PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଭୁସ୍ଖଳନ ଯୋଗୁଁ ଭୟଭୀତ କୁମ୍ଭାରୀପଦର ଗ୍ରାମବାସୀ

ଦାରିଙ୍ଗବାଡ଼ି,୨୩/୯ : ଲଘୁଚାପ ଜନିତ ବର୍ଷାରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଥିବାବେଳେ ବହୁ ସ୍ଥାନରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି ।  ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ନିକଟରେ ରହିଥିବା ପାହାଡ଼ରେ ବଡ଼ ବଡ଼ ଫାଟ ଦେଖାଯିବା ସହ ମାଟି ଅତଡ଼ା ଖସିଥିବା ନଜର ଆସିଛି ।

ଗାଁ ଠାରୁ କିଛି ଦୂରରେ ଏହି ଘଟଣା ଘଟିଥିବାବେଳେ କୁମ୍ଭାରୀପଦର ଗ୍ରାମବାସୀ ଏବେ ଭୟଭିତ ଅବସ୍ଥାରେ ରହିଛନ୍ତି । କେତେବେଳେ କ’ଣ ହେବ ତାକୁ ନେଇ ଅଂଚଳବାସୀ ଚିନ୍ତାରେ ରହିଛନ୍ତି । ଗତ ତିତିଲିରେ ଉକ୍ତ ସ୍ଥାନରେ ଭୁସ୍ଖଳନ ହୋଇଥିଲା । ପୁଣି ଏବେ ମଧ୍ୟ ସେହି ସମାନ ସ୍ଥିତି ।

ଏହି ଘଟଣା ବିଷୟରେ ପ୍ରଶାସନ ଜାଣିବା ପରେ ଅତିରିକ୍ତ ତହସିଲଦାର ଭବେସ ମାଝୀଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ସ୍ଥାନକୁ ଯାଇ ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି । ପ୍ରଶାସନ ସମେତ ସ୍ଥାନୀୟ ସରପଞ୍ଚ ଚୁମୁକି ପ୍ରଧାନ ସମେତ ଅଂଚଳବାସୀ ଘଟଣାସ୍ଥଳକୁ ଯାଇଥିଲେ ।