ପ୍ରମୂଖ ଖବର
  • ଭୁବନେଶ୍ବରରେ ଖୋଲିବ ଏନଆଇଏ ଶାଖା
  • ||
  • କଟକ : କାଠଯୋଡିରେ ବୁଡି ଜଣେ ମୃତ, ଜଣେ ନିଖୋଜ
  • ||
  • ବେଲପାହାଡରେ ରାସନ କାର୍ଡ ବାଣ୍ଟିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
  • ||
  • ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ତାଳଦଣ୍ଡା କେନାଲର ଉଭୟପଟ ରାସ୍ତାରୁ ଉଚ୍ଛେଦ ଅଭିଯାନ ଆରମ୍ଭ
  • ||
  • ସିମୁଳିଆରେ ଚୋରଙ୍କ ଆତଙ୍କରାଜ, ଘର ଗ୍ରିଲ କାଟି କଳାକନା ବୁଲାଇଲେ ଦୁର୍ବୃତ୍ତ
  • ||
  • CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ
  • ||
  • IPL 2025: ଆଜି କିଙ୍ଗ୍‌ସ- ରୟାଲ୍ସ ମଧ୍ୟ ଟକ୍କର, ଫୋକସ୍‌ରେ ଯୁବ ଓପନରଙ୍କ ବିଧ୍ୱଂସୀ ବ୍ୟାଟିଂ
  • ||
  • ରାଇରଙ୍ଗପୁର : ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହଡ଼କୁ ପିଟିଲା ଯାତ୍ରୀବାହୀ ବସ , ୩ ଗୁରୁତର, ୭ ଆହତ
  • ||
  • ରାଜଗାଙ୍ଗପୁର ରେଳ ଷ୍ଟେସନରେ ଅଘଟଣ, ଟ୍ରେନ୍ ଧକ୍କାରେ ବୃଦ୍ଧ ମୃତ
  • ||
  • ରାଉରକେଲା: ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ଏହି ରୁଟ୍‌ରେ ରେଳ ଚଳାଚଳ ବନ୍ଦ
  • ||
  • ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ମିସୌରୀ ଓ କେଣ୍ଟକି ଅଧିକ ପ୍ରଭାବିତ, ୨୭ ମୃତ, ୧୨ରୁ ଅଧିକ ଆହତ
  • ||
  • ସରିବ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଅବଧି, ଡିଜିଏମ୍‌ଓ ସ୍ତରରେ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ, ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ
  • ||
  • କେନ୍ଦୁଝର : ସାଙ୍ଗକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ସାଙ୍ଗ ମୃତ
  • ||
  • ଭଦ୍ରକ : ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା, ସମ୍ପର୍କୀୟଙ୍କୁ ମିଳିଲା ଆର୍ଥିକ ସହାୟତା ସହ ଚାକିରି
  • ||
  • ରାଜ୍ୟର ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
  • ||

ପାକିସ୍ତାନରେ ଲସ୍କରର ଟପ୍ ଆତଙ୍କୀ ସୈଫୁଲ୍ଲା ଖାଲିଦ ନିହତ, ଭାରତରେ ତିନୋଟି ବଡ଼ ଆକ୍ରମଣରେ ଥିଲା ସାମିଲ

Published By : Prameya | May 18, 2025 6:08 PM

ନୂଆଦିଲ୍ଲୀ,୧୮।୫: ଲସ୍କର-ଇ-ତୋଇବାର ଟପ୍ ଆତଙ୍କବାଦୀ ସୈଫୁଲ୍ଲା ଖାଲିଦ ନିହତ। ପାକିସ୍ତାନରେ ଅଜ୍ଞାତ ଆକ୍ରମଣକାରୀମାନେ ସୈଫୁଲ୍ଲାକୁ ହତ୍ୟା କରିଛନ୍ତି। ସେ ଦୀର୍ଘ ସମୟ ଧରି ନେପାଳରୁ  ଆତଙ୍କୀ କାର୍ଯ୍ୟକଳାପ ପରିଚାଳନା କରୁଥିଲା। ବର୍ତ୍ତମାନ ସେ ପାକିସ୍ତାନ ସିନ୍ଧ ପ୍ରଦେଶର ମାଟଲିରେ ରହି କାମ କରୁଥିଲା। ଭାରତରେ ତିନୋଟି ଆକ୍ରମଣରେ ସେ ସାମିଲ ଥିଲା। ଏହି କାରଣରୁ  ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କୀ ତାଲିକାରେ ମଧ୍ୟ ଥିଲା। 

ମହାରାଷ୍ଟ୍ରର ନାଗପୁରରେ ଆରଏସ୍ଏସ ମୁଖ୍ୟାଳୟରେ ୨୦୦୬ ରେ ଆକ୍ରମଣ ଷଡଯନ୍ତ୍ର ପଛରେ ତା ସମ୍ପୃକ୍ତି ଥିଲା । ସେଭଳି ୨୦୦୧ ରେ ରାମପୁରରେ ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲା। ଏହାଛଡା ୨୦୦୫ ରେ ବାଙ୍ଗାଲୋର ଆକ୍ରମଣ ପଛରେ ମଧ୍ୟ ସୈଫୁଲ୍ଲାର ହାତ ଥିଲା।

ସୈଫୁଲ୍ଲା ଲସ୍କରର ଜଣେ ଅପରେଟିଭ୍ ଥିଲା।  ଭାରତରେ ଆକ୍ରମଣ ପାଇଁ ପ୍ରସ୍ତୁତି କରିବାକୁ ଲସ୍କର ପକ୍ଷରୁ ତାକୁ ଦାୟିତ୍ୱ ଦିଆଯାଇଥିଲା। ଏହା ପରେ, ସେ ବହୁ ବର୍ଷ ଧରି ନେପାଳରେ ଏକ ଘାଟି ସ୍ଥାପନ କରିଥିଲା ଏବଂ ସେଠାରୁ ଭାରତରେ ଲଗାତାର ଆତଙ୍କବାଦୀ ଆକ୍ରମଣ କରୁଥିଲା। ସୈଫୁଲ୍ଲା ନେପାଳରୁ ବିନୋଦ କୁମାର ନାମରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ପରିଚାଳନା କରୁଥିଲା।  କିନ୍ତୁ ଯେତେବେଳେ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ତା  ବିଷୟରେ ସୂଚନା ପାଇଲେ, ସେ ନେପାଳରୁ ପଳାଇ ପାକିସ୍ତାନରେ ଲୁଚିଗଲା। ସେ ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କୀ ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.