ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଲକ୍‌ଡାଉନ୍‌-ଶ୍ରମିକମାନଙ୍କୁ ଘର ଭଡା ମାଗି ପାରିବେନି ଘରମାଲିକ,କେନ୍ଦ୍ର ସରକାର ଜାରିକଲେ ନୋଟିସ୍‌


ନୂଆଦିଲ୍ଲୀ - ଲକ୍‌ ଡାଉନ୍‌ ସମୟରେ କୌଣସି ଘର ମାଲିକ ଶ୍ରମିକମାନଙ୍କୁ ଘରଭଡା ମାଗି ପାରିବେନି କିମ୍ବା ଘର ଖାଲି କରିବା ପାଇଁ କହି ପାରିବେନି । କେନ୍ଦ୍ର ସରକାର ଏପରି ନିର୍ଦେଶ ଜାରି କରିଛନ୍ତି । ଯେ କୌଣସି ମାଲିକ ଏହାର ଖିଲାପ କଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶ୍ରମିକମାନେ ଯେଉଁ ସ୍ଥାନରେ ଅଛନ୍ତି ସେହି ସ୍ଥାନରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ସେମାନଙ୍କ ପାଇଁ ରାଜ୍ୟ ଖାଇବା ଓ ରହିବାର ବ୍ୟବସ୍ଥା କରିବାପାଇଁ କୁହାଯାଇଛି ।

ରାଜ୍ୟମାନଙ୍କୁ ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏହାସହ ଶ୍ରମିକମାନଙ୍କୁ ନିଯୁକ୍ତି ଦେଇଥିବା ସଂସ୍ଥା ଓ କମ୍ପାନୀ ଲକ୍‌ଡାଉନ୍‌ ସମୟରେ ଟଙ୍କା ଦେବାପାଇଁ କୁହାଯାଇଛି ।

କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରମାନେ କଡା ନିୟମ ପ୍ରଣୟନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁହାଯାଇଛି । କେବଳ ସାମାଜିକ ଦୂରତ୍ୱ ରକ୍ଷା ସଂକ୍ରମଣରୁ ରକ୍ଷା ପାଇ ପାରିବ ।

ଦିଲ୍ଲୀରେ ଏବେ ହଜାର ହଜାର ସଂଖ୍ୟାରେ ଶ୍ରମିକ ନିଜ ଘରକୁ ଫେରିବାପାଇଁ ରସ୍ତାରେ ବସି ରହିଛନ୍ତି । ମାତ୍ର ଲକ୍‌ ଡାଉନ୍‌ ଯୋଗୁଁ ସେମାନେ ଫେରି ପାରୁ ନାହାନ୍ତି । ମାତ୍ର ସେମାନେ ନ ଫେରି ଯିଏ ଯେଉଁ ସ୍ଥାନରେ ଅଛନ୍ତି ସେଠାରେ ରହିବା ପାଇଁ କୁହାଯାଇଛି । ଦିଲ୍ଲୀ ସରକାର ସେମାନଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ଦିଲ୍ଲୀର ବିଭିନ୍ନ ବସ୍‌ ଟର୍ମିନାଲ୍‌ରେ ଏହି ଶ୍ରମିକମାନେ ବସି ରହିଛନ୍ତି।

wp:core-embed/wordpress {"url":"http://www.prameya.com/dc-and-secretary-to-5t-secretary-reviewed-the-progress-of-the-countrys-largest-covid-19-hospital/","type":"wp-embed","providerNameSlug":"prameya","className":""}
http://www.prameya.com/dc-and-secretary-to-5t-secretary-reviewed-the-progress-of-the-countrys-largest-covid-19-hospital/
/wp:core-embed/wordpress wp:core-embed/wordpress {"url":"http://www.prameya.com/only-way-fight-with-coronavirus-by-immunity-power/","type":"wp-embed","providerNameSlug":"prameya","className":""}
http://www.prameya.com/only-way-fight-with-coronavirus-by-immunity-power/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.