୍ରହଣ ନେଇ ପଲ୍ଲୀସଭା ବିଭିନ୍ନ ଗ୍ରାମରେ ଆରମ୍ଭ ହୋଇଯାଇଛି। ମାଲକାନଗିରି ପୋୖରପରିଷଦ ଅନ୍ତର୍ଗତ ଏମଭି୪୩ଗ୍ରାମରେ ଜମି ଅଧିଗ୍ରହଣ ଓ କ୍ଷତିପୂରଣ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାଲକାନଗିରି ତହସିଲଦାର ଚନ୍ଦନ ଭୋଇ, ଅତିରିକ୍ତ ତହସିଲଦାର ଜଗଦୀଶ କାର୍ତ୍ତମି, ପୌରପରିଷଦ ଅଧକ୍ଷ ମନୋଜ କୁମାର ବାରିକ, ରାଜସ୍ୱନିରୀକ୍ଷକ ଶ୍ରୀନିବାସ ପଟ୍ଟନାୟକ ଉପସ୍ଥିତ ରହି ଗ୍ରାମ ମୁଖିଆ,ଜମି ହରାଉଥିବା ବ୍ୟକ୍ତି ଓ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିଥିଲେ।