ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

କର୍ଣ୍ଣାଟକରେ ମୃତ ବିଭାସଙ୍କ ତେରାବାଡି ଗାଁରେ ଶେଷକୃତ୍ୟ ସମ୍ପନ୍ନ

Published By : Prameya | March 9, 2025 10:12 PM

ଜି.ଉଦୟଗିରି,୯/୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତେରାବାଡି ଗ୍ରାମର ବିଭାସ ନାୟକଙ୍କୁ କର୍ଣ୍ଣାଟକର ହମ୍ପି ଅଞ୍ଚଳରେ ହତ୍ୟା କରାଯାଇଥିଲା। ରବିବାର ତାଙ୍କ ମୃତଦେହ ତେରାବାଡି ଗାଁରେ ପହଞ୍ଚିବା ପରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। 

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତେରାବାଡି ଗ୍ରାମର ବିଭାସ ନାୟକଙ୍କୁ ଗତ ୬ ତାରିଖରେ କର୍ଣ୍ଣାଟକର ହମ୍ପି ଅଞ୍ଚଳରେ ହତ୍ୟା କରାଯାଇ ଥିଲା। ଶନିବାର ସକାଳେ କେନାଲରୁ ବିଭାସଙ୍କ ମୃତଦେହ ଉଦ୍ଧାର କରିଥିଲା କର୍ଣ୍ଣାଟକ ପୁଲିସ। ଏହି ଘଟଣାରେ ବିଭାସଙ୍କ ଇସ୍ରାଏଲି ବାନ୍ଧବୀଙ୍କ ସହିତ ଅନ୍ୟ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ବି ଅଭିଯୋଗ ହୋଇଛି   I ରବିବାର ତାଙ୍କ ମୃତଦେହ ଜି.ଉଦୟଗିରିର ଗୁଡ୍ରିପଡ଼ି ସ୍ଥିତ ବିଶପ ହାଉସ ଠାରେ ପହଞ୍ଚିଥିଲା। ପରେ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପରିବାର ବର୍ଗ, ଖ୍ରୀଷ୍ଟୀୟ ସମ୍ପ୍ରଦାୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ମୃତ ବିଭାସଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.