ଲାଞ୍ଜିଗଡ଼,୧୫/୧୧ : ଲାଞ୍ଜିଗଡ଼ର ୮ଜଣିଆ ଏକ ପ୍ରତିନିଧି ଦଳ ଆଜି ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି I ଲାଞ୍ଜିଗଡ଼ ସହରର ମୁଖ୍ୟରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ଚଳିତ ବର୍ଷ ୧୭ଫେବୃଆରୀ ୨୦୨୫ତାରିଖରେ ଲାଞ୍ଜିଗଡ଼ ଅଞ୍ଚଳର ଜନସାଧାରଣ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

କିନ୍ତୁ ଆଜିକୁ ୯ ମାସ ବିତିଯାଇଥିଲେ ସୁଦ୍ଧା ରାସ୍ତା ସମ୍ପ୍ରସାରଣଙ୍କୁ ନେଇ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଶିଳ୍ପାଞ୍ଚଳ ଯୋଗୁଁ ପ୍ରତ୍ୟକ ଦିନ ଲାଞ୍ଜିଗଡ ସହର ଦେଇ ଶହଶହ ଭାରୀଯାନ ଗାଡି ଯିବା ଆସିବI କରିଥାଏ। ଫଳରେ ରାସ୍ତା ଅଣ ଓସାରିଆ ସଙ୍କୁଚିତ ଯୋଗୁଁ ଟ୍ରାଫିକ ସମସ୍ୟା ଓ ବାରମ୍ବାର ଦୁର୍ଘଟଣା ଘଟୁଛି। ଏଣୁ ଆଜି ଲାଞ୍ଜିଗଡ଼ରୁ ୮ ଜଣିଆ ଏକ ପ୍ରତିନିଧିଦଳ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ଭେଟି ପୁଣି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି I ଲାଞ୍ଜିଗଡକୁ ନୂତନ ବିଜ୍ଞlପତି ଅଞ୍ଚଳ ପରିଷଦ ରୂପେ ଘୋଷଣା କରିବା ସହିତ ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ସଂପ୍ରସାରଣ ପାଇଁ ଉଲ୍ଲେଖ କରିଛନ୍ତି। ଲାଞ୍ଜିଗଡ ସହର ଉପରେ ଲାଞ୍ଜିଗଡ ବ୍ଲକର ୧୨ଟି ପଞ୍ଚାୟତ ଜନସାଧାରଣ ନିର୍ଭର କରିଥାନ୍ତି ତଥା ଲାଞ୍ଜିଗଡ଼ ପଞ୍ଚାୟତ ସମେତ ବସନ୍ତପଡ଼ା,ଜଗନ୍ନାଥପୁର, ଛତ୍ରପୁର , ତ୍ରିଲୋଚନପୁର, ବିଜେପୁର, ପାହାଡ଼ପଦର, ମାଳିଯୁବଙ୍ଗ, ଲIଖବାହଲି, ବେନଗାଁ, ଲାଞ୍ଜି, ବନ୍ଧପlରି ପଞ୍ଚାୟତ ଇତ୍ୟାଦି ଲାଞ୍ଜିଗଡ ମାର୍କେଟ ଉପରେ ନିର୍ଭର କରିଥାନ୍ତି ।

ଏହାକୁ ନେଇ ଆଜି ଏହି ପ୍ରତିନିଧିଦଳ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟିସ୍ମାରକପତ୍ର ପ୍ରଦାନ କରିଛନ୍ତି। ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ଲାଞ୍ଜିଗଡ଼ ପଞ୍ଚାୟତ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ସମାଜସେବୀ ରାଜେନ୍ଦ୍ର ମାଳି, ମହେଶ୍ୱର ପତି, ଲାଞ୍ଜିଗଡ଼ ଉନ୍ନୟନ ପରିଷଦ ସମ୍ପାଦକ ଶ୍ରୀମୁଖ ଅଗସ୍ତି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି। କଳାହାଣ୍ଡି ଜିଲ୍ଲାପାଳ ଯଥlଶୀଘ୍ର ଲାଞ୍ଜିଗଡ଼ ସହରର ମୁଖ୍ୟରାସ୍ତା ସମ୍ପ୍ରସାରଣ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।