PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଜମି ବିକ୍ରି ଘୋଟାଲା, ଜଣେ ମହିଳାଙ୍କ ସମେତ ୫ଗିରଫ

ଢେଙ୍କାନାଳ,୮/୭:  ଜମି ମାଲିକ ଜାଣିପାରୁନି । ମାତ୍ର ଏପଟେ ଜମିକୁ ଦଲାଲମାନେ ସବ ରେଜିଷ୍ଟାର ସଲାସୁତରାରେ ବିକ୍ରି କରି ଦେଇଛନ୍ତି । ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ ପରେ ଏପରି ଏକ ଘୋଟାଲାର ପର୍ଦ୍ଦାଫାଶ ହୋଇଛି । ଫଳରେ ଟାଉନ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ଦଲାଲି ଗୋଷ୍ଠୀ ମଧ୍ୟରୁ ଜଣେ ମହିଳାଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଛି।

ଗିରଫମାନେ ହେଲେ କଟକ ମାନପୁର ଥାନା ଅଞ୍ଚଳର ଗୋଲାପ ନାୟକ, ଢେଙ୍କାନାଳ ଟାଉନର ଅସଫାର ଖାଁ, ଦିବ୍ୟଲୋଚନ ବେହେରା, ରମେଶ ମଲ୍ଲିକ ଓ ତ୍ରିଲୋଚନ ସ୍ବାଇଁ ବୋଲି ଜଣାପଡ଼ିଛି । ସେମ୍ବଙ୍କଠାରୁ ପୁଲିସ ଦୁଇ ଲକ୍ଷ ଟଙ୍କା ଜବତ କରିଛି ।  ଏହି ମାମଲାରେ ପୂର୍ବତନ ସବ ରେଜିଷ୍ଟାର ତଥା ବର୍ତ୍ତମାନର ଭୁ ଅଧିଗ୍ରହଣ ଅଧିକାରୀ ସୃତି ରଞ୍ଜନ ମହାପାତ୍ରଙ୍କୁ ଟାଉନ ଥାନା ପୁଲିସ ଅଟକ ରଖିଛି ।

ତେବେ ଏହି ଜମି ଘୋଟାଲାର ଦୁଇ କିନ ପିନ ଫେରାର ଥିବାବେଳେ ଟାଉନ ପୁଲିସ ଛାନ ଭିନ ଆରମ୍ଭ କରିଛି । ଅଭିଯୋଗ ମୁତାବକ କଟକରେ ରହୁଥିବା ସଦର ଥାନା ଅନ୍ତର୍ଗତ ଗଦାଶିଳା ଗ୍ରାମର ଉର୍ବଶୀ ମହାନ୍ତିଙ୍କ ଦକ୍ଷିଣକାଳୀ ଅଞ୍ଚଳର ଅଢେଇ ଗୁଣ୍ଠ ଜାଗାକୁ ଗତ ଜାନୁଆରୀ ମାସରେ ତାଙ୍କ ଅଗୋଚରରେ ସେତେବେଳେ ଦାୟିତ୍ୱରେ ଥିବା ଢେଙ୍କାନାଲ ସବ ରେଜିଷ୍ଟାର ସ୍ମୃତି ରଞ୍ଜନ ମହାପାତ୍ରଙ୍କ ସଲସୁତରାରେ ଏହି ଦଲାଲମାନେ ଅନ୍ୟ ଜଣଙ୍କୁ ୬୫ଲକ୍ଷରେ ବିକ୍ରି କରିଦେଇଥିଲେ । ତେବେ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଟାଉନ ଥାନାରେ ଜମି ମାଲିକ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର